କେନ୍ଦ୍ରାପଡା ଜିଲ୍ଲାରେ ୩ଜଣ ପ୍ଲାଜମା ଦାନ କର୍ତ୍ତାଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସମ୍ବର୍ଦ୍ଧନା

ଆଜି ପୂର୍ବାହ୍ନରେ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାର ୩ଜଣ କରୋନା ମୁକ୍ତ ହୋଇଥିବା ବ୍ୟକ୍ତି ଓ ପ୍ଲାଜମା ଦାତାଙ୍କୁ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶ୍ରୀଯୁକ୍ତ ନରହରୀ ସେଠୀ,ଉପନିର୍ଦ୍ଧେଶକ ସୂଚନା ଓ ଲୋକସମ୍ପର୍କ ବିଭାଗର ଶ୍ରୀଯୁକ୍ତ ଚନ୍ଦ୍ରକାନ୍ତ ନାୟକ ଉତ୍ତରୀୟ ଓ ପୁଷ୍ପମାଲ୍ୟ ପ୍ରଦାନ କରି ସର୍ବଶ୍ରୀ ସୋମ୍ୟକାନ୍ତ ନାୟକ, କୂଳମଣୀ ବେହେରା ଏବଂ ବିନୋଦ ବେହେରାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । କୋଭିଡ୍ ପିଡିତ ବା ଗୁରୂତ୍ୱର ରୋଗୀଙ୍କୁ ପ୍ଲାଜମା ପ୍ରଦାନ କରାଯାଇ ରୋଗୀ ମାନଙ୍କର ଅତି ମୂଲ୍ୟବାନ ଜୀବନ ରକ୍ଷା କରାଯାଇ ପାରୁଥିବାରୁ ଉପରୋକ୍ତ ପ୍ଲାଜମା ଦାତାଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସ୍ୱାଗତ କରାଯାଇଛି । ଏହିଭଳି କୋଭିଡ୍ ମୁକ୍ତ ହେଉଥିବା ଯୁବକ ମାନଙ୍କୁ ଅଧିକରୁ ଅଧିକ ପ୍ଲାଜମା ଦାନ କରିବା ପାଇଁ ଆଗେଇ ଆସିବାକୁ ଆମର ପ୍ରିୟ ଜିଲ୍ଲାପାଳ ଶ୍ରୀଯୁକ୍ତ ସମର୍ଥ ବର୍ମା ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଏପର୍ଯ୍ୟନ୍ତ ସମଗ୍ର ଜିଲ୍ଲାରେ ୧୯ ଜଣ କୋଭିଡ୍ ମୁକ୍ତ ବ୍ୟକ୍ତି ନିଜ ସୋ ଇଛାରେ ପ୍ଲାଜମା ଦାନ କରି ସାରିଲେଣି । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ରାଜେଶ୍ ଦାସ, ଚିରଞିବ୍ ଦାସ, ବିନୟ ବାବୁ, ରଞନ କୁମାର ସାହୁ ଏବଂ ମାନସ କୁମାର ଦାସ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ପରିଚାଳନା ଓ ସଫଳ କରିବାରେ ସମସ୍ତ ସାହାଯ୍ୟ ସହଯୋଗ କରିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1 ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here