ବିଜେପିର ସାମ୍ବାଦିକ ସମ୍ମିଳନୀ

ରାଉରକେଲା ସହରର ସେକ୍ଟର – ୩ ବିଜେପି କାର୍ଯ୍ୟଳୟରେ ସୁନ୍ଦରଗଡ଼ ସାଂସଦ ଶ୍ରୀ ଜୁଏଲ ଓରାମଙ୍କ ନେତୃତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସମ୍ବିଳନୀରେ କେନ୍ଦ୍ର ସରକାର କୃଷକ ଭାଇମାନେ ଅନେକ ସମୟରେ ଚାଷ କରି ସରକାରୀ ମଣ୍ଡିରେ ଦେଉଥିଲେ ବର୍ତ୍ତମାନ ଚାଷ କରୁଥିବା ଚାଷୀ ଭାଇ ମାନେ ବାହାରେ ବ୍ରିକ୍ରି କରି ପାରିବେ ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଚେଷ୍ଟା କୃଷି କ୍ଷେତ୍ରକୁ ସମୃଦ୍ଧ ଏବଂ ଚାଷୀଙ୍କୁ ସଶକ୍ତ କରିବା । ଚାଷୀଙ୍କ ଆୟକୁ ଦୁଇ ଗୁଣ କରିବାର ଦିଗରେ କେନ୍ଦ୍ର ସରକାର ଅନେକ ପଦକ୍ଷେପ ନେଉଛନ୍ତି । ଅନ୍ୟ ପଟରେ ବିରୋଧୀ ଦଳମାନେ ଏହି କୃଷି ବିଲକୁ ଅନେକ ବିଭ୍ରାନ୍ତିକର ଯୁକ୍ତି କରି ବିରୋଧ କରୁଛନ୍ତି ବୋଲି ବିଜେପିର ସାଂସଦ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ । ଉକ୍ତ ସମ୍ବିଳନୀରେ ଅନେକ ବିଜେପିର ବରିଷ୍ଠ ନେତା ସହ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ।

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here