ଜଗତସିଂହପୁର ବ୍ଲକ ସମ୍ମୁଖରେ ଜବକାର୍ଡ଼ ଧାରୀ ଙ୍କ ଧାରଣା ? ଜଗତସିଂହପୁର ଜିଲ୍ଲା ରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ କୁମାର ସାହୁ ଙ୍କ ରିପେ।ଟ

ଜଗତସିଂହପୁର ବ୍ଳକ ଅଧିନ ମଧୁସୂଦନପୁର ଶାସନ ଗ୍ରାମପଞ୍ଚାୟତ ରେ ଜାତୀୟ କାର୍ମନିଯୁକ୍ତି ଯୋଜନାରେ କାର୍ଯ୍ୟ କରିଥିବା ଜବକାର୍ଡ଼ ଧାରୀଙ୍କୁ ପାଉଣା ଦାବିରେ ମଣ୍ଡାସାହି ମଣ୍ଡଳ ବିଜେପି ସଭାପତି ଶିଶିର ପାତ୍ର ଓ ଜଗତସିଂହପୁର ନଗର ପ୍ରଭାରୀ ରଞ୍ଜିତ ମହାନ୍ତିଙ୍କ ନେତୃତ୍ୱରେ ପଂଚାୟତର ଜବକାର୍ଡ ଧାରୀ ମାନେ ଏକତ୍ରିତ ହୋଇ ଜଗତସିଂହପୁର ବ୍ଲକ ସମ୍ମୁଖରେ ମଜୁରି ଦାବିରେ ଧାରଣ ଦେଇଥିଲେ।ଏହି  ଧାରଣା କାର୍ଯ୍ୟକ୍ରମରେ ମୁରଲୀ ଭୋଇ, ନିନି ବେୱା, ଲତା ବେହେରା,ନିର ଭୋଇ, ଅନୀ ଭୋଇ ପ୍ରମୂଖ ଜବକାର୍ଡ ଧାରୀ ମାନେ କହିଥିଲେ ଦୀର୍ଘଦିନ ହେବ କାମ କରି ପ୍ରାପ୍ୟ ମାଗିଲେ ମିଳୁଛି ଧମକ।ଲାଞ୍ଚ ମଧ୍ଯ ମାଗୁଛନ୍ତି ଜିଆରଏସ।ସରପଞ୍ଚ ଙ୍କୁ ଅଭିଯୋଗ କଲେ ସେ ମଧ୍ୟ ପ୍ରତାରଣା କରିଛନ୍ତି।ତେଣୁ ବିଡ଼ିଓଙ୍କ ନିକଟକୁ ଆସିଛୁ।ବିଡ଼ିଓ ମହୋଦୟ ଯଦି  ଜବକାର୍ଡ ଧାରୀଙ୍କୁ ପ୍ରାପ୍ୟ ପ୍ରଦାନ ଦିଗରେ ପଦକ୍ଷେପ ନନିଅନ୍ତି ତେବେ ବିଜେପି ପକ୍ଷରୁ ଆନ୍ଦୋଳନ ଜୋରଦାର ହେବ ବୋଲି ମଣ୍ଡଳ ସଭାପତି ଶ୍ରୀପାତ୍ର ଚେତାବନୀ ଦେଇଛନ୍ତି।ତେବେ ବିଡ଼ିଓ ସାଗର ନନ୍ଦଙ୍କୁ ପଚାରିବାରେ ସେ କୁହନ୍ତି ଜିଓ ଟ୍ୟାଗିଂ ରେ ଅସୁବିଧା ହେବା ସହ ବର୍ଷା ଯୋଗୁ ମେଜେରର୍ମେଣ୍ଟ ହୋଇପାରି ନାହିଁ।ତେବେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରି ସେମାନଙ୍କ ର ପ୍ରାପ୍ୟ ଖୁବଶୀଘ୍ର ପ୍ରଦାନ କରାଯିବ |

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here