ରାଜଗାଙ୍ଗପୁର ସହର ରେ ଉରୁସ ପର୍ବ ପାଳିତ

ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହର ରେ ହାଜି ହଜରତ ଲାଲ ସାହ ବାବାଙ୍କ ଉରୁସ ପର୍ବ ନିଡ଼ାମ୍ବର ସହ ପାଳିତ ହୋଇଛି !କରୋନା ମହାମାରୀ ପ୍ରଭାବ ଯୋଗୁଁ ଏ ବର୍ଷ ରାଜଗାଙ୍ଗପୁର ସହର ରେ ଉରୁସ ପର୍ବ ଫିକା ପଡ଼ିଥିବା ଦେଖିବାକୁ ମିଳିଛି !ପ୍ରତେକ ବର୍ଷ ଏହି ପର୍ବ ରାଜଗାଙ୍ଗପୁର ସହରରେ ଲାଲ ସାହା ବାବା ମଜାର ଠାରେ ଧୁମ ଧାମ ଓ ଯାକ ଜକମ ରେ ପାଳିତ ହୋଇ ଥାଏ !କିନ୍ତୁ ଏ ବର୍ଷ ଏହା ଫିକା ପଡ଼ିଥିବା ଦେଖିବାକୁ ମିଳି ଥିଲା !ପ୍ରତେକ ବର୍ଷ ଏହି ପର୍ବ ରାଜଗାଙ୍ଗପୁର ସହରରେ ଦୁଇ ଦିନ ଧରି ପାଳିତ ହୋଇଥାଏ ଏବଂ ବହୁ ସଂଖ୍ୟାରେ ରାଜ୍ୟ ଓ ରାଜ୍ୟବାହାରୁ ଯେପରି କି ପଡୋଶୀ ରାଜ୍ୟ ଛତିଶଗଡ଼ ଝାରଖଣ୍ଡ ମଧ୍ୟ୍ୟପ୍ରଦେଶ ଭଳି ଅନ୍ୟ ରାଜ୍ୟରୁ ଲୋକ ମାନେ ଏଠାକୁ ଆସି ଉରୁସ ପର୍ବ ରେ ବାବା ଙ୍କ ନିକଟ ରେ ଚାଦର ଚଢାଇବା ସହ ଏଠାରେ ଲାଗିଥିବା ଦୋକାନ ବଜାର ଓ ମେଳାର ଆନନ୍ଦ ନେଇ ଥାନ୍ତି !କିନ୍ତୁ ଏ ବର୍ଷ କରୋନା ମହାମାରୀ ପ୍ରଭାବ ଯୋଗୁଁ ମେଳା ଓ ଦୋକାନ ବଜାର ବନ୍ଦ ଥିବା ବେଳେ ରାଜଗାଙ୍ଗପୁର ପୋଲିଶ ପ୍ରଶାସନ ପକ୍ଷରୁ ମଧ୍ୟ କରୋନା ଜନିତ କଟକଣା ଯେପରିକି ମାକ୍ସ ପିନ୍ଧିବା, ସାମାଜିକ ଦୂରତା ଭଳି ଅନ୍ୟାନ କଟ କଣା ଉପରେ ମଧ୍ୟ ନଜର ରଖା ଯାଇଥିଲା !ମଜାର ବାହାରେ ମଧ୍ୟ ଦୋକାନ ବଜାର ଲଗା ଯାଇ ନଥିବା ବେଳେ ମଜାର ଭିତରେ ସମସ୍ତ ବ୍ୟବସ୍ଥା କରାଯାଇ ଥିଲା !କରୋନା ମହାମାରୀ ଯୋଗୁଁ ସହରର ସମସ୍ତ ଧର୍ମର ପର୍ବ ପର୍ବାଣି ଏ ବର୍ଷ ଫିକା ପଡ଼ିଥିବା ଜଣା ପଡିଛି  ।

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here