ଦୁଇଟି ଚୋରୀ ଘଟଣାରେ ୪ ଗିରଫ ସହ ସମସ୍ତ ଚୋରୀ ସାମଗ୍ରୀ ଜବତ

ସୁନ୍ଦରଗଡ ଜିଲ୍ଲା ହେମଗିର ଥାନା ଅଞ୍ଚଳରେ ଏକ ବଡ ଧରଣର ଚୋରୀର ପର୍ଦାଫାସ ହେବା ସହ ହେମଗିର ପୋଲିଶକୁ ମିଳିଛି ବଡ ସଫଳତା । ହେମଗିର ଅଞ୍ଚଳରେ ସୂର୍ଯ୍ୟକାନ୍ତ ବାରିକ ଏକ ଛୋଟ କିରାନା ଦୋକାନ କରି ନିଜର ଓ ପରିବାରର ଗୁଜରାଣ ମେଣ୍ଟାଉ ଥିବା ବେଳେ ରଙ୍ଗିଆ ଢୀବାର ବାସୀନ୍ଦା ସୁରେନ୍ଦ୍ର ପଟେଲ ଓ କମଳ ନାଏକ ଉକ୍ତ କିରାନା ଦୋକାନରୁ ଅନ୍ୟୁତ ୨୫ ହଜାର ଟଙ୍କାର କିରାନା ସାମଗ୍ରୀ ଚୋରୀ କରି ନେଇଥିବାର ହେମଗିର ଥାନାରେ ଅଭିଯୋଗ ହୋଇଥିଲା । ଅନୁରୂପ ଭାବେ ସ୍ଥାନୀୟ ଅଞ୍ଚଳରେ ଚାଲିଥିବା ରାସ୍ତା କାମ ସକାସେ ବ୍ୟବହାର ହେଉଥିବା ୩ ଏଚ ପିର ପାଣି ମୋଟର ଓ ପାଇପକୁ ରଙ୍ଗିଆଢିପା ବାସୀନ୍ଦା ରଘୁ ବାଗ ଓ ଝାଡୁ ନାଏକ ସମେତ କମଲ ନାଏକ ଓ ସୁରେନ୍ଦ୍ର ପଟେଲ ଚୋରୀ କରି ନେଇଥିବା ନେଇ ରାସ୍ତା କାମରେ ସୁପରଭାଇଜର ଥିବା ଚୂଆବାହାଲ ଗ୍ରାମର ଅଧିବାସୀ ଗୌରାଙ୍ଗ ସାହୁ ହେମଗିର ଥାନାରେ ଅଭିଯୋଗ କରିଥିଲେ । ଦୁଇଟି ଚୋରୀ ଅଭିଯୋଗ ଉପରେ ଗୁରୁତ୍ବ ଦେଇ ହେମଗିର ପୋଲିଶ ତଦନ୍ତ କରି ଉପର ଲିଖିତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ସମସ୍ତ ଚୋରୀ ଚୋରୀ ସାମଗ୍ରୀ ଉଦ୍ଧାର ହେବା ସହ ସୁରେନ୍ଦ୍ର ପଟେଲ ଘରୁ ବହୁ ମାତ୍ରାରେ ତାର ସମେତ ଗୋଟିଏ ଏଲସିଡି ମଧ୍ୟ ଜବତ କରିଥିଲେ । ଏ ନେଇ ଥାନାରେ ଦୁଇଟି ଚୋରୀ ମାମଲା ରୁଜୁ ହେବା ସହ ପ୍ରାଥମିକ ତଦନ୍ତ ପରେ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରା ଯାଇଥିବା ନେଇ ମତବ୍ୟକ୍ତ କରିଥିଲେ ହେମଗିର ଥାନା ଅଧିକାରୀ ।

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here