କରୋନା ଯୋଦ୍ଧା ଙ୍କର ଦେହାନ୍ତ

ବାଲେଶ୍ୱର ରେ ଆଜି ଜେଣ କରୋନା ଯୋଦ୍ଧା ଙ୍କର ଦେହାନ୍ତ ହୋଇଯାଇଛି । ଆଜି ତାଙ୍କ ମର ଶରୀର କୁ ବାଲେଶ୍ୱର ଲୁଣିଆ ଝୋଡି ଠାରେ ଥିବା ମୁକ୍ତି ଦ୍ୱାର ରେ ସଂସ୍କାର କରାଯାଇଛି । ବାଲେଶ୍ୱର ଜିଲ୍ଳା ପ୍ରଶାସନ ପକ୍ଷରୁ ତାଙ୍କ ମର ଶରୀର କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯଇଛି । ମୃତ କରୋନା ଯୋଦ୍ଧା ଜଣକ ଜଣେ ଅଙ୍ଗନୱାଡି କର୍ମୀ ହେମନ୍ତ କୁମାରୀ ଦିକ୍ଷୀତ(୫୫) ବର୍ଷ । ସେ ବାହାନଗା ବ୍ଲକ ଅଂଜି ସେକ୍ଟର ୧ କର୍ମୀ ଭାବେ ଦାୟୀତ୍ୱ ତୁଲାଉଥିଲେ । ଜଣେ କୋଭିଡ ଯୋଦ୍ଧା ଭାବେ ନିଜ ୱାର୍ଡ ସହ ବିଭନ୍ନ ଅଂଚଳରେ କରୋନା ପାଇଁ ସଚେତନ ସହ ସେବା ଯୋଗାଇ ସେ ଗତ ୨୦ ତାରିଖରେ ସଂକ୍ରମିତ ହୋଇଥିଲେ । ପ୍ରଥମେ ତାଙ୍କୁ ବାଲେଶ୍ୱର ବଡ ଡାକ୍ତରଖାନାରେ ଚିକିତ୍ସା କରାଯାଇଥିବା ବେଳେ ପରେ ତାଙ୍କୁ ବାଲେଶ୍ୱର ଜ୍ୟୋତି କୋଭିଡ ହସପିଟାଲ ୍ କୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଗତ ୩ ରୁ ୪ ଦିନ ହେବ ତାଙ୍କ ସ୍ୱାସ୍ଥା ଅବସ୍ଥାରେ କୌଣସି ଉନ୍ନତି ଘଟିନଥିବା ବେଳେ ଗତ ସଂନ୍ଧ୍ୟାରେ ତାଙ୍କର ପର ଲୋକ ଘଟିଥିଲାା ପରେ ତାଙ୍କ ପରିବାର କୁ ତାଙ୍କ ମର ଶରୀର ହସ୍ତାନ୍ତର ପରେ ଆଜି ତାଙ୍କ ମର ଶରୀରକୁ ଅନ୍ତିମ ସଂସ୍କାର ସହ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା । ତାଙ୍କ ମର ଶରୀର ପାଖରେ ବହୁ ଅଙ୍ଗନୱାଡି କର୍ମଚାରୀ ଉପସ୍ଥିତ ରହିବା ସହ ସରକାରଙ୍କ ନିୟମ ଅନୁସାରେ ସମସ୍ତ ସୁବିଧା ପ୍ରଦାନ କରାଯାଉ ବୋଲି ଦାବି ରଖିଛନ୍ତି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here