ଖବର ସଂକ୍ଷେପ ରେ …ତାରିଖ ୦୮/୧୦/୨୦, ଗୁରୁବାର (NEWS IN BULLETS) : 7 AM

୧-ରସାୟନ ବିଜ୍ଞାନ ପାଇଁ ଦୁଇ ମହିଳା ବିଜ୍ଞାନୀଙ୍କୁ ନୋବେଲ ସମ୍ମାନ।ସେମାନେ ହେଲେ ଇମାନୁଏଲ ଚାରପେଣ୍ଟିଅର ଓ ଜେନିଫର ଏ ଡୁଡନା।

୨-କବିତା ସଙ୍କଳନ ‘ସେତେବେଳକୁ ନ ଥିବ’ ପାଇଁ ଶ୍ରୀ ନିତ୍ୟାନନ୍ଦ ନାୟକଙ୍କୁ ମିଳିବ ୪୧ତମ ଶାରଳା ପୁରସ୍କାର।

୩-ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆହତଙ୍କ ମାଗଣା ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ।

୪-ଦେଶରେ ୨୪ଟି ନକଲି ବିଶ୍ବବିଦ୍ୟାଳୟ, ଓଡ଼ିଶାରେ ୨ଟି।ଓଡ଼ିଶାର ରାଉରକେଲା ନବଭାରତ ଶିକ୍ଷା ପରିଷଦ ବିଶ୍ବବିଦ୍ୟାଳୟ ଏବଂ ବାରିପଦା ଉତ୍ତର ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ନକଲି ବିଶ୍ବବିଦ୍ୟାଳୟ :UGC

୫-ମୁଖ୍ୟମନ୍ତ୍ରୀଙ୍କ କୋଭିଡ ପରିଚାଳନା ସମୀକ୍ଷା,ସବୁ କୋଭିଡ ସହିଦ ଯୋଦ୍ଧାଙ୍କୁ ମିଳିବ ଅନୁକମ୍ପା ରାଶି।

୬-ପାଣିପାଗ:୯ରେ ଲଘୁଚାପ,୧୧ରେ ଅବପାତ,୧୧ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା।

୭-ପ୍ରସନ୍ନ କୁମାର ପାଢ଼ୀ ହେଲେ ନୂଆ ଆସିଷ୍ଟାଣ୍ଟ ସଲିସିଟର ଜେନେରାଲ।

୮-୧୬ ବର୍ଷୀୟ ଯୁବତୀ ଗୋଟିଏ ଦିନ ପାଇଁ ହେଲେ ଫିନଲାଣ୍ଡର ପ୍ରଧାନମନ୍ତ୍ରୀ, ମହିଳା ସଶକ୍ତିକରଣ ଉପରେ ଦେଲେ ଜୋର।

୯-ସେନ ଓ୍ଵାଟସନଙ୍କ ଅର୍ଦ୍ଧଶତକ ଉପରେ ଭାରି ପଡିଲା ରାହୁଲ ତ୍ରିପାଠୀଙ୍କ ବ୍ୟାଟିଂ, ଚେନ୍ନାଇକୁ ୧୦ ରନରେ ହରାଇଲା କୋଲକାତା।

୧୦-ଖୁବ ଶୀଘ୍ର ଗଡିବ ୩୯ଟି ନୂଆ ସ୍ୱତନ୍ତ୍ର ଟ୍ରେନ୍, ଭୁବନେଶ୍ୱରରୁ ୨ଟି।ଅକ୍ଟୋବର ୧୦ରୁ ସଂରକ୍ଷଣ ବ୍ୟବସ୍ଥାରେ ହେବ ପରିବର୍ତ୍ତନ।

୧୧-ବିଶ୍ଵର ୧୫୦ କୋଟି ଲୋକଙ୍କୁ ଗରିବ କରିବ କରୋନା : ଚେତାବନୀ ଦେଲା ବିଶ୍ଵବ୍ୟାଙ୍କ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here