ପୁରୁଣାବସନ୍ତ ପଞ୍ଚୟତକୁ ନିଶାମୁକ୍ତ କରିବାପାଇଁ ସଚେତନତା ପଦଯାତ୍ରା

ଜଗତସିଂହପୁର ୩/୧୦/୨୦ ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ରଘୁନାଥପୁର ଥାନା ଅଧିନସ୍ଥ ପୁରୁଣାବସନ୍ତ ଗ୍ରାମପଞ୍ଚାୟତରେ ଚୋରା ନିଶା କାରବାର ଦିନକୁଦିନ ବୃଦ୍ଧିପାଇବାରେ ଲାଗିଛି । ଚୋରା ବେପାରୀ ପୁଲିସ ଓ ଅବକାରୀ ପୁଲିସ ହାତରେ ଧରାପଡି କେସରେ ନେଇ ବେଲରେ ଆସି ପୁନର୍ବାର ନିଶା ବେପାର ପସରା ପଂଚାୟତର ଗଳିକନ୍ଦିରେ ମେଲେଇ ଦେବାଯୋଗୁଁ ପଞ୍ଚାୟତର ଜୁବସମାଜ ନିମ୍ନ ସ୍ତରକୁ ଚାଲିଯିବାସହ ଛାତ୍ର ମାନେ ବାଦ ପଡୁନାହାନ୍ତି । କେତେକ ପରିବାର ତଳିତଳାନ୍ତ ହୋଇଗଲେଣି । ଜେତବେଳେ ପଞ୍ଚୟତ ବାସୀ ଅତିଷ୍ଠ ହେବାରୁ ଏସବୁକୁ ଦୃଷ୍ଟିରେ ରଖୁ ପଞ୍ଚୟତକୁ ନିଶାମୁକ୍ତ କରିବାପାଇଁ
ପଞ୍ଚାୟତର ସଚେତନ ଯୁବସମାଜ , ବରିଷ୍ଠ ନାଗରିକ ଓ ମହିଳା ସଂଗଠନ ମିଳିତ ହୋଇ ପବିତ୍ର ଗାନ୍ଧିଜୟନ୍ତିରେ ଶପଥନେଇଥିଲେ ପଞ୍ଚାୟତରେ କୌଣସି ସ୍ଥାନରେ ମଦ ଓ ଗଞ୍ଜେଇ ସହିତ ନିଶା କୌଣସି ନିଶାଦ୍ରବ୍ୟ ବିକ୍ରି ନହେବାପାଇ ପଞ୍ଚାୟତରେ ପଦଯାତ୍ରା କରି ସଚେତନ କରାଇଥିଲେ । ପଞ୍ଚାୟକୁ ନିଶାମୁକ୍ତ ରଖିବାପାଇ ଲିଖିତ ଭାବେ ରଘୁନାଥପୁର ତହସିଲଦାର,ବିଡ଼ିଓ ,ପଞ୍ଚୟତ ପ୍ରତିନିଧି, ଥାନା ଅଧିକାରୀ ଓ ଅବକାରୀ ବିଭାଗ ଜଗତସିଂହପୁରଙ୍କୁ ପଞ୍ଚୟତର ସଚେତନ ନାଗରିକ ଜଣାଇଦେଇଛନ୍ତି । +

ଜଗତସିଂହପୁର ଜିଲ୍ଲାରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ କୁମାର ସାହୁଙ୍କ ରିପୋର୍ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here