ବାପ ଓ ମାଙ୍କୁ ହରାଇ ଦୁଇଭାଇ ବେ ସାହାରା ହୋଇ ଯାଇଛନ୍ତି

ମା ଓ ବାପାଙ୍କୁ ହରାଇ ରାଜଗାଙ୍ଗପୁର ପୌରପାଳିକା ଅନ୍ତର୍ଗତ ୱାର୍ଡ ନ ୭ ରେ ରହୁଛନ୍ତି ଦୁଇ ଭାଇ ଅର୍ଜୁନ କୁକୁର (୧୬ )ଓ ଛତୁ କୁକୁର( ୧୩)ବାପା ମା ୫ ବର୍ଷ ପୂର୍ବେ ଆଖି ବୁଜିବା ପରେ ବେସାହାରା ହୋଇ ଯାଇଛନ୍ତି ଏହି ଦୁଇ ଭାଇ । ବେଳେ ବେଳେ ସାଇ ପଡିଶା ଲୋକେ ଖାଇବା କୁ ଦେଉଥିବା ବେଳେ ବଡ ଭାଈ ଅର୍ଜୁନ କୁଲି ମଜୁରୀ କରି ଯାହା ଆଣେ ସେଥିରେ ହସ ଖୁସିରେ ଚଳିଯାଆନ୍ତି ଦୁଇ ଭାଈ । ଭାଗ୍ୟର ବିଡମ୍ବନା ମୁଣ୍ଡ ଉପରେ ନା ଅଛି ବାପା ର ହାତ ନା ମା ର ପଣତ କାନି ଏପରିକି ଚଳିବାକୁ ସମ୍ବଳବି ନାହିଁ , ଅଛି ତ ଗୋଟେ ଭଙ୍ଗା ମାଟିର ଘର ଖଣ୍ଡିଏ। ସାନଭାଇ କୁ ଅଷ୍ଟମ ପର୍ଯ୍ୟନ୍ତ ପାଠ ପଠେଇବା ପରେ  ବଡଭାଇର ଆଉ ସମ୍ବଳ ହୋଇ ନ ପାରିବା ଯୋଗୁଁ ସାନ ଭାଇର ପାଠ ପଢାରେ ଡୋରି ବନ୍ଧା ହୋଇଗଲା । କାର୍ଡତ ଅଛି ହେଲେ ସରକାରଙ୍କ ନିୟମ ମୁତାବକ ମୁଣ୍ଡ ପିଛା ୫ କେଜି ହିସାବରେ ଦୁଇ ଜଣ ଙ୍କୁ ୧୦ କେଜି ଚାଉଳ ମିଳିବା କଥା ହେଲେ ଆଧାର କାର୍ଡରେ ତ୍ରୁଟି ଯୋଗୁଁ ତାହା ମଧ୍ୟ ଜଣକୁ ମିଳୁଅଛି। ନା ଅଛି ବିଜୁଳି , ଉଜ୍ଜ୍ବଲା ଯୋଜନାରୁ ବଂଚିତ ଏହି ଦୁଇ ନାବାଳକ ।ଏ ବିଷୟରେ ରାଜଗାଙ୍ଗପୁର ବି ଡି ଓ  ଯିଏ କି ପୌରକାର୍ଯ୍ୟ ନିର୍ବାର୍ହି ଅଧିକାରୀ ଦାୟିତ୍ୱରେ  ଅଛନ୍ତି ଶ୍ରୀ ପୀୟୂଷ ଲୋହାରଙ୍କୁ ଦୁଇ ନାବାଳକ ଙ୍କ ଦୁଃଖ ଅବଗତ କରିବା ପରେ ଏ ଉପରେ ଅନୁସନ୍ଧାନ କରି ଯଥା ଶୀଘ୍ର ସରକାରଙ୍କ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । କଥାରେ ଅଛି ମା ନାହିଁ ଯାହାର ସାହା ନାହିଁ ତାହାର ତେବେ ଗରିବ ଙ୍କ ପାଇଁ ସରକାର ଅନେକ ଯୋଜନା ମାନ କରିଥିବା ବେଳେ ଏଇ ଦୁଇ ଗରିବ ନାବାଳକ ଭାଈଙ୍କ ଉପରେ ପ୍ରଶାସନର ନଜର କେବେ ପଡିବ  ତାହା ଦେଖିବାକୁ ବାକି ରହିଲା।

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here