ନୂତନ କୃଷି ନୀତିକୁ ନେଇ ସାଂସଦଙ୍କ କୃଷି ସମ୍ମିଳନୀ

ନୂତନ କୃଷି ନୀୟମ ଚାଷୀଙ୍କ ବଳ , ବିରୋଧୀଙ୍କ ପାଇଁ କାଳ ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ ସାଂସଦ ଜୁଏଲ ଓରାମ କହିଛନ୍ତି । ଆଜି ସୁନ୍ଦରଗଡ଼ ଜିଲ୍ଲା ନୁଆଗାଁ ବ୍ଲକ ଟିସ୍କୋ କମ୍ୟୁନିଟି ସେଣ୍ଟର ରେ ବିଜେପି ପକ୍ଷରୁ ଆୟୋଜିତ କୃଷି ସମାବେଶରେ ଜୁଏଲ୍ ଓରାମ ଯୋଗ ଦେଇ କହିଛନ୍ତି ଚାଷୀମାନଙ୍କୁ ସଶକ୍ତ, ସଚଳ ଓ ଆତ୍ମନିର୍ଭରଶୀଳ ହେବା ପାଇଁ ଏହି ନୂତନ ଆଇନ୍ ସଞ୍ଜିବନୀ ସଦୃଶ lଏହି ଆଇନ ଦ୍ଵାରା ଚାଷୀମାନେ କୃଷିଜାତ ସାମଗ୍ରୀକୁ ନିଜ ଇଚ୍ଛା ଅନୁଯାୟୀ ସଠିକ୍ ମୂଲ୍ୟରେ କେଉଁଠିବି ବିକ୍ରି କରିବାର ପୂର୍ଣ୍ଣ ସ୍ୱାଧୀନତା ପାଇ ପାରିବେ । ଦଲାଲମାନଙ୍କ କବଳରୁ ମୁକ୍ତି ପାଇପାରିବେ । ସାରା ଦେଶରେ ଚାଷୀଙ୍କ ପାଇଁ ଗୋଟିଏ ଦେଶ , ଗୋଟିଏ ବଜାର ସୃଷ୍ଟି ହେବ । ୨୦୧୨ରେ ଯେଉଁ କଂଗ୍ରେସଦଳ କୃଷିଜାତ ଦ୍ରବ୍ୟର ବାଧାମୁକ୍ତ ବଜାର ଚାହୁଁଥିଲା , କେଉଁ କାରଣ ପାଇଁ ଆଜି ତା’ର ହତାସ ଓ ଦୋମୁହାଁ ନୀତି ଯୋଗୁଁ ଏବେ ତାହା ଜନସାଧାରଣ ଜାଣିବା ଦରକାର । ମୋଦି ସରକାରରେ କୃଷି ବଜେଟ୍‌କୁ ବହୁ ଗୁଣିତ କରାଯିବା ସହ ପ୍ରଧାନମନ୍ତ୍ରୀ ସମାନନିତି ଯୋଜନାରେ ୯୪ ହଜାର କୋଟି ଟଙ୍କା ସିଧାସଳଖ ୧୦ କୋଟିରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଖାତାରେ ଜମା ହୋଇଛି ବୋଲି ସେ କହିଥିଲେ । ସୁନ୍ଦରଗଡ଼ ସାଂସଦ ଜୁଏଲ୍ ଓରାମ ଏହି କୃଷି ସମ୍ମିଳନୀ ରେ କେନ୍ଦ୍ର ସରକାରଙ୍କ ର ନୂତନ କୃଷି ନୀତି ଉପରେ ସମସ୍ତ ତଥ୍ୟ ପ୍ରଦାନ କରିଥିଲେ l

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here