ଶିକ୍ଷକ ଜାତିରେ ଲାଗିଲା କଳଙ୍କ ଦୁଷ୍କର୍ମ ଅଭିଯୁକ୍ତ ଶିକ୍ଷକ ଗିରଫ

ସୁନ୍ଦରଗଡ଼ ଜିଲ୍ଲା କେ.ବଲାଙ୍ଗ ଥାନା ଅନ୍ତର୍ଗତ କରେଇସୁଆଁ ଗ୍ରାମ ରୁ ଦୁଷ୍କର୍ମ ଅଭିଯୁକ୍ତ ଶିକ୍ଷକ ଗିରଫ ମଙ୍ଗଳ ସିଂ ମୁଣ୍ଡାରୀ ଆଜି ଶୁକ୍ରବାର କ.ବଲାଙ୍ଗ ପୋଲିଶ ଗିରଫ କରି କୋର୍ଟ ଚାଲାଣ କରିଛି । ମଞ୍ଚାବେଢ଼ା ପ୍ରାଥମିକ ବିଦ୍ୟାଳୟର ର ଶିକ୍ଷକ ମୁଣ୍ଡାରୀ ଗତ ଏକ ବର୍ଷ ହେବ ଅଷ୍ଟମ ଶ୍ରେଣୀର ଏକ ଛାତ୍ରୀ ଙ୍କ ସହିତ ଶାରୀରିକ ସମ୍ପର୍କ ରଖି ଆସୁଥିଲେ ।ବର୍ତ୍ତମାନ କରୋନା ସମୟ ରେ ବିଦ୍ୟାଳୟ ବନ୍ଦ ଥିଲେ ମଧ୍ୟ ଉଭୟ ଶିକ୍ଷକ ଓ ଛାତ୍ରୀ ବିଦ୍ୟାଳୟ କୁ ଆସି ସମ୍ପର୍କ ରଖି ଆସୁଥିଲେ ।ଛାତ୍ରୀ ଜଣଙ୍କ ତିନି ମାସ ଗର୍ଭବତୀ ହେବା ପରେ ଶିକ୍ଷକ ଛାତ୍ରୀ କୁ ଔଷଧ ଦେଇ ଗର୍ଭପାତ କରାଇ ଥିଲେ ।ଏ ସମ୍ପର୍କରେ ଛାତ୍ରୀର ଘର ଲୋକ ଜଣିବା ପରେ  କେ.ବଲାଙ୍ଗ ଥାନାରେ ଅଭିଯୋଗ କରିଥିଲେ । ଥାନା ଅଧିକାରୀ ବିକାଶ ରଞ୍ଜନ ସ୍ବାଇଁ ଆଜି ଦୁଷ୍କର୍ମ ଅଭିଯୁକ୍ତ ଶିକ୍ଷକ ମଙ୍ଗଳ ସିଂ ମୁଣ୍ଡାରୀ କୁ ଗିରଫ କରି ବଣାଇ କୋର୍ଟ ଚାଲାଣ କରିଛନ୍ତି ।

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here