ଜାତୀୟ ରାଜପଥ ନଂ53 ଓ ରାସ୍ତା ର ଅବସ୍ଥା ସୌଚନୀୟ

ଢେଙ୍କାନାଳ ଓ ଅନୁଗୋଳ ସୀମାନ୍ତ ଜଟିଆ 53 ନମ୍ବର ଜାତୀୟ ରାଜପଥ ବ୍ରାହ୍ମଣୀ ନଦୀ ବ୍ରିଜ ଓ ରାସ୍ତାର ଅବସ୍ଥା ବହୁତ ଦୟନୀୟ, ଏହି ରାସ୍ତା ରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ କୋଇଲା, କ୍ରୋମାଇଟ, ବୋଝେଇ ଭାରିଯାନ ଚଳାଚଳ କରୁଅଛି, ବ୍ରିଜ ର ଉଭୟ ପାର୍ଶ୍ଵରେ କଂକ୍ରିଟ ବ୍ୟାରିକେଡ ଗୋଡିକ ଭାଙ୍ଗି ନଷ୍ଟ ହୋଇ ଗଲାଣି ଯାହା ଫଳରେ ବ୍ରିଜ ରେ ଉଭୟ ପାର୍ଶ୍ୱ ରେ ବର ଗଛ ଓ ଅନ୍ୟାନ୍ୟ ପ୍ରଜାତିର ଗଛ ଉଠିଲାଣି ଏଣୁ ବ୍ରିଜ କମଜୋର ହେବାକୁ ବସିଲାଣି ଏବଂ ବ୍ରିଜ ରାସ୍ତା ଉପରେ ଖାଲ ଖମଣ ଭଳି ଦୟନୀୟ ପରିସ୍ଥିତି, ଏଣୁ ପ୍ରଶ୍ନ ଉଠୁଛି  ପ୍ରଶାସନ ଏହି ରାସ୍ତା ରୁ କୋଟି କୋଟି ଟଙ୍କାର ଟିକସ ଆଦାୟ କରୁଥିବା ବେଳେ ରାସ୍ତା ଓ ବ୍ରିଜ ର ମରାମତି ଉପରେ ଧ୍ୟାନ ନ ଦେବା ବଡ଼ ଦୁର୍ଭାଗ୍ୟ ଓ ଚିନ୍ତାଜନକ ଘଟଣା,ଯାନ ବାହାନ ର ଗମନାଗମନ ଓ ସୁରକ୍ଷା ଦୃଷ୍ଟି କୋଣରୁ ବ୍ରିଜ ର ଉଭୟ ପାର୍ଶ୍ୱ କଂକ୍ରିଟ ବ୍ୟାରିକେଡ ଓ ରାସ୍ତା ମରାମତି ତୁରନ୍ତ କରିବେ ପାଇଁ ସାଧାରଣ ରେ ଦାବୀ ହୋଇଛି ଯଦି ଏହି ସମସ୍ୟାର ସମାଧାନ ନ ହୁଏ ଆଗାମୀ ଦିନରେ ଏହା ଆନ୍ଦୋଳନ ର ରୂପ ନେବବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି|

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here