ପୁରୀ ସ୍ୱର୍ଗ ଦ୍ୱାରଠାରେ ପ୍ରଦୀପ୍ ମହାରଥୀଙ୍କ ଶେଷକୃତ୍ୟ ସଂପନ୍ନ ।

ଆଜି ପିପିଲି ଓ ଡେଲାଂଗର ପୂର୍ବତନ ବିଧାୟକ ଏବଂ ବିଜୁ ଜନତା ଦଳର ଜଣେ ଆଗଧାଡିର ଟାଣୁଆ ମନ୍ତ୍ରୀ ସ୍ୱର୍ଗତ ପ୍ରଦୀପ୍ ମହାରଥୀଙ୍କ ପାର୍ଥିବ ମରଶରୀର ର ଶେଷକୃତ୍ୟ ପୁରୀ ସ୍ଵର୍ଗଦ୍ଵାର ଠାରେ ରାଜ୍ୟ ବିଜେଡି ଉପସଭାପତି ଶ୍ରୀଯୁକ୍ତ ଶିବାଶିଷ ଖୁଣ୍ଟିଆଙ୍କ ନେତୃତ୍ୱରେ ସଂମ୍ପର୍ଣ୍ଣ କରା ଯାଇଥିବା ବେଳେ ତାଙ୍କ ପୁଅ ତାଙ୍କୁ ମୂଖାଅଗ୍ନୀ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜୁ ଜନତା ଦଳର ବହୁ ନେତା ମନ୍ତ୍ରୀଙ୍କ ସହିତ ଅନେକ ନେତୃବୃନ୍ଦ, ବୁଦ୍ଧିଜିବୀ,ସାମ୍ବାଦିକ,ଜ୍ଞାନୀ,ଗୁଣୀ ବ୍ୟକ୍ତିତ୍ୱର ଅଧିକାରୀ ଏବଂ ସ୍ୱର୍ଗତ ମହାରଥୀଙ୍କୁ ଭଲ ପାଉଥିବା ପିପିଲି, ଡେଲାଂଗ ଏବଂ ପୁରୀ ଅଞ୍ଚଳ ବା ନିର୍ବାଚନ ମଣ୍ଡଳୀର ହଜାର ହଜାର ଜନ ସାଧାରଣ ଓ ମହାରଥୀ ପ୍ରେମୀମାନେ ମଧ୍ୟ ଅନ୍ତିମ ସଂସ୍କାର ବେଳେ ଉପସ୍ଥିତ ରହି ତାଙ୍କୁ ଶେଷ ଦର୍ଶନ କରିବା ସହିତ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ତାଙ୍କ ଅମର ଆତ୍ମାର ସଦଗତୀ କାମନା କରିଥିଲେ । ଏବଂ ତାଙ୍କ ପରିବାର ବର୍ଗଙ୍କର ଦୀର୍ଘାୟୁ କାମନା କରିବା ସହିତ ଓଡିଶାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥ ମହା ପ୍ରଭୁଙ୍କ ନିକଟରେ ମଂଗଳ କାମନା କରିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

ପୁରୀରୁ ଆମ ଚିଫ୍ ବ୍ୟୁରୋଙ୍କ ରିପୋର୍ଟ, odisha1.tv

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here