ଚୋରାରେ ଗୋ ଚାଲାଣ ବେଳେ ବଜରଙ୍ଗ ଦଳ ଦ୍ବାରା ଅଟକ

ସୁନ୍ଦରଗଡ ଜିଲ୍ଲା ବିରମିତ୍ରପୁର ପୌରାଞ୍ଚଳରେ ବଜରଙ୍ଗ ଦଳର ସଦସ୍ୟଙ୍କ ଦ୍ବାରା ୨୦ ଟି ଗୋ ମାତାଙ୍କୁ ଚୋରା ଚାଲାଣ କାରୀଙ୍କଠାରୁ ବଞ୍ଚାଇବାରେ ସକ୍ଷମ ହୋଇଥିଲେ । ଏହି ଚୋରା ଚାଲାଣକୁ ରୋକିବା ସମୟରେ ଗୋମାତାଙ୍କୁ ଚାଲାଣ କରୁଥିବା ଲୋକ ବଜରଙ୍ଗ ଦଳର ସଦସ୍ୟ ଭୋଳା ବାରିକଙ୍କୁ ମାରି ଦେବାକୁ ଚେଷ୍ଟା କରିଥିଲେ । ତେବେ ସାଙ୍ଗେ ସାଙ୍ଗେ ସେ ଫୋନ କରିବାରୁ ସମସ୍ତେ ଦୌଡି ପଳାଇଥିଲେ । ୧୫୦ ରୁ ୨୦୦ ଗାଇ ଗୋଠରୁ ମାତ୍ର ୨୦ ଟି ଗୋମାତାଙ୍କୁ ବଞ୍ଚାଇ ପାରିଥିଲେ । ଅନ୍ୟ ଗୋମାତାଙ୍କୁ ସ୍ଥାନୀୟ ଦଲାଲଙ୍କ ସହଯୋଗରେ ନେଇ ପଳାଇଥିଲେ । ଏ ବାବଦରେ ବିରମିତ୍ରପୁର ଥାନାରେ ବଜରଙ୍ଗ ଦଳ ତରଫରୁ ଏକ ଲିଖିତ ଅଭିଯୋଗ ଦିଆଯାଇଛି । ବାକି ଗୋମାତାଙ୍କୁ ଖୋଜା ଚାଲିଛି । କୁତ୍ରା ଥାନା ଅନ୍ତର୍ଗତ ଖତକୁର ବାହାଲରୁ ସବୁ ଗୋମାତାଙ୍କୁ ଆଣି ବିଶ୍ରା ଥାନା ଅନ୍ତର୍ଗତ ଗୁଡଗୁଡଯୋରକୁ ନେଇଯାଉଥିଲେ । ଖତକୁରବାହାଲରୁ ପ୍ରତ୍ୟହ ଗୋ ଚାଲାଣ ହୋଇ ଏହା ବି୍ରର ଗୁଡଗୁଡଯୋର ଓ ଲାଠିକଟାର ନୂଆଗାଁ ଅଞ୍ଚଳକୁ ନେଇ ଗୋମାତାଙ୍କର ହତ୍ୟାକରି ମାଂସ ବିକ୍ରି କରାଯାଉଛି । ପୋଲିଶ ପ୍ରଶାସନ ସବୁ ଜାଣି ଶୁଣି ଚୂପ ବସି ରହୁଛନ୍ତି । କେତେ ଦିନ ଆଉ ଏମିତି ହିନ୍ଦୁ ଜାତିର ବିଶ୍ବାସ ସହିତ ଖେଳ ଚାଲିଥିବ । ଆଗାମୀ ଦିନରେ ପୋଲିଶ ପ୍ରଶାସନ ଯଦି ଗୋ ହତ୍ୟା ଓ ଗୋ ଚାଲାଣ ଉପରେ ପ୍ରତିବନ୍ଧକ ନ ଲଗାନ୍ତି ତେବେ ହିନ୍ଦୁ ସମାଜ ନିଜର ଗୋମାତାଙ୍କୁ ବଞ୍ଚାଇବା ସକାସେ ସମସ୍ତ ସୀମା ଡେଇଁ ଯିବ ବୋଲି ଚେତାବନୀ ଦେଇଛନ୍ତି ଓଡିଶା ବଜରଙ୍ଗଦଳର ପ୍ରାନ୍ତୀୟ ପ୍ରମୁଖ ।

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here