ଦେଖନ୍ତୁ କିଭଳି ଜଣେ ଅସହାୟ ଗରିବ ସ୍ୱାମୀ ପରିତିକ୍ତା ମହିଳା ଦିପୀନା ସ୍ୱାଇଁଙ୍କ ସହିତ ଘଟିଥିବା ଦୁଃଖଭରା ଓ ଦାରୁଣ କାହିଣୀ ସିଧାସଳଖ ୱାନ୍ ଟୁ ୱାନ୍ କାର୍ଯ୍ୟକ୍ରମ ବା ସାକ୍ଷାତକାର ଓଡିଶା 1 ଟିଭିରେ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ସହିତ ।

କେନ୍ଦ୍ରାପଡା ଜିଲ୍ଲାର ବଲିଆ ସିମଳଦା ଗାଁର ନୀରଞନ ସ୍ୱାଇଁଙ୍କ ଝିଅ ଦିପୀନା ସ୍ୱାଇଁ ଗତ ପାଞ୍ଚ ମାସ ହେବ ଡେରାବିଶ୍ ବ୍ଲକ୍ ଅନ୍ତର୍ଗତ ପୁରୀପଡା ଗ୍ରାମର ଜଗନ ପ୍ରଧାନଙ୍କୁ ବୈଦିକ ରୀତି ନୀତି ଅନୁଯାୟୀ ସମସ୍ତ ଯାନୀ ଯୌତୁକ ଏବଂ ନଗଦ ଏକଲକ୍ଷ ଟଙ୍କା ବାଟଖର୍ଚ ବାବଦକୁ ନେଇ ବିବାହ କରିଥିଲେ । ହାତରୁ ମେହେନ୍ଦୀ ଆଉ ପାଦରୁ ଏପର୍ଯ୍ୟନ୍ତ ଅଳତା ମଧ୍ୟ ଲିଭିନାହିଁ । ବାପ ମା ବହୁତ ଗରିବ, ଯେକି ନିତି ମୂଲ ମଜୁରୀ ଲାଗି ପେଟ ପୋଷନ୍ତି । ଦିପୀନାକୁ ଶାଶୁ ଓ ନିଜ ହାତଧରୀ ବାହା ହୋଇଥିବା ସ୍ୱାମୀ ପ୍ରତିଦିନ ଅଶୀଳ ଭାଷାରେ ଗାଳି ଗୁଲଜ୍ କରିବା ସହିତ ମାଡ ମଧ୍ୟ ମାରି ଲହୁ ଲୁହାଣ କରୁଥିଲେ । ମଡ ମାରିବାର କାରଣ ହେଉଛି ଗାଡି ପାଇଁ ଅଧିକ ୫୦ହଜାର ଟଙ୍କାର ଯୌତୁକ ମାଗିଥିଲେ । ଯୌତୁକ ବାବଦକୁ ଅଧିକ ୫୦ ହଜାର ଟଙ୍କା ନଦେଇ ପାରିବାରୁ ଦିପୀନା ଉପରେ ଆରମ୍ଭ ହୋଇଥିଲା ଦିନକୁ ଦିନ ଅକଥନୀୟ ଅତ୍ୟାଚାର । ଶେଷରେ ଦିପୀନାକୁ ମଧ୍ୟ ମାଡ ମାରି ଘରୁ ତଡି ଦିଆ ଯାଇଥିଲା । କଥା ଯାଇଁ ଉଠିଥିଲା ଡେରାବିଶ୍ ଥାନା ଆଉ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ପାଖରେ ଶେଷରେ ଡେରାବିଶ ପୋଲିସ୍ ନିରୂପାୟ ହୋଇ ଏଥି ମଧ୍ୟରେ ଦିପୀନାର ସ୍ୱାମୀ ଜଗନ ପ୍ରଧାନଙ୍କୁ ବାନ୍ଧୀ ମଧ୍ୟ କୋର୍ଟ ଚାଲାଣ କରିଛନ୍ତି କିନ୍ତୁ ଏପଟେ ଦିପୀନା ବନ୍ଚିବ କେମିତି, ଖାଇବ କଣ ଏବଂ ରହିବ କୋଉଠି ଏବଂ ତାର ଯୌତୁକ ଟଙ୍କା ଏବଂ ସାଂଗରେ ନେଇଥିବା ଯାନୀ ଯୌତୁକ ଫେରି ପାଇବ କେମିତି । ଦେଖନ୍ତୁ ଦିପୀନା ସ୍ୱାଇଁଙ୍କ ସହିତ ଆମ ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ସ୍ୱତନ୍ତ୍ର ୱାନ୍ ଟୁ ୱାନ୍ ସାକ୍ଷାତକାର ରେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here