ବିଜେପି କାର୍ଯ୍ୟାଳୟ ଉଦ୍ଘାଟନୀ ଉତ୍ସବରେ ହଟ୍ଟଗୋଳ

ଜଗତସିଂହପୁର ଜିଲ୍ଲା ତିତ୍ତେ।ଲ୍ ନିର୍ବାଚନ ମଣ୍ଡଳୀ ରେ ‌ଵିଜେପି କାର୍ଯ୍ୟ।ଳୟ ଉତ୍ସଵ ରେ ଅସନ୍ତୁଷ୍ଟ କମୀ ହୋ ହାଲ୍ଲା ହେବା ସହିତ  ସଭା ମଝିରେ  ଠେଲା ପେଲା ହେବା ସହିତ  ଗଣ୍ଡାଗେ।ଳ  କରିବାକୁ ପଛେଇ ନଥିଲେ ସଭାରେ ଦେଖିବାକୁ ମିଳିଥିଲା   ତିର୍ତୋଲ ରେ ଆଜି ତିର୍ତୋଲ ସରଣୀ ଛକ ଆନନ୍ଦ ମଣ୍ଡପ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହେବା ସହିତ , ବିଜେପି ଦଳୀୟ କାର୍ଯ୍ୟାଳୟ ଉଦଘାଟନ କରାଯାଇଥିଲା  ଏଥିରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଭୃଗୁବକ୍ସିପାତ୍ର,ବିଜେପି ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର , ପାରାଦୀପ ଯୁବ ନେତା ସମ୍ପଦ ସ୍ୱାଇଁ ,ବୁଲୁ ପ୍ରଧାନ, ପ୍ରକାଶ ବେହେରା ,ଆଦି ଜିଲ୍ଲା ପ୍ରଭାରୀ,ବ୍ଲକ ପ୍ରଭାରୀ, ଆଦି ଅନେକ କର୍ମୀ ଉପସ୍ଥିତ ଥିଲେ l ଏହି ବୈଠକରେ  କିଛି ଅନ୍ୟ ଦଳର କର୍ମୀ ବିଜେପି ରେ ସାମିଲ ହୋଇଥିଲେ l ଏଥିରେ ଜିଲ୍ଲା ପର୍ଯ୍ୟବେକ୍ଷକ ସାରଦା ପ୍ରଧାନ ଙ୍କ ବିରେ।ଧରେ ନାରାବାଜି କରିଥିଲେ, ଏହି ସମୟରେ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା l ନିର୍ବାଚନ ରଣାଙ୍ଗନ କିଭଳି ଭାବରେ ଦଳ ଲୋକ ମାନଙ୍କର ଆସ୍ଥାଭାଜନ ହେବା ସହ , କିଭଳି ଭାବରେ ଭୋଟ ହାତେଇବେ ସେ ନେଇ ଚର୍ଚ୍ଚା ଓ  ସମୀକ୍ଷା ମଧ୍ୟ  ହୋଇଥିଲା l ଏହି ସଭା ଚାଲିଥିବା ସମୟରେ ବାହାରୁ ଶୁଭିଥିଲା ବିଜେପି ଯୁବ ନେତାଙ୍କ ବିରୋଧ ର ସ୍ୱର l ଗତକାଲି ଟାଣୁଆ ନେତା ରମାକାନ୍ତ ଭୋଇ ଦଳ ଛାଡି ଥିବା ବେଳେ , ଆଜି ତିର୍ତୋଲ ଯୁବ ମୋର୍ଚ୍ଚା କୁ ଅଣଦେଖା କରାଯାଇ ସଭା ଆୟୋଜନ କରାଯାଇଥିବା ନେଇ  ଯୁବ ମୋର୍ଚା ର ସଭ୍ୟ ମାନେ ଅଭିଯୋଗ ଉଠାଇଛନ୍ତି l ଏଥିରେ ଦଳ ପାଇଁ ଜେଲ ଯାଇ , ଦଳ ପାଇଁ କାମ କରି ଆମକୁ ହତାଦର କରାଯାଉଥିବା ଅଭିଯୋଗ କରି ସଭା ମଧ୍ୟରେ ବିରୋଧ କରିଥିଲେ l ଆଗକୁ ଆସୁଥିବା ଉପନିର୍ବାଚନ ରେ ବାହାର ଅନ୍ୟ ଜିଲ୍ଲା ର ଜଣେ ବ୍ୟକ୍ତିଙ୍କୁ ଆଣି ତିର୍ତୋଲ ନିର୍ବାଚନ ମଙ୍ଗ ଧରାଇବା ଓ ତିର୍ତୋଲ ମାଟିର ଯୁବ ଚେହେରା ଙ୍କୁ ପ୍ରାଧାନ୍ୟ ନ ଦେବା କଥା ଆଜି ବିଜେପି  ସଂଗଠନ ର ଉପରିସ୍ଥ କର୍ମକର୍ତା ଙ୍କ ପାରିବା ପଣିଆ କୁ ପଦାରେ ପକାଇଛି l ଏହି ସଭାରେ ବିଭିନ୍ନ ପଞ୍ଚାୟତ ରୁ ଅନେକ କର୍ମୀ ଯୋଗ ଦେବା ସହ ନିର୍ବାଚନ ପରିଚାଳନା ପାଇଁ ଗୁରୁମନ୍ତ୍ର ନେଇଥିଲେ l ଅନ୍ୟପକ୍ଷରେ ତରଜଙ୍ଗା ପଞ୍ଚାୟତ ର ପୂବପଡା ଗ୍ରାମରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା, ଏଥିରେ ପୂର୍ବତନ ଜିଲ୍ଲା ପରିଷଦ ପାର୍ଥୀ ଶିବପ୍ରସାଦ ସାହୁ , ଅଶୋକ ମହାନ୍ତି, କେନ୍ଦ୍ରାପଡ଼ା ଅଞ୍ଚଳ ର ବିଧାୟକ, ସାଗର ସାମଲ ପ୍ରମୁଖ କର୍ମୀ ମାନଙ୍କୁ ଆଗାମୀ ନିର୍ବାଚନ ରେ ବିଜେପି ପାଇଁ ଅଣ୍ଟା ଭିଡ଼ିବାକୁ ପରାମର୍ଶ ଦେଇଥିଲେ l

ଜଗତସିଂହପୁର ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋର୍ଟ |

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here