କିରୋସିନି ର ଚୋରୀ ଓ କଳାବଜାରୀକୁ ନେଇ ଜଣେ ଗିରଫ , ବହୁ ମାତ୍ରାରେ କିରୋସିନ , ଟେଙ୍କର ,ବଲେରୋ ଭେନ ଓ ବାଇକ ଜବତ

ସୁନ୍ଦରଗଡ ଜିଲ୍ଲା ଭସ୍ମା ଥାନା ପୋଲିଶ ଭସ୍ମା , ଅବନକେଲା , ମଙ୍ଗସପୁର , ନଦୀସୁଗୁଡା , ରେମେଣ୍ଡା ଆଦି ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ବେଳେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଇବ ନଦୀ ବ୍ରିଜ ପାଖରେ ପାଚେରୀ ସହ ଯେଉଁ ନୂତନ ଘର ତିଆରି ହୋଇଛି ତାରି ପରିସର ଭିତରେ ଭସ୍ମା ଅଞ୍ଚଳର ବାସୀନ୍ଦା କିଛି ଲୁକ୍କାୟିତ କାରବାର କରୁଛି । ଭସ୍ମା ପୋଲିଶ ଗ୍ରାମର ଦୁଇଜଣ ବାସୀନ୍ଦା ପୁରୁଷୋତ୍ତମ ମେହେର ଓ ଅଜୟ ବଞ୍ଛୋରଙ୍କୁ ଡାକି ସାମଗ୍ରୀ ଜବତର ସାକ୍ଷୀ ରହିବା ସକାସେ ପାଖରେ ରଖାଇ ଥିଲେ । ଉକ୍ତ ନୂତନ ଗୃହ ପରିସରକୁ ପଶିବା ବେଳେ ଦୂରରୁ କିରୋଶିନିର ଡ୍ରମ ଦେଖାଯାଇଥିଲା , କିନ୍ତୁ ସେଠାରେ କେହି ନ ଥିଲେ । ପାଖକୁ ଜୀବାରୁ କିରୋସିନିର ପ୍ରବଳ ଗନ୍ଧ ନାକରେ ବାଜି ଥିଲା । ତଦନ୍ତ କରିବାରୁ ୯୦ ଟି ୨୦୦ ଲିଟର ରହୁଥିବା ଭର୍ତ୍ତି କିରୋସିନ ଡ୍ରମ ଜବତ ହୋଇଥିଲା । ପରେ ଉକ୍ତ ସ୍ଥାନକୁ ଜାଗା ଓ କାରବାରର ମାଲିକ ବୋଲାଉଥିବା ମନୋଜ ନାଏକ ଆସିବାରୁ ତାଙ୍କୁ ଏ ସବୁ ବିଷୟରେ ପଚାରିବାକୁ ସଠିକ ଉତ୍ତର ନ ପାଇବା ସହ କୌଣସି କାଗଜପତ୍ର ମଧ୍ୟ ଦେଖାଇ ପାରି ନ ଥିଲେ । ପରେ ତଦନ୍ତ କରିବାରୁ ଚୋରାରେ ବିଭିନ୍ନ ସ୍ଥାନରୁ ଡିଲର ମାନଙ୍କ ଠାରୁ କିରୋସିନ ଆଣି ଜମା କରିବା ସହ ପିଡିଏସ କିରୋସିନ ମଧ୍ୟ ଚୋରାରେ ଆଣି କାରବାର କରୁଥିବାର ଆଶଙ୍କା କରାଯାଉଥିଲା । ତେବେ ତାଙ୍କୁ ପଚାରିବା ପରେ ଝାରସୁଗୁଡା ଜିଲ୍ଲାର ଶିଳ୍ପାଞ୍ଚଳରେ ଥିବା ପଞ୍ଚପଡା ଅଞ୍ଚଳରେ ଚଢାଉ କରି ଗୋଟିଏ କିରୋସିନ ଭର୍ତ୍ତିଥିବା ଟେଙ୍କର ଓଆର ୧୪ ବି ୦୭୨୨ , ଗୋଟିଏ ବଲେରୋ ଭେନ ଓଡି ୧୪ ସି ୯୨୪୩ ଗୋଟିଏ ବାଇକ ଓଆର ୧୪ କେ ୦୫୮୨ , ଦୁଇଟି ଟୁଲୁ ପମ୍ପ , ୨୦୦ ଲିଟର ତେଲ ଭର୍ତ୍ତି ୨୬ ଟି ଡ୍ରମ , ଖାଲି ଡ୍ରମ ୨୦ ଟି ଇତ୍ୟାଦି ଅନେକ ସାମଗ୍ରୀ ଜବତ କରିଥିଲେ ଭସ୍ମା ପୋଲିଶ । ଏହି କିରୋସିନ ଚୋରି ଓ କଳା ବଜାରୀ ବିଷୟରେ ସୁନ୍ଦରଗଡ ଏସପି ସାଗରିକା ନାଥ ସମସ୍ତ ତଥ୍ୟ ପ୍ରଦାନ କରିଥିଲେ ।

ପ୍ରକୃତରେ ଏହି ଚୋରା ତେଲକୁ ଜମାକରି ବସ ମାଲିକ ଓ ଅନ୍ୟ ମାନଙ୍କୁ ଚଢା ଦରରେ ବିକ୍ରି କରିବା ପାଇଁ ମନୋଜ ନାଏକ ଓ ତାର ସହଯୋଗୀ ଏସବୁ ବ୍ୟବସ୍ତା କରୁଥିଲେ ହେଲେ ଭସ୍ମା ଥାନା ପୋଲିଶ ହାବୁଡରେ ପଡି ଲାଭ ତ ଲାଭ ପୁଞ୍ଜି ବି ବୁଡିଗଲା । ଦେଖିବାକୁ ବାକି ରହିଲା ମନୋଜ ନାଏକର ସହଯୋଗୀ ମାନେ କେବେ ଧରାପଡିବା ସହ ଅନ୍ୟ ସ୍ଥାନରେ ଚୋରା କିରୋସିନ ବେପାର କରୀଥିବା ଦଳ କେବେ ଧରାପଡିବେ ।

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here