ପ୍ରଶାସନ ଓ ଲାଲ ସାହା ବାବା ମଜାର କମିଟି ନିକଟ ରେ ଅନୁରୋଧ ଜଣାଇଲେ ଲାଲ ସାହା ବାବା ଙ୍କ ପୁତ୍ର

ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହର ହଜରତ ହାଜି ଲାଲ ସାହା ବାବା ଙ୍କ ପୁତ୍ର ବାବା ମହମ୍ମଦ ୱାସିଲ ନିଜ ଆର୍ଥିକ ଅବସ୍ଥା କୁ ନେଇ ପ୍ରଶାସନ ଓ ମଜାର କମିଟି ଙ୍କ ନିକଟରେ ଅନୁରୋଧ କରିଛନ୍ତି !ଗତ ୨୦୧୭ ମସିହାରେ ମଜାର କମିଟି ତରଫରୁ ତାଙ୍କୁ ମଜାରରୁ କୋୖଣସି କାରଣରୁ ନିଷ୍କାସିତ କରି ଦିଆ ଯାଇଥିଲା !ଏହା ପରେ ସେ ପ୍ରଶାସନ ଓ କମିଟିର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ କିନ୍ତୁ ତାଙ୍କୁ କୋୖଣସି ସୁଫଳ ମିଳି ନଥିଲା ।ସେ ମତବ୍ୟକ୍ତ କରିଛନ୍ତି ଯେ ଗତ ୪ ବର୍ଷ ହେବ ସେ ଘରେ ରହିଥିବା ବେଳେ ସେ ଆର୍ଥିକ ସମସ୍ୟା ର ସମ୍ମୁଖୀନ ହୋଇଛନ୍ତି ତଥା ଅଭାବ  ଅନାଟନ ଦେଇ ଗତିକରୁଛନ୍ତି  । ରାଜଗାଙ୍ଗପୁର ସହରର ଶାନ୍ତି ନଗର ସ୍ଥିତ ତାଙ୍କ ବାସ ଭବନରେ ରହୁଥିବା ବେଳେ ସେଠାରେ ତାଙ୍କ ଘର ଗୁଡିକ ଭାଙ୍ଗି ରୁଜି ଯାଇଥିବା ବେଳେ ସେ ଅସହାୟ ଅବସ୍ଥା ରେ ଏହି ଆର୍ଥିକ ଅନାଟନରେ ନିଜ ପରିବାର ଚଳାଉ ଥିବା ଜଣା ପଡିଛି । ଗତ ୨ ମାସ ହେବ ସେ ପାରାଲିସିସ ରୋଗରେ ପୀଡିତ ହୋଇଛନ୍ତି । ଏଣୁ ସେ  ବୃଦ୍ଧ ବୟସ ରେ ନିଜ ପରିବାର ଓ ପିଲାମାନଙ୍କ ଭବିଷ୍ୟତ କୁ ନେଇ ଘୋର ଚିନ୍ତିତ । ଏହାକୁ ଦୃଷ୍ଟି ରେ ରଖି ସେ ମଜାର କମିଟି ଙ୍କୁ ମିଡ଼ିଆ ମାଧ୍ୟମ ରେ ଅନୁରୋଧ କରିଛନ୍ତି ଯେ ତାଙ୍କୁ ମଜାର ରେ ବସିବାକୁ ଅନୁମତି ଦିଆଯାଉ  । ତାଙ୍କର ଆର୍ଥିକ ସମସ୍ୟା ଦୁର କରିବାରେ ଏହା ସହାୟକ ହେବ ଯାହା ଫଳରେ ତାଙ୍କ ପରିବାର ଓ ତାଙ୍କ ପିଲା ମାନଙ୍କ ପାଠ ପଢା ସୁଚାରୁ ରୂପେ ତୁଲା ଯାଇ ପାରିବ ! ଏ ବାବଦ ରେ ମଜାର କମିଟି ର ସଭପତି ମହମ୍ମଦ ଆରିଫ ଙ୍କୁ ପଚାରିବାରୁ ସେ କହିଥିଲେ  ମୁଁ ଏକା କୋୖଣସି ନିଷ୍ପତି ନେବା ଠିକ ହେବ ନାହିଁ । କମିଟି ର ଅନ୍ୟ ସଦସ୍ୟ ମାନଙ୍କ ସହ ଆଲୋଚନା କରିବାପରେ ଏ ବିଷୟ ରେ ମନ୍ତବ୍ୟ ଦେବି ବୋଲି ଜଣାଇ ଥିଲେ ।

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here