ହାରିଗଲେ ମହାରଥୀ ।

ଭୁବନେଶ୍ୱର: ସାତଥର ବିଧାୟକ ପୂର୍ବତନ ମନ୍ତ୍ରୀ ପିପିଲି ବିଧାୟକ ଶ୍ରୀ ପ୍ରଦୀପ ମହାରଥୀଙ୍କ ଦେହାନ୍ତ। ଭୋର ୨.୪୩ ମିନିଟ୍ ରେ ଚିକିସ୍ଛାଧୀନ ଅବସ୍ଥାରେ ଦେହାନ୍ତ

ପରଲୋକରେ ମହାରଥୀ

ପରଲୋକରେ ବରିଷ୍ଠ ବିଜେଡି ନେତା ତଥା ପିପିଲି ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ ମହାରଥୀ ସମ୍ ହସ୍ପିଟାଲରୁ ଏକ ସ୍ଵତନ୍ତ୍ର ଏୟାର ଆମ୍ବୁଲାନ୍ସ ଯୋଗେ ସେ ଦିଲ୍ଲୀ ଏମ୍ସକୁ ଯିବା ବାଟରେ ତାଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି ମିଳିଥିବା ସୂଚନା ଅନୁସାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ସମ୍ ହସ୍ପିଟାଲରେ ତାଙ୍କ ଚିକିତ୍ସା ଚାଲିଥିଲା ତାଙ୍କୁ ମଧ୍ୟ ଭେଣ୍ଟିଲେଟରରେ ରଖାଯାଇଥିଲା ଡାକ୍ତରମାନେ ତାଙ୍କ ଉପରେ ୪୮ ଘଣ୍ଟିଆ ନଜର ରଖିଥିଲେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଭୂବନେଶ୍ବର ରୁ ଦିଲ୍ଲୀ ଏମ୍ସକୁ ନେବା ପାଇଁ ଯୋଜନା ହୋଇଥିଲା ବାଟରେ ତାଙ୍କ ମୃତ୍ୟୁ ଘଟିଥିବା ତାଙ୍କର ଜଣେ ନିକଟ ସମ୍ପର୍କୀୟ ସୂଚନା ଦେଇଛନ୍ତି ତେବେ ମହାରଥୀଙ୍କ କୋଭିଡ-19 ଟେଷ୍ଟ ରିପୋର୍ଟ ପଜେଟିଭ ଆସିବା ପରେ ସେ ଭୁବନେଶ୍ବର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ ସେପ୍ଟେମ୍ବର ୧୪ ତାରିଖରେ ମହାରଥୀଙ୍କ କରୋନା ଟେଷ୍ଟ ରିପୋର୍ଟ +ve ଆସିଥିଲା ପ୍ରଦୀପ ମହାରଥୀ ୧୯୫୫ ମସିହା ଜୁଲାଇ ତାରିଖରେ ଜନ୍ମଗ୍ରହଣ କରିଥିଲେ ପୁରୀ ସାମନ୍ତ ଚନ୍ଦ୍ର ଶେଖର ସ୍ବଂୟ ଶାସିତ (SCS) ମହାବିଦ୍ୟାଳୟରୁ ସେ ଛାତ୍ର ନେତା ଭାବେ ରାଜନୈତିକ ଜୀବନ ଆରମ୍ଭ କରିଥିଲେ ଏହାପରେ ସେ ୧୯୮୫ ମସିହାରେ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ସେ ସେତେବେଳେ ଜନତା ପାର୍ଟିର ସଦସ୍ୟ ଥିଲେ ୧୯୮୫ ୧୯୯୦ରେ ଜନତା ଦଳ ଟିକେଟ୍ ରେ ସେ ଜିତି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ୧୯୯୫ରେ ସେ କଂଗ୍ରେସ ପ୍ରାର୍ଥୀ ଯୁଧିଷ୍ଠିର ସାମନ୍ତ ରାୟଙ୍କଠାରୁ ପରାଜିତ ହୋଇଥିଲେ ତାପରଠୁ ଲଗାତାର ଭାବେ ୨୦୦୦, ୨୦୦୪, ୨୦୦୯, ୨୦୧୪ ଏବଂ ୨୦୧୯ ବିଧାନ ସଭା ନିର୍ବାଚନରେ ସେ ବିଜୟୀ ହୋଇଥିଲେ ନବୀନ ପଟ୍ଟନାୟକଙ୍କ କ୍ୟାବିନେଟ୍ ରେ ବିଭିନ୍ନ ସମୟରେ କୃଷି ପଞ୍ଚାୟତିରାଜ ମନ୍ତ୍ରୀ ଭାବେ ମଧ୍ୟ ମହାରଥୀ ଦାୟିତ୍ବ ତୁଲାଇଛନ୍ତି ପ୍ରାଥମିକ ଭାବେ ବିଜେଡିର ବିଧାନସଭାରେ ମୁଖ୍ୟ ସଚେତକ ଭାବେ ଦାୟିତ୍ବ ତୁଲାଇଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ତାଙ୍କର ଏପରି ଅକାଳ ବିୟୋଗ ବା ମୃର୍ତ୍ୟୁରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସମେତ ସମସ୍ତ ବିଧାୟକ, ମନ୍ତ୍ରୀ ବିଜେଡି କର୍ମକର୍ତ୍ତା ମାନଙ୍କ ସହିତ ଚଳଚିତ୍ର ଯାତ୍ରା ଜଗତର ବହୁ ନେତା, ଅଭିନେତା ଏବଂ ସମଗ୍ର ଓଡ଼ିଶାର ହଜାର ହଜାର, ଲକ୍ଷ ଲକ୍ଷ ଜନସାଧାରଣ ମର୍ମାହତ ହେବା ସଂଗେ ସଂଗେ ତାଙ୍କ ଅମର ଆତ୍ମାର ସଦଗତୀ କାମନା କରିବା ସହିତ ଓଡିଶାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ଜଗତର ନାଥ ପ୍ରଭୁ ଜଗନ୍ନାଥ ମହା ପ୍ରଭୁଙ୍କ ନିକଟରେ ସପରିବାରଙ୍କ ମଂଗଳ କାମନା କରିଥିବା ଜଣାପଡିଛି

ତାଙ୍କ ବିୟୋଗରେ ଓଡିଶା ରାଜନୀତି ଜଗତ ଜଣେ ଅତ୍ୟନ୍ତ ସଫଳ ଜନପ୍ରିୟ ନେତାଙ୍କୁ ହରାଇଲା । ତାଙ୍କ ପବିତ୍ର ଅମର ଆତ୍ମାର ସଦଗତି କାମନା କରିବା ସହ ମହାପ୍ରଭୂ ତାଙ୍କ ପରିବାରକୁ ଏ ଦୁଃଖ ସହିବାକୁ ଶକ୍ତି ପ୍ରଦାନ କରନ୍ତୁ ଏତିକି କାମନା ।

ଆମ ପ୍ରତିନିଧିପ୍ରଫୁଲ୍ଲକୁମାରଦାସଙ୍କରିପୋର୍ଟଓଡିଶା 1 ଟିଭି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here