ରେଳ ଧକ୍କାରେ ଯୁବକର ମୃତ୍ୟୁ

ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ରେଳବାଇ ଷ୍ଟେସନରୁ ୫୦୦ ମିଟର ଦୂରରେ ଜନୈକ ଯୁବକର ଶବ ରେଳଲାଇନ କଡରେ ପଡିଥିବାର ଦେଖି ସମସ୍ତେ ବିସ୍ମିତ ହୋଇଥିଲେ । ଉକ୍ତ ଯୁବକଟି ବାଲୁପଡା ଅଞ୍ଚଳର ବାସୀନ୍ଦା ଅଜୟ ଲାକ୍ରା ( ୪୦ ) ବୋଲି ଜଣାପଡିଛି । ତାର ଭଉଣୀ କହିଛି ଯେ ମୋ ଭାଇ କାଲି ସକାଳୁ ଘରୁ ବାହାରି ଯାଇଥିଲା ତେବେ ରାତିରେ ଘରକୁ ଫେରିନି ଲୋକଙ୍କ କହିବା ହିସାବରେ ମୁଁ ଜାଣିବାକୁ ପାଇଲି ଯେ ସେ କୌଣସି ରେଳରେ କଟିଯାଇ ରେଳ ଲାଇନ କଡରେ ତାର ଶବ ପଡିଛି । ଏଭଳି ମର୍ମନ୍ତୁଦ ଖବର ଶୁଣିବା ପରେ ଘରେ କାନ୍ଦ ବୋବାଳି ସହ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା । ପୌରାଞ୍ଚଳ ବାସୀନ୍ଦାଗଣ ଏହି ଘଟଣାକୁ ନେଇ ଭିନ୍ନ ଭିନ ବିଷୟରେ ଚର୍ଚ୍ଚା କରୁଥିବାର ଶୁଣିବାକୁ ମିଳୁଛି । ରେଳବାଇ ପୋଲିଶ ଘଟଣାସ୍ଥଳକୁ ଯାଇ ଶବ ଜବତକରି ବ୍ୟବଛେଦ ପାଇଁ ପଠାଇବା ସହ ରେଳବାଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଜାରିରଖିଛି ।

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here