ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୟନ୍ତୀ ଉପଲକ୍ଷେ ତଥା କରୋନା ସଚେତନତା ବାର୍ତ୍ତା ପ୍ରଦାନ କରିଛନ୍ତି ପୂର୍ବତନ ରାଜଗାଙ୍ଗପୁର ବିଧାୟକ ତଥା ରାଜ୍ୟ ଉପସଭାପତି ଶ୍ରୀଯୁକ୍ତ ମଙ୍ଗଳା କିଷାନ

ଜାତୀର ପିତା ମହାତ୍ମା ଗାନ୍ଧୀ ଓ ଲାଲବାହାଦୂର ଶାସ୍ତ୍ରୀ ଙ୍କର ଜନ୍ମ ଜୟନ୍ତୀ ଉପଲକ୍ଷେ ବିଜୁ ଜନତା ଦଳ “ଜନସଚେତନତା ଅଭିଯାନ” ୨ ଅକ୍ଟୋବର -୨ନଭେମ୍ବର ୨୦୨୦ ପର୍ଯ୍ୟନ୍ତ ଚାଲୁ ରହିବ. ଏହାର ମୁଖ୍ୟ ଉଦ୍ଦେଶ୍ୟ କିପରି ଭାବରେ କରୋନା ମହାମାରୀ ରୁ ବଞ୍ଚିବା ସେ ବିଷୟରେ ଲୋକ ମାନଙ୍କୁ ସଚେତନ କରାଇବା । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହି ଆହ୍ୱାନ ଦେଇଛନ୍ତି । ଏହି ସଚେତନତା କାର୍ଯ୍ୟକ୍ରମ ରେ ମାସ୍କ ଓ ସେନିଟାଇଜର ବଣ୍ଟନ ସହ ରକ୍ତଦାନ କରିବା ,ପ୍ଲାଜ଼ମା ଦାନ କରି ଅନ୍ୟ ର ଜୀବନ ବଞ୍ଚାଇବା ଆଦି ବିଭିନ୍ନ ଯୋଜନା ବିଷୟରେ କାର୍ଯ୍ୟକ୍ରମ ସବୁର ସୁ ବନ୍ଦୋବସ୍ତ କରାଯିବ ।ରାଜଗାଙ୍ଗପୁର ବିଜୁ ଜନତା ଦଳ ପକ୍ଷରୁ ପୌରପାଳିକା ତାଲକିପଡା ୱାର୍ଡ ନମ୍ବର ୧ ଆମ୍ବେଦକର କଲୋନୀ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା  । ରାଜଗାଙ୍ଗପୁରର ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳର ରାଜ୍ୟଉପସଭାପତି ଶ୍ରୀଯୁକ୍ତ ମଙ୍ଗଳା କିଷାନ ଙ୍କର ନେତୃତ୍ୱରେ ଏହି ଜନ ସଚେତନତା ଅଭିଯାନ ଆରମ୍ଭ ହୋଇଥିଲା । ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମ ସମସ୍ତ ପଞ୍ଚାୟତ  ଓ ୱାର୍ଡ ସ୍ତରରେ ଅନୁଷ୍ଠିତ ହେବ । ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here