ପିପିଲି ବିଧାୟକ ପ୍ରଦୀପ୍ ମହାରଥୀଙ୍କ ବିୟୋଗରେ ଶୋକ ସଭା ଓ ମହମବତୀ ସୋଭାଯାତ୍ରା ।

ଆଜି କେନ୍ଦ୍ରାପଡା କାଳି ମନ୍ଦିର ଛକଠାରେ ପିପିଲିର ପୂର୍ବତନ ବିଧାୟକ ଏବଂ ପଞ୍ଚାୟତରାଜ ମନ୍ତ୍ରୀ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ବିୟୋଗରେ ଏକ ସର୍ବଦଳୀୟ ଶୋକସଭା ଏବଂ ୨ ମିନିଟ୍ ପାଇଁ ନୀରବ ପ୍ରାର୍ଥନା ସହିତ କାଳି ମନ୍ଦିର ଛକ ନିକଟରୁ ଏକ କ୍ୟାଣ୍ଡେଲ୍ ଶୋଭାଯାତ୍ରା ବାହାରି ଗରାପୁର ଆଇବି ଛକ ପର୍ଯ୍ୟନ୍ତ ଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବିଜେଡି ରାଜ୍ୟ ସହ ସମ୍ପାଦକ ରାଜେଶ କୁମାର ପଣ୍ଡାଙ୍କ ସଭାପତିତ୍ବରେ କେନ୍ଦ୍ରାପଡା ବ୍ଲକର ଉପାଧ୍ୟକ୍ଷାଙ୍କ ପ୍ରତିନିଧି ଶ୍ରୀଯୁକ୍ତ ପ୍ରମୋଦ କୁମାର ପ୍ରଧାନଙ୍କ ନେତୃତ୍ୱରେ ଜିଲ୍ଲା ଯୁବ ବିଜେଡି ଉପଦେଷ୍ଟା ଶ୍ରୀଯୁକ୍ତ ମାନସ କୁମାର ସାହୁ, ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ଦାଶ, ରମଣୀ ରଞ୍ଜନ ରାଉତରାୟ, ରମେଶ ଥାଟୋଇ,ପୂର୍ବତନ କାଉନ୍ସିଲର ହିରଣ୍ୟ କୁମାର ପଣ୍ଡା,ସମାଜସେବୀ ଅମରବର ବିଶ୍ୱାଳ, ପ୍ରଣବ କିଶୋର ଜେନା, ସାମ୍ବାଦିକ ପ୍ରଫୁଲ୍ଲ କୁମାର ଦାସ,ଶିକ୍ଷକ ପାର୍ଥ ସାରଥୀ ବେହେରା,କପାଳେଶ୍ୱର ସରପଞ୍ଚ ଗାୟତ୍ରୀ ମହାନ୍ତି, ଶ୍ରୀଧର କୁମାର ମହାନ୍ତି, ପ୍ରଫୁଲ୍ଲ କୁମାର ମହାନ୍ତି,ନୀରଞନ ମଲ୍ଲିକ,ଗଣେଶ୍ୱର ଦାସ, ପ୍ରଦୀପ୍ତ କୁମାର ରଥ,ନାରୀନେତ୍ରୀ ଅନୀତା ମହାନ୍ତି, ଶିକ୍ଷୟତ୍ରୀ ଚାରୁଲତା ଭୂୟାଁ, ଶିକ୍ଷୟତ୍ରୀ ସ୍ୱର୍ଣ୍ଣଲତା ସ୍ୱାଇଁ, ଧୂମାନ୍ତ ସମିତି ସଭ୍ୟା ରେଣୁବାଳା ସାହୁ,ରମେଶ ମଲ୍ଲିକ,ଜୟଗୋବିନ୍ଦ ମହାନ୍ତି ପ୍ରମୁଖ ଶତାଧିକ ବ୍ୟକ୍ତି ଉପସ୍ଥିତ ରହି ପ୍ରଭୁ ଶ୍ରୀ ଶ୍ରୀ ଶିଦ୍ଧ ବଳଦେବଜୀଉଙ୍କ ନିକଟରେ ପ୍ରାର୍ଥନା କରିବା ସହିତ ସ୍ୱର୍ଗତ ମହାରଥୀଙ୍କ ଅମର ଆତ୍ମାର ସଦଗତୀ କାମନା କରିବା ସଂଗେ ସଂଗେ ତାଙ୍କ ସପରିବାରର ଦୀର୍ଘାୟୁ ମଧ୍ୟ କାମନା କରିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1 ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here