ଡାବୁଗାଁ ବିଜୁ ଜନତା ଦଳ ତରଫରୁ ସ୍ଵର୍ଗତ ମହାରଥୀ ଙ୍କ ନେଇ ଶୋକ ସଭା ଏବଂ କରୋନା ମହାମାରୀ ରୋକିବା ପାଇଁ ସଚେତନାତା ବାର୍ତା ସହ ମାସ୍କ ବଣ୍ଟନ

ଡାବୁଗାଁ, ୮/୧୦ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମା ସ୍ଥିତ ଜଗନ୍ନାଥ ମନ୍ଦିର ସାମ୍ନାରେ ସ୍ଵର୍ଗତ ପ୍ରଦୀପ ମହାରଥୀ ଙ୍କ ପାଇଁ   ଡାବୁଗାଁ ବିଯୁଜନତା ଦଳ ସମସ୍ତ କର୍ମୀ ମୁହଁ ରେ ମାସ୍କ ପିନ୍ଧି ସାମାଜିକ ଦୂରତା ଅବଲମ୍ବନ କରି  କର୍ମୀ ମାନଙ୍କ  ତରଫରୁ ୨ ମିନିଟ ନୀରବ ପ୍ରାର୍ଥନା କରିବା ସହ ମହାରଥୀଙ୍କ ସ୍ମୃତିଚାରଣ କରାଯାଇଥିଲା  | ଉକ୍ତ ସଭାରେ ବକ୍ତବ୍ୟ ମଧ୍ୟରେ “ ଶହେ ଘୋଡା କୁ ଶହେ  ହାତୀ , ଏକା ଲଢିବ ମହାରଥୀ “ ଉପରେ ବିଷଦ ଭାବେ ଆଲୋଚନା କରାଯାଇଥିଲା | ସ୍ଵର୍ଗତ ମହାରଥୀ ସାତ ଥର ପିପିଲି ନିର୍ବାଚନ ମଣ୍ଡଳୀ  ରେ  ବିଧାୟକ ପଦବୀରେ ନିର୍ବାଚିତ ହୋଇ  ମନ୍ତ୍ରୀ ପଦ ହାସଲ କରିଥିଲେ | ତାଙ୍କ ରାଜନୀତି କାଳରେ ସେ ଓଡିଶା ର ସମସ୍ତ ବିଧାୟକ ଓ ଜନସାଧାରଣଙ୍କ ପ୍ରଶଂସା ର ପାତ୍ର ହୋଇଥିଲେ | ଏଠି ନେଇ ସାରା ରାଜ୍ୟରେ ତାଙ୍କର ଶୋକ ସଭା କରିବା ସହ ତାଙ୍କ ଅମର  ଆତ୍ମାର ସଦଗତି ନିମନ୍ତେ ଶ୍ରୀ ଜଗନ୍ନାଥ ଙ୍କ ପାଖରେ ପ୍ରାର୍ଥନା କରିବା ସହ ତାଙ୍କ ପରିବାର ବର୍ଗ ଙ୍କୁ  ପ୍ରଭୁ ଶ୍ରୀ ଜଗନ୍ନାଥ ସାହସ ଧର୍ଯ୍ୟ ପ୍ରଦାନ କରିବା ନିମନ୍ତେ ପ୍ରାର୍ଥନା ଜଣାଇଥିଲେ | ସଭା ଶେଷ ପରେ ଶୋକ ସଭା ସ୍ଥଳରୁ  ମାହାମାରୀ କରୋନା ରୋକିବା ନିମନ୍ତେ ସମସ୍ତ ବିଜୁ ଜନତା ଦଳ ର କର୍ମୀ ପଦଯାତ୍ରା କରି ଡାବୁଗାଁ ସହର ପରିକ୍ରମା କରି ସମସ୍ତ ଜନସାଧରଣ ଙ୍କୁ ମାସ୍କ ବଣ୍ଟନ କରିବା ସହ ସବୁବେଳେ ମାସ୍କ ବ୍ୟବହାର  କରିବା , ସାମାଜିକ ଦୂରତା ଅବଲମ୍ବନ କରିବା ଓ ସବୁବେଳେ ହାତକୁ ସଫା ରଖିବା ଉପରେ   ସଚେତନତା କରାଇଥିଲେ |  ଉକ୍ତ ଶୋକ ସଭା ଓ ପଦଯାତ୍ରା ରେ ବିଜୁ ଜନତା ଦଳର ବ୍ଲକ ସଭାପତି ସୁରେନ୍ଦ୍ର କୁମାର ମିଶ୍ର ଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ସାଂସଦ ପ୍ରତିନିଧି ଏମ୍॰ ଆପ୍ପା ରାଓ, ବିଧାୟକ ପ୍ରତିନିଧୀ ଏମ୍॰ ବୁଲୁ ରାଓ, ପୂର୍ବତନ ଜିଲାପରିଷଦ ସଭ୍ୟ ବିଜୟ ବେହେରା , ଗେଦୁ ପଟ୍ଟନାୟକ , ପୂର୍ବତନ ସରପଞ୍ଚ ତଥା ଡାବୁଗାଁ ପଞ୍ଚାଯତ ସଭାପତି ଜି॰ ପ୍ରକାଶ ରାଓ , ପାପନା ରେଲି , ଅଶୋକ ସୌରା, ଦେବରାଜ ପାତ୍ର  ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ  |

ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ, Odisha1

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here