ଡ଼ଙ୍ଗରିଗୁଡା ଗ୍ରାମରେ ଫସଲ ପ୍ରଦର୍ଶନୀ ଓ ଚାଷୀ ସମ୍ମିଳନୀ

ଡାବୁଗାଁ, ୪/୧୦ ଶନିବାର ଅପରାହ୍ନରେ  ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକର ଡ଼ଙ୍ଗରିଗୁଡା ପଞ୍ଚାୟତ ଅଧୀନ ଡ଼ଙ୍ଗରିଗୁଡା ଗ୍ରାମରେ ଶ୍ରୀରାମ ବୟୋସିଡ ଜେନେଟିକ ଶଙ୍କର ଧାନ ଓ ମକା ବିହନ କମ୍ପାନୀ ତରଫରୁ ଫସଲ ପ୍ରଦର୍ଶନୀ ଓ ଚାଷୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି | ଏଥିରେ ଶ୍ରୀରାମ ବୟୋସିଡ ଜେନେଟିକ ସିଡ୍ସ କମ୍ପାନୀର କ୍ଷେତ୍ର ଅଧିକାରୀ ସୌଭାଗ୍ୟ କୁମାର ସାହୁ ଯୋଗ ଦେଇ ଚାଷୀ ମାନଙ୍କୁ ଉନ୍ନତ ଚାଷ ପ୍ରଣାଣୀ, ଶଙ୍କର ଜାତୀୟ ମକା ଓ ଧାନ ବିହନ ଚାଷ କରି ଅଧିକ ଅମଳ ପାଇବା ଓ ଫସଲରେ ବିଭିନ୍ନ ସମୟରେ ଦେଖା ଯାଉଥିବା ରୋଗପୋକର ନିରାକରଣ ଉପରେ ବୁଝାଇଥିଲେ | ଏହା ପରେ ଗ୍ରାମର ଚାଷୀ ପିତମ ଗୌଡ ଙ୍କ ନିଜ କ୍ଷେତରେ ଶ୍ରୀରାମ ବୟୋସିଡ ଜେନେଟିକ କମ୍ପାନୀର ଶଙ୍କର ଧାନ ଫଟାଫଟ ଚାଷ କୁ ଚାଷୀ ମାନେ ପରିଦର୍ଶନ କରିଥିଲେ | ଏଥିରେ ଡାବୁଗାଁ ବିକ୍ରେତା ଓ ଡ଼ଙ୍ଗରିଗୁଡା ଗ୍ରାମର ଚାଷୀ ମାନେ ଉପସ୍ଥିତ ଥିଲେ | ଉକ୍ତ କାର୍ଯ୍ୟକ୍ରମକୁ କମ୍ପାନୀ କର୍ମଚାରୀ ବିରାଞ୍ଚି ପଲାଇ ଓ ଅଜୟ ଭତ୍ରା ପ୍ରମୁଖ ପରିଚାଳନା କରିଥିଲେ |                                                                                                                                                                                            

ପ୍ରଜ୍ଞା ରଞ୍ଜନ ପରିଡା, ଡାବୁଗାଁ, Odisha 1

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here