ବାରାହା ଶିକାର ଉଦ୍ଦେଶ୍ୟରେ ଯାଇଥିବା ୪ ଶିକାରୀ ଗିରଫ

ଡାବୁଗାଁ : ନବରଙ୍ଗପୁର ଜିଲା ଡାବୁଗାଁ ବନାଞ୍ଚଳ ର ମଇଦଲପୁର ସେକସନ ଅଧୀନ ବାର୍ଲି ସଂରକ୍ଷିତ ଜଙ୍ଗଲ ମଧ୍ୟରେ ବାରାହା ଶିକାର ପାଇଁ ଯାଇଥିବା ୪ ଜଣ ଶିକାରୀ ମାନଙ୍କୁ ଡାବୁଗାଁ ବନ ବିଭାଗ ମଙ୍ଗଳବାର ଗିରଫ କରିଛି | ସୂଚନାଯୋଗ୍ୟ :-  ମଇଦଲପୁର  ସେକସନ ଅଧୀନ ବାର୍ଲି ସଂରକ୍ଷିତ ଜଙ୍ଗଲ ନିକଟରେ ଉପରମୁଣ୍ଡା ଗ୍ରାମର ୪ ଜଣ ଲୋକ ସୋମବାର ରାତ୍ରିରେ ଜଙ୍ଗଲ  ମଧ୍ୟରେ ବାରାହା ଶିକାର ଉଦ୍ଦେଶ୍ୟରେ ପ୍ରାୟ ୨ କିମି ଜିଆଇ ତାର ବିଛାଇ ୧୧ କେଭି ବିଦ୍ୟୁତ ଖୁଣ୍ଟରୁ ବିଦ୍ୟୁତ ସଂଯୋଗ କରିଥିଲେ | ରାତ୍ରିରେ ବନ ବିଭାଗ ଖବର ପାଇ ବନ ବିଭାଗ କର୍ମଚାରୀ ଉକ୍ତ ସ୍ଥାନରେ ପହଞ୍ଚି ରାତ୍ରି ସାରା ଜଗି ରହିଥିଲେ | ମଙ୍ଗଳବାର ଭୋର ୪ ଘ॰ ସମୟରେ ୪ ଜଣ ଲୋକ ଆସି ଉକ୍ତ ବିଦ୍ୟୁତ ତାର ଖୋଲିବା ସମୟରେ ପୂର୍ବରୁ ଲୁଚି ରହିଥିବା ବନ ବିଭାଗ କର୍ମଚାରୀ ଆସାମୀ ମାନଙ୍କୁ କାବୁ କରିଥିଲେ | ତାଙ୍କ ଠାରୁ ୭ କି॰ଗ୍ରା॰ ୫୦୦ ଗ୍ରାମ ଜିଆଇ ତାର, ୮୦ ଟି ଖୁଣ୍ଟ ଓ ୪ଟି ଟାଙ୍ଗିଆ ଜବତ କରାଯାଇଛି | ଗିରଫ ହୋଇଥିବା ଆସାମୀ ମାନେ ହେଲେ ଉପରମୁଣ୍ଡା ଗ୍ରାମର ଉଦ୍ଧବ ଜାନୀ (୪୮), ସନୁ ଜାନୀ (୪୫), ସାନୁ ଜାନୀ (୫୨) ଓ ମଧୁ ଗୌଡ (୩୫) | ସମସ୍ତଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଆଜି ନବରଙ୍ଗପୁର କୋର୍ଟ କୁ ଚାଲାଣ କରାଯାଇଛି | ଏନେଇ ଡାବୁଗାଁ ବନାଞ୍ଚଳ କାର୍ଯ୍ୟ|ଳୟ କେସ ନଂ ୧୫୨/୨୦୨୦-୨୧ ରେ ଏକ ମାମଲା ରୁଜୁ କରାଯାଇଛି | ଏହି ଚଢାଉରେ ମଇଦଲପୁର ବନପାଳ ଉମାକାନ୍ତ ପଟ୍ଟନାୟକ, ବନରକ୍ଷୀ ସୁବ୍ରତ ବବାଲି, ରମାକାନ୍ତ ସାହୁ, ଉମାଶଙ୍କର ନାୟକ ଓ କର୍ମଚାରୀ ମାନେ ସାମିଲ ଥିଲେ |                                                                                                                                                                                                                                                           

ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ, odisha1

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here