ପାଣିରେ ବୁଡି ଯୁବକର ମୃତ୍ୟୁ

ଡାବୁଗାଁ, ୪/୧୦ ନବରଙ୍ଗପୁର ଜିଲା ଡାବୁଗାଁ ଥାନା ର ଶିଂସାରି ଫାଣ୍ଡି ଅଧୀନ ତୁରୁଞ୍ଜି ଗ୍ରାମରେ ପାଣିରେ ବୁଡି ଜଣେ ଯୁବକ ର ମୃତ୍ୟୁ ହୋଇଥିବା ନେଇ ଶୁକ୍ରବାର ରାତିରେ ଡାବୁଗାଁ ଥାନାରେ ଅଭିଯୋଗ ହୋଇଥିଲା | ସୂଚନାଯୋଗ୍ୟ:- ଶିଂସାରି ଫାଣ୍ଡି ଅଧୀନ ତୁରୁଞ୍ଜି ଗ୍ରାମର ପଦମ ପନକା ଙ୍କ ପୁଅ ରୁପନ ପନକା (୨୨) ଶୁକ୍ରବାର ଅପରାହ୍ନରେ ଗ୍ରାମ ପାଖ ପୋଖରୀ ନିକଟ କୁ ଝାଡା ଯାଇଥଲେ | ପରେ ପୋଖରୀରେ ଧୁଆଧୋଇ ହେବା ସମୟରେ ତାଙ୍କର ଗୋଡ ଖସି ଯାଇଥିଲା ଫଳରେ ସେ ପାଣିରେ ବୁଡି ଯାଇ ମୃତ୍ୟୁ ବରଣ କରିଥିଲେ | ଏନେଇ ମୃତକ ର ବାପା ପଦମ ଶୁକ୍ରବାର ରାତିରେ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଶନିବାର ସକାଳେ ଶିଂସାରି ଫାଣ୍ଡି ଅଧିକାରୀ କୈଳାସ ଚନ୍ଦ୍ର ବେହେରା ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ | ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ ୨୪/୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି |

ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ, Odisha1

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here