ଢେଙ୍କାନାଳ ସଚେତନ ନାଗରିକ ପ୍ଲେ ସ୍କୁଲ ପକ୍ଷରୁ ସହୀଦ ବାଜି ରାଉତ ଜୟନ୍ତୀ ପାଳିତ

ସର୍ବ କନିଷ୍ଠ ସହୀଦ ବାଜି ରାଉତ ଙ୍କ ଜନ୍ମ ଜୟନ୍ତୀରେ ତାଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ ଓ ଧୂପଦାନ ସମାରୋହ ସୋମବାର ଦିନ ସନ୍ଧ୍ୟାରେ ଢେଙ୍କାନାଳ ସଚେତନ ନାଗରିକ ପ୍ଲେ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି l ବୈଠକ ପ୍ରାରମ୍ଭରେ ଢେଙ୍କାନାଳର ବିଶିଷ୍ଟ  କ୍ରାନ୍ତିକାରୀ ତଥା ଗାନ୍ଧିବାଦୀ  ନେତା ସ୍ବର୍ଗତଃ ପ୍ରଶାନ୍ତ ମିଶ୍ରଙ୍କ ବିୟୋଗରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା l ଉକ୍ତ ବୈଠକ ରେ ସ୍କୁଲର ପରିଚାଳନା ଉପଦେଷ୍ଟା  ତଥା ବରିଷ୍ଠ ଆଇନଜୀବୀ ଶ୍ରୀ ଦିପ୍ତୀଶ ପ୍ରସାଦ ପଟ୍ଟନାୟକ ଅଧ୍ୟକ୍ଷତା କରି କହିଥିଲେ ଯେ ଢେଙ୍କାନାଳ ସଚେତନ ନାଗରିକ ଫୋରମର ପ୍ରୟାସରେ ଆରମ୍ଭ ହୋଇଥିବା ଇଂରାଜୀ ପ୍ଲେ ସ୍କୁଲରେ ଢେଙ୍କାନାଳର କୁନି କୁନି ଗରିବ ପିଲାମାନେ ମଧ୍ୟ ପାଠ ପଢିପାରିବେ l କିନ୍ତୁ, ସେମାନଙ୍କର ପାଠ ପଢ଼ା ବ୍ୟୟ କେହିକେହି ବଦାନ୍ୟ ବ୍ୟକ୍ତି ବହନ କରି ଏହି ପୂଣ୍ୟ କାର୍ଯ୍ୟ କରିବାକୁ ଆଗେଇ ଆସିପାରିବେ।ଏହି ସ୍କୁଲରେ ସମସ୍ତ ପିଲା ମାନଙ୍କୁ ମାଗଣାରେ ଆଡମିଶନ ଦିଆଯିବ ଏବଂ ମାସିକ ଟ୍ୟୁସନ ଫି ବହୁତ ସ୍ୱଳ୍ପ ରଖାଯାଇଛି l ଯେଉଁ ପିଲାମାନେ ଆଦୌ ଫି ଦେବାକୁ ଅକ୍ଷମ, ସେମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା କରିବାପାଇଁ ଉକ୍ତ ବୈଠକ ରେ ସମ୍ମତି ପ୍ରକାଶ ପାଇଅଛି l

 ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ଡ଼ ହରେକୃଷ୍ଣ କର ଯୋଗଦେଇ କହିଥିଲେ ଆଜିର ବ୍ୟସ୍ତ ବହୁଳ ସମାଜରେ ଶିକ୍ଷା ବିଷୟରେ ଶୁଭ ଚିନ୍ତନ କରୁଥିବା ବ୍ୟକ୍ତି ବହୁତ କମ୍ l ଡ଼ା.ଦେବୀପ୍ରସାଦ ମିଶ୍ର କହିଥିଲେ ଯେ ପିଲାମାନଙ୍କ ମସ୍ତିଷ୍କରେ ସୃଜନଶୀଳତା ସୃଷ୍ଟି ହିଁ  ସଫଳ ଶିକ୍ଷା ବ୍ୟବସ୍ଥାର ମୂଳଦୁଆ l ସ୍କୁଲ ପରିଚାଳନା କମିଟି ସଦସ୍ୟା ତଥା ଇଂରାଜୀ ଅଧ୍ୟାପିକା ସୁଶ୍ରୀ ଲଗ୍ନଜିତା ପୃଷ୍ଟି କହିଥିଲେଯେ ଓଡ଼ିଶାରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଭୁଷୁଡ଼ି ପଡିଛି l ଆମ ଭବିଷ୍ୟତ କଣ୍ଟକିତ ହୋଇପଡିଛି l ଆଜିର ଯୁଗରେ ଇଂରାଜୀ ଶିକ୍ଷାର ଆବଶ୍ୟକ ନିହାତି ରହିଛି l ଫୋରମର ସମ୍ପାଦକ ଶ୍ରୀ ଭରତ ଦାସ କହିଥିଲେ ଯେ ସ୍କୁଲ ସମୟରୁ ପିଲାମାନଙ୍କ ମନରେ ତ୍ୟାଗର ଭାବନା ଜାତ ହେବା ଉଚିତ ଓ ସମଭାବପୂର୍ଣ୍ଣ ବ୍ୟକ୍ତିମାନେ ଏକାଠି ହେବା ଉଚିତ l ଉକ୍ତ ବୈଠକରେ ସ୍କୁଲର ପରିଚାଳନା କମିଟି ସମ୍ପାଦକ ତଥା ଆଇନଜୀବୀ ଗୁପ୍ତେଶ୍ୱର ମିଶ୍ର, ଇଂ ଦେବବ୍ରତ ଭଟ୍ଟ, ନରେନ୍ଦ୍ର ବେହେରା, ରଶ୍ମିରଂଜନ ପାଢ଼ୀ, ଦିପ୍ତୀରଂଜନ ସ୍ୱାଇଁ, ଦୀନବନ୍ଧୁ ସେନାପତି, ଚିତ୍ତରଞ୍ଜନ ରାଉତ ଓ ସ୍କୁଲ ଶିକ୍ଷା ବିଭାଗ କମିଟି ସଦସ୍ୟା ପ୍ରଭାତୀ ମହାପାତ୍ର, ଶିଳ୍ପୀଶ୍ରୀ ହରିଚନ୍ଦନ, ସାବାନା ଜାହିର ପ୍ରମୁଖ ଉପସ୍ଥିତ ରହି ବାଜି ରାଉତ ଙ୍କର ସ୍ମୃତି ଚାରଣ କରିଥିଲେ l ବୈଠକରେ ଫୋରମର ନଗର ସମ୍ପାଦକ ଦୟାନିଧି ବେହେରା, ଡ଼ା.ଶାନ୍ତି ସ୍ୱରୂପ ପଣ୍ଡା,ବିଶ୍ୱଜିତ ବରାଳ, ବିଶ୍ବପ୍ରତାପ ସ୍ୱାଇଁ, ସୟଦ ରିୟାଜ ଅଲ୍ଲୀ ପ୍ରମୁଖ ସହଯୋଗ କରିଥିଲେ l ପରିଶେଷରେ ସ୍କୁଲର ଅଧ୍ୟକ୍ଷ ପଙ୍କଜ ନାୟକ ବାଳୁତ ବାଜି ରାଉତଙ୍କ ସ୍ମୃତି ଚାରଣ କରି ଧନ୍ୟବାଦ ଅର୍ପଣ କରିଥିଲେ l

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here