ଗତ ବର୍ଷ ଗଣମାଧ୍ୟମର ଶିରୋନାମା ପାଲଟି ଥିବା ଲେଡି ଅଟୋ ଡ୍ରାଇଭର ସୁଲତା ଗଲରି ଆଜି ଅସହାୟ ଅବସ୍ଥାରେ

ମିଳିଲା ପ୍ରତିଶ୍ରୁତି କିନ୍ତୁ ଆଜି ଯାଇଁ ପହଂଚି ପାରିଲେ ନାହିଁ ପ୍ରଶାସନ କି ସରକାରୀ ବାବୁ ,ଦିନେ କୋରାପୁଟ ଜିଲା ସହ ସାରା ଓଡ଼ିଶା ରେ ଗତ ବର୍ଷ  ସମସ୍ତ ଙ୍କ ପାଇଁ ଉଦାହରଣ ସୃଷ୍ଟି କଟିଥିବା ଲେଡି ଅଟୋ ଡ୍ରାଇଭର ଆଜି ଅସହାୟ ଅବସ୍ଥାରେ ଅଛନ୍ତି ।ଚାହିଁ ବସିଛନ୍ତି ପରିବାର ସହିତ କେବେ ମିଳିବ ସମସ୍ତ ସରକାରୀ ସୁବିଧା ସୁଯୋଗ ଆସନ୍ତୁ ଦେଖିବା ଗୋଟିଏ ଲେଡି ଅଟୋ ଡ୍ରାଇଭର ସଂଘର୍ଷ କାହାଣୀ …..

କୋରାପୁଟ ଜିଲ୍ଲାର ବନମଲ୍ଲି କଣ୍ଠଶିଳ୍ପୀ ନମିତା ମେଲେକା କୁ ନେଇ ଏବେ ସାରା ଓଡିଶା ରେ ଚର୍ଚ୍ଚା ।ନମିତା ଙ୍କ ଭଳି ଗତ ବର୍ଷ କୋରାପୁଟ  ଗର୍ବ କରିଥିଲା ଜଣେ ମହିଳା ଅଟୋ ଡ୍ରାଇଭର ଙ୍କୁ ନେଇ ।ପରିବାର ପୋଷଣ ପାଇଁ ଜଣେ ଝିଅ ହୋଇ ଆଗକୁ ଆସି ଅଟୋ ଚଲେଇବା ଘଟଣା ଲୋକ ଲୋଚନକୁ ଆସିବା ପରେ ସମସ୍ତ ଗଣମାଧ୍ୟମର ଶିରୋନାମା ପାଲଟିଥିଲେ ସୁଲତା ଗଲାରୀ । ସୁଲତଙ୍କୁ ମିଳିଲା ଭୁରି ଭୁରି ପ୍ରଶଂସା ,ସହାୟତାର ଲମ୍ବା ପ୍ରତିଶୃତି । କିନ୍ତୁ ବାସ୍ତବ ରେ ସବୁ କିଛି ଥିଲା ପ୍ରତାରଣା ମିଳିଲା ନାହିଁ ଗୋଟିଏବି ସରକାରୀ ସହାୟତା ।କୋରାପୁଟର ଗର୍ବ ସୁଲତା ଗଲରି ଯିଏ ସମସ୍ତଙ୍କ ପାଇଁ  ଦିନେ ପ୍ରେରଣା ବୋଲି ଚର୍ଚ୍ଚା ହେଉଥିଲା ବର୍ଷେ ପରେ ବି ଜିଲା କିମ୍ବା ବ୍ଲକ ପ୍ରଶାସନ ପହଞ୍ଚି ପାରିଲା ନାହିଁ ସୁଲତାର ଘର ମୁହଁରେ ।ବୋରିଗୁମା ବ୍ଲକ କାମତା ପଞ୍ଚୟତ ଖଜୁରୀଗୁଡା ରେ ରହୁଥିବା ସୁଲତାଙ୍କ ବାପା ୬ମାସ ତଳେ ରୋଗ ରେ ପୀଡିତ ହୋଇ ଆର ପାରିକୁ ଚାଲିଯାଇଥିବା ବେଳେ ଏବେ ପରିବାର ଚାଳିବାରେ ବହୁତ ଅସୁବିଧା ହେଉଛି । ଘରର ଅବସ୍ଥା ଅତି ଦୟନୀୟ  ,ପଛ ପଟେ ଟିଣ ନଥିବା ଯୋଗୁ ବର୍ଷା ହେଲେ ପାଣି ଗଳୁଛି । ଗୋଟିଏ କୋଠରୀରେ ରହୁଛନ୍ତି 4 ପ୍ରାଣୀ କୁଟୁମ୍ବ ।ଘରର ବଡ଼ ଝିଅ ହିସାବ ରେ ରୋଜଗାର କରିବା ପାଇଁ  ଆଶା ରଖିଥିବା ସୁଲତାଙ୍କ ସ୍ୱପ୍ନ  ଅର୍ଥ ଅଭାବରୁ ମଉଳି ଯାଇଛି  । ଅଟୋ ଖରାପ ଯୋଗୁ ଦାଣ୍ଡ ମୁହଁ ରେ ସେମିତି ପଡି ରହିଛି ସୁଲତା ଙ୍କ ଅଟୋ,ବାପାଙ୍କ ମୃତ୍ୟୁ ପରେ ଭାଙ୍ଗି ପଡିଛି ସୁଲତାଙ୍କ ସବୁ ସ୍ୱପ୍ନ ଆଉ ଚାଲୁନି ଅଟୋ । ସ୍ୱାଭିମାନରେ ଚଲିବା ପାଇଁ ଘରୁ ପଦା କୁ ଗୋଡ଼ କାଡିଥିବା ସୁଲତାଙ୍କ ପରିବାର ଆଜି ଅସହାୟ ଅବସ୍ଥାରେ । ସୁଲତାଙ୍କୁ ଆଜି ପର୍ଯ୍ୟନ୍ତ କିଛି ସରକାରୀ ସହାୟତା ମିଳିନଥିବା ବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତାଙ୍କ ପରିବାର କୁ ଆଜି ପର୍ଯ୍ୟନ୍ତ ସାମିଲ କରିପାରିଲା ନାହିଁ ବ୍ଲକ ପ୍ରଶାସନ ,ପରିବାରର ଆର୍ଥିକ ପରିସ୍ଥିତି ଖରାପ ଥିବାରୁ ଅଟୋ ମରାମତି କରିପାରୁନଥିବା ବେଳେ ପର ଘରେ କିମ୍ବା ପର ଜମିରେ ମୂଲ ଲାଗିଲେ ଏବେ ପତିବାର ଚଳୁଥିବା କହିଛନ୍ତି ସୁଲତା ଗଲରି ।

ତେବେ ଅସହାୟ ସୁଲତା ଗଲାରୀଙ୍କ ପାଖରେ କେବେ ପ୍ରଶାସନ ପହଞ୍ଚି ପାରୁଛି ତାହା ଦେଖିବା ବାକି ରହିଲା ।

ବୋରିଗୁମା ରୁ ଗୋପାଳ ଡଙ୍ଗରି ଙ୍କ ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here