ସ୍କୁଲ ଛାତ୍ରୀ ଙ୍କୁ ଅସଦାଚାରଣ କରି ସ୍କୁଲ ଡାଇରେକଟର ତଥା ପୂର୍ବତନ କାଉନସଲର ଗିରଫ

ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହରରେ ଘଟିଛି ଏକ ଲଜ୍ୟା ଜନକ ଘଟଣା !ସ୍କୁଲ ର ପୂର୍ବତନ ଛାତ୍ରୀ ଙ୍କୁ ଅସଦାଚାରଣ ଅଭିଯୋଗ ରେ ପୋଲିଶ ଗିରଫ କରିଛି ରାଜଗାଙ୍ଗପୁର ସହରର ୧୬ନମ୍ୱର ୱାର୍ଡର ପୂର୍ବତନ କାଉନସିଲର ତଥା ସ୍କୁଲର ଡାଇରେକଟର ପ୍ରେମ ପ୍ରସାଦଙ୍କୁ !

ପ୍ରେମ ପ୍ରସାଦ ବିବେକା ନନ୍ଦ ନାମକ ଏକ ଇଂରାଜୀ ମାଧ୍ୟମିକ  ସ୍କୁଲ ଚଳାଉଥିଲେ ! ସ୍କୁଲରେ ପାଠ ପଢ଼ୁଥିବା ଜଣେ ପୂର୍ବତନ ଛାତ୍ରୀ ଉଚ୍ଚ ଶିକ୍ଷା ପାଇଁ ଏକ ସାର୍ଟିଫିକେଟ ପାଇଁ ଅନୁରୋଧ କରିଥିଲେ !ଏଥି ପାଇଁ ପ୍ରେମ ପ୍ରସାଦ ତାଙ୍କୁ ୫୦୦୦ ଟଙ୍କା ଲାଗିବ ବୋଲି କହିଥିଲେ !ଛାତ୍ରୀ ଜଣକ ଏଥିରେ ୪୫୦୦ ଟଙ୍କାରେ ରାଜି ହୋଇଥିଲେ !ଗତ ମଙ୍ଗଳ ବାର ଦିନ ପ୍ରେମ ପ୍ରସାଦ ତାଙ୍କୁ ଅଫିସକୁ ସାର୍ଟିଫିକେଟ ନେବା ପାଇଁ ଏକୁଟିଆ ଡାକି ଥିଲେ ଓ ତାଙ୍କୁ ଅଫିସରେ ଏକୁଟିଆ ପାଇ ତାଙ୍କ ସହ ଅସଦାଚାରଣ କରିଥିଲେ !ଛାତ୍ରୀ ଜଣକ ଏହାର ବିରୋଧ କରିବା ସହ ସେଠାରୁ ଖସି ପଳାଇ ଆସିଥିଲେ !ଏହା ପରେ ପ୍ରେମ ପ୍ରସାଦ ଛାତ୍ରୀ ଜଣକୁ ଏହି ବିଷୟ ରେ ପରିବାର ଲୋକଙ୍କୁ ନ ଜଣାଇବା ପାଇଁ କହିବା ସହ ଜୀବନରେ ମାରି ଦେବା ପାଇଁ ମଧ୍ୟ୍ୟ ଧମକ ଦେଇଥିଲେ !ଛାତ୍ରୀ ଜଣକ ଲୋକ ଲଜ୍ୟା ଓ ଧମକ କୁ ଡରିଯାଇ ଚୁପ ରହିଥିଲେ !ହେଲେ ପ୍ରେମ ପ୍ରସାଦ ତାଙ୍କୁ ପୁଣି ଫୋନ କରି ଅଶ୍ଳୀଳ  ଅସଦଚାରଣ କରିଥିଲେ !ଛାତ୍ରୀ ଜଣକ ପ୍ରେମ ପ୍ରସାଦ କୁ ଏପରି ହୀନ ମାନସିକତା କୁ ଦେଖି ଶେଷରେ ନିଜ ପରିବାର ସଦସ୍ୟ ଙ୍କୁ ସବୁ କଥା ଜଣାଇ ଥିଲେ !ଏହା ପରେ ଛାତ୍ରୀ ଜଣକ ପରିବାର ର ସଦସ୍ୟଙ୍କ ସହ ରାଜଗାଙ୍ଗପୁର ଥାନା ରେ ଲିଖିତ ଅଭିଯୋଗ କରିଥିଲେ !ପୋଲିଶ ପୀଡିତାଙ୍କ ଅଭିଯୋଗ ପରେ ପ୍ରେମ ପ୍ରସାଦଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି !ସେଠାରେ ତାଙ୍କ ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ବିଚାରଧୀନ ବିଭାଗୀୟ ହାଜତ କୁ ପଠାଇ ଦିଆ ଯାଇଛି !ଏହି ଘଟଣା ରାଜଗାଙ୍ଗପୁର ସହର ଜନ ମହଲରେ ଏବେ ଚର୍ଚ୍ଚା ର ବିଷୟ ପାଲଟି ଥିବା ବେଳେ ବିଭିନ୍ନ ମହଲ ରେ ଏପରି ଏକ ଲଜ୍ୟା ଜନକ ଘଟଣା କୁ ନିନ୍ଦା କରାଯାଇଛି !

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here