ରାଉରକେଲାରେ ତ୍ରୃତୀୟ କୋଭିଡ ଚିକିତ୍ସାଳୟ ଉଦଘାଟିତ

ରାଉରକେଲାରେ ଉଦଘାଟନ ହେଲା ତୃତୀୟ କୋଭିଡ଼ ହସ୍ପିଟାଲ । ଉଦିତନଗର ଠାରେ ସହରର ତୃତୀୟ କୋଭିଡ ହସ୍ପିଟାଲ କାର୍ଯ୍ୟକାରୀ ହୋଇଛି । ରାଉରକେଲା ସହରରେ ହାଇଟେକ୍ କୋଭିଡ ହସ୍ପିଟାଲ ଓ ଜେପି କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ଥିବାବେଳେ ଉଦିତନଗର କୋଭିଡ ହସ୍ପିଟାଲ ଆଜି ଉଦଘାଟିତ ହୋଇଛି ଆଉ ଏକ ଆଇସିୟୁ ହସ୍ପିଟାଲ । ଏହି କୋଭିଡ ହସ୍ପିଟାଲରେ ୩୦ ବେଡର ଆଇସିୟୁ ବ୍ୟବସ୍ଥା କରାଯାଇଛି । ସୁନ୍ଦରଗଡ଼ ଜିଲାପାଳ ନିଖିଳ ପବନ କଲ୍ୟାଣ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଆବୋଲି ସୁନିଲ ନରୱଣେ ଉଦଘାଟନ କରିଥିଲେ ।
କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ହାଇଟେକ୍ ହସ୍ପିଟାଲରେ ୨୫ ଆଇସିୟୁ ବେଡ, ଜେପି ହସ୍ପିଟାଲରେ ୬୦ ଆଇସିୟୁ ବେଡ ଓ ଉଦିତନଗର କୋଭିଡ ହସ୍ପିଟାଲରେ ୩୦ ଆଇସିୟୁ ବେଡର ବ୍ୟବସ୍ଥା କରାଯାଇଛି । ରାଉରକେଲା ପ୍ଲାଜମା ବ୍ୟାଙ୍କ ପ୍ଲାଜମା ସଂଗ୍ରହ ରେ ରାଜ୍ୟରେ ଆଗୁଆ ରହିଥିବା ବେଳେ ଅଧିକ ପ୍ଲାଜମା କିପରି ସଂଗ୍ରହ ହେବ ସେନେଇ ଉଦ୍ୟମ ଜାରି ରହିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here