ସର୍ବାଧିକ ୧୦୪ ୟୁନିଟ ପ୍ଳାଜ଼ମା ସଂଗ୍ରହ କରି ରାଉରକେଲା ପ୍ଳାଜ଼ମା ବ୍ୟାଙ୍କ ସମଗ୍ର ରାଜ୍ୟରେ ପ୍ରଥମ

କୋଭିଡ ସଂକ୍ରମଣ ଓ ବ୍ୟାପକତା କୁ ଦୃଷ୍ଟିରେ ରଖି ଓଡିଶା ସରକାର କରୋନା ର ସଂଜୀବନୀ ପ୍ଲାଜମା ସଂଗ୍ରହ ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରିଛନ୍ତି l ଏହି ପରିପ୍ରେକ୍ଷୀରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ଆଇ. ଜି. ଏଚ ଠାରେ ରାଜ୍ୟର ତୃତୀୟ ପ୍ଳାଜମା ବ୍ୟାଙ୍କ କୁ ଗତ ତା ୩୦/୭/୨୦ ରେ ଭିଡିଓ କନଫରେନସିଂ ମାଧ୍ୟମରେ ଉଦଘାଟନ କରି ଜିଲ୍ଲା ବାସୀଙ୍କ ନିମନ୍ତେ ଉସର୍ଗ କରିଥିଲେ l ଯାହା ଦ୍ୱାରା ଜିଲ୍ଲାର ତଥା ପଡୋଶୀ ଜିଲ୍ଲାର ଗୁରୁତର ସଂକ୍ରମିତ ରୋଗୀ ଙ୍କୁ ସୁସ୍ଥ କରାଯାଇପାରିବ l ଆଜିସୁଦ୍ଧା ଏହି ପ୍ଳାଜ଼ମା ବ୍ୟାଙ୍କ ରେ ସର୍ବାଧିକ ୧୦୪ ୟୁନିଟ ପ୍ଲାଜମା ସଂଗୃହିତ ହୋଇ ରାଉରକେଲା ପ୍ଳାଜ଼ମା ସଂଗ୍ରହରେ ରାଜ୍ୟରେ ସର୍ବପ୍ରଥମ ହୋଇପାରିଛି l ଏହା ଜିଲ୍ଲା ପାଇଁ ଏକ ଗୌରବର ବିଷୟ, ଏହି ଗୌରବ ପାଇଁ ଜିଲ୍ଲା ପ୍ରଶାସନ ରାଉରକେଲା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ ଙ୍କୁ ସାଧୁବାଦ ଜଣାଇଛନ୍ତି l ଏହି ପ୍ଲାଜମା ସଂଗ୍ରହର ଦ୍ରୁତ ଅଗ୍ରଗତିରେ ମାନ୍ୟବର ବିଧାୟକ ଙ୍କ ସମ୍ପୃକ୍ତି ତଥା ପ୍ଳାଜ଼ମା ଦାନ ନିମନ୍ତେ ବ୍ୟକ୍ତିଗତ ଭାବେ ଉତ୍ସାହିତ କରିବା ହେତୁ ଏହାର ସଂଖ୍ୟା ବୃଦ୍ଧି ହେଉଛି l ପୁନଶ୍ଚ ଜିଲ୍ଲାରେ ପ୍ଳାଜ଼ମା ଦାନ ନିମନ୍ତେ ପ୍ରଶାସନ ତରଫରୁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱଣେ ଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ ଦୁଇ ଜଣ ଓ.ଏ. ଏସ. ଅଧିକାରୀ ଙ୍କ ତତ୍ୱାବଧାନରେ ୨ ଗୋଟି ଦଳ ପ୍ଳାଜ଼ମା ଦାନ ନିମନ୍ତେ ଘରକୁ ଘର ବୁଲି ଉତ୍ସାହିତ କରୁଛନ୍ତି, ଏପରିକି ଜିଲ୍ଲା କଲ ସେଣ୍ଟର ରୁ ମଧ୍ୟ୍ୟ ପୁନଃ ପୁନଃ ଯୋଗାଯୋଗ କରାଯାଇ ଏହି ମହାନ ଦାନ ପାଇଁ ପ୍ରବର୍ତା ଯାଉଛି l ଏହି ପ୍ଲାଜମ ଦାନ ସଂଗ୍ରହ ନିମନ୍ତେ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ, ସ୍ବେଛାସେବୀ, ଙ୍କ ସ୍ୱତଃ ସମ୍ପୃକ୍ତି ପାଇଁ ପ୍ରଶାସନ ତରଫରୁ ଧନ୍ୟବାଦ ଦିଆଯାଉଛି l ବିଶେଷ ଭାବେ ପ୍ଳାଜ଼ମା ଦାନ କରିଥିବା ବ୍ୟକ୍ତି ବିଶେଷ, ସଂଗ୍ରହରେ ସମ୍ପୃକ୍ତ ଡାକ୍ତର ସମୂହ, ସ୍ୱାସ୍ଥ୍ୟ କର୍ମୀ ପ୍ରଭୁତିଙ୍କୁ ପ୍ରଶାସନ ତରଫରୁ ସାଧୁବାଦ ଦେବା ସହ ତାଙ୍କର ଏହି ମହତ ଯୋଗଦାନ ପାଇଁ ସମ୍ମାନିତ କରି ଧନ୍ୟ ହୋଇଛି l


ଗତ ଦିନରେ ଜିଲ୍ଲାର ପ୍ଲାଜମା ଦାନ ନିମନ୍ତେ ସମ୍ମାନିତ କରାଯାଇଥିବାବେଳେ ଆଜି ସ୍ଥାନୀୟ ଆଇ ଟି ଡି ଏ ସମ୍ମିଳନୀ ଗୃହ ରେ ଜିଲ୍ଲା ପ୍ରଶାସନ ରୋଟାରୀ କ୍ଲବ, ଲାୟନ କ୍ଲୁବ, ଚେମ୍ବର ଅଫ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରି ରାଉରକେଲା ତରଫରୁ ଏହି ମହାନ ଦାନ ନିମନ୍ତେ ସମ୍ମାନିତ କରାଯାଇ ଉତ୍ସାହିତ କରାଯାଇଛି l ଆଜିର ଏହି ଅବସରରେ ମାନ୍ୟବର ବିଧାୟକ ରାଉରକେଲା ଶ୍ରୀ ସାରଦା ପ୍ରସାଦ ନାୟକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱଣେ

ଆଇ ଜି ଏଚ ନିର୍ଦେଶକ ବି. କେ. ହୋତା, ପ୍ରେସିଡେଣ୍ଟ ଚେମ୍ବର ଅଫ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରି ରାଉରକେଲା ପ୍ରବୀଣ ଗର୍ଗ, ଓ ଏସ ଏ ପି କମାଣ୍ଡାଣ୍ଟ ପି କେ ମିଶ୍ର, ପ୍ରମୁଖ ଙ୍କ ସହ ବିଶେଷ କର୍ମକର୍ତା ପ୍ରମୁଖ ଉପସ୍ଥିତ ରହି ପ୍ଳାଜ଼ମା ଦାତା ଉତ୍ସାହିତ କରିବାସହ ଆଗାମୀ ଦିନରେ ଆହୁରି ଅଧିକରୁ ଅଧିକ ସଂଗ୍ରହ ନିମେନ୍ତ ଗୁରୁତ୍ୱାରୋପ କରିଛନ୍ତି l

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here