ବଲେରୋ ଓ ସ୍କୁଟି ଦୁର୍ଘଟଣାରେ ଜଣେ ମୃତ ୨ ଗୁରୁତର

ସୁନ୍ଦରଗଡ ଜିଲ୍ଲା କିରେଇ ଅଞ୍ଚଳରେ ଥିବା ସୂତାକଳ ସମ୍ମୁଖରେ ହୋଇଥିବା ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ପ୍ରକାଶ ଖଡିଆ ( ୨୮ ) ର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ବିଶ୍ବଜିତ ଖଡିଆ ( ୧୫) ଓ କପୁର ଖଡିଆ ( ୧୧ ) ଗୁରୁତର ଆହତ ହୋଇ ସୁନ୍ଦରଗଡ ସରକାରୀ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ତେବେ ଡାକ୍ତରଖାନାର ସୂଚନା ଅନୁଯାୟୀ କପୁର ଖଡିଆଙ୍କ ଅବସ୍ଥା ସଙ୍କଟା ପନ୍ନ ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରୀତ କରାଯାଇଥିବା ଜଣାପଡିଛି । ଏକ ସ୍କୁଟି ଯୋଗେ ୩ ଜଣ ଯାଉଥିବା ବେଳେ ଦ୍ରୁତ ଗତିରେ ପଛପଟୁ ଆସୁଥିବା ଓଡି ୦୧ ଏମ ୭୩୫୫ ନଂ ବଲେରୋଟି ଭାରସାମ୍ୟ ହରାଇ ସ୍କୁଟିକୁ ଧକ୍କା ଦେଇ ରାସ୍ତା ଉପରେ ଓଲଟି ପଡିଥିଲା । ଉକ୍ତ ଦୁର୍ଘଟଣାରେ ସ୍କୁଟି ଚାଳକ ପ୍ରକାଶ ଖଡିଆଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇ ଯାଇଥିଲା । ଖବର ପାଇ ଘଟଣାସ୍ଥଳକୁ ସଦର ଥାନା ପହଞ୍ଚି ମୃତ ଯୁବକର ଶବକୁ ଜବତ କରି ଗୁରୁତର ମାନଙ୍କୁ ସୁନ୍ଦରଗଡ ସରକାରୀ ଚିକିତ୍ସାଳୟକୁ ପଠାଇବା ସହ ଘୁର୍ଘଟଣାଗ୍ରସ୍ତ ବଲେରୋ ଓ ସ୍କୁଟିକୁ ମଧ୍ୟ ଜବତ କରିଥିବା ପରିଲକ୍ଷିତ ହୋଇଛି । ତେବେ କେଉଁ କାରଣରୁ ଏତେବଡ ଦୁର୍ଘଟଣା ଘଟିଲା ସେ ନେଇ ସଦର ପୋଲିଶର ତଦନ୍ତ ଜାରି ରହିଛି ।

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here