ମନ୍ଦିର ଖୋଲିବାକୁ ନିଷ୍ପତ୍ତି ନେଲେ ରାଜ୍ୟ ସରକାର ।

ଭୁବନେଶ୍ବର : କରୋନା ମହାମାରୀ ଯୋଗୁଁ ଗତ ୬ ମାସ ଧରି ରାଜ୍ୟରେ ସମସ୍ତ ମନ୍ଦିର ଓ ଧର୍ମାନୁଷ୍ଠାନ ବନ୍ଦ ରହିଥିଲା। ଏନେଇ ପୂଜକ ସମୁଦାୟଙ୍କ ଦୁର୍ଦ୍ଦିନରେ ଦିନ ବିତୁଥିବାରୁ ମନ୍ଦିର ଖୋଲିବା ନେଇ ଦାବି ହୋଇ ଆସୁଥିଲା। ଗତକାଲି ସମସ୍ତ ମନ୍ଦିର ଓ ଧର୍ମାନୁଷ୍ଠାନ ରେ ଘଣ୍ଟ ଶଙ୍ଖ ବଜେଇ ଅଭିନବ ପ୍ରୟାସ ରେ ପ୍ରତିବାଦ କରାଯାଇଥିଲା। ଆଜି ରାଜ୍ୟ ସରକାର ସମସ୍ତ ମନ୍ଦିର ଖୋଲିବାକୁ ସବୁଜ ସଙ୍କେତ ଦେଇଛନ୍ତି। ପ୍ରତିବାଦ ରେ କୁହାଯାଇଥିଲା ରାଜ୍ୟର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲା ସରିଥିବାରୁ ମନ୍ଦିର ଖୋଲିଲେ କିଛି ସମସ୍ୟା ନାହିଁ। କରୋନା କଟକଣା ଭିତରେ ମନ୍ଦିରକୁ ଭକ୍ତ ତଥା ଶ୍ରଦ୍ଧାଳୁ ମାନେ ଆସିବାରେ କିଛି ଅସୁବିଧା ନାହିଁ। ମାତ୍ର ସରକାର ଏ ଦିଗ ପ୍ରତି କୌଣସି ବିଚାର ବିମର୍ଶ କରୁ ନାହାନ୍ତି। ମନ୍ଦିର ଖୋଲିବା ଉପରେ ଦେବୋତ୍ତର କମିଶନର ଚିତ୍ତରଞ୍ଜନ ମହାପାତ୍ର ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ କୋଭିଡ କଟକଣା ଭିତରେ ମନ୍ଦିର ଖୋଲା ଯାଇ ପାରିବ। ତାଙ୍କ ଅଧିନରେ ୧୮ ହଜାର ମନ୍ଦିର ରହିଛି। ମନ୍ଦିର ଖୋଲିବା ନେଇ ପୁରୀ ଶ୍ରୀମନ୍ଦିର ପ୍ରଶାସନକୁ ରାଜ୍ୟ ସରକାର ଜଣାଇବାକୁ ଚିଠି ରେ ଲେଖିଛନ୍ତି। ଆସନ୍ତା ୧୦ ଦିନ ମଧ୍ୟରେ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ରିପୋର୍ଟ ଦାଖଲ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here