ରେଢୁଆ ଗୋଷ୍ଟିସ୍ବାସ୍ଥ୍ୟକେନ୍ଦ୍ରର ପୂର୍ଣ୍ଣ କାର୍ଯ୍ୟକ୍ରମ ଦାବିରେ ଅନିଧିସ୍ଟ କାଳ ପର୍ଯନ୍ତ ଉପବାସ ଓ ଗଣ ସତ୍ୟାଗ୍ରହ

ଜଗତସିଂହପୁର:3/10/20 ଗତ ତିନିବର୍ଷ ତଳେ ଜଗତସିଂହପୁର ଜିଲ୍ଲା ଅଧିନସ୍ଥ ରଘୁନାଥପୁର ବ୍ଲକ ଅନ୍ତର୍ଗତ ରେଢୁଆରେ ଥିବା ପ୍ରାଥମିକ  ଚିକିତ୍ସାଳୟାକୁ  ଏକ ଗୋଷ୍ଟିସ୍ବାସ୍ଥ୍ୟକେନ୍ଦ୍ରର ମାନ୍ୟତା ଦେବା ପାଇଁ ଅନଶନ ପରେ ସରକାରଙ୍କ ପକ୍ଷରୁ ଗତ ୨୦୧୭ ମସିହା ଅକ୍ଟୋବର ମାସ ୧୩ ତାରିଖରେ ସରକାର ରେଢୁଆକୁ ଗୋଷ୍ଟିସ୍ବାସ୍ଥ୍ୟକେନ୍ଦ୍ରର ମାନ୍ୟତା ପ୍ରଦାନ କରିଥିଲେ । ମାତ୍ର ତିନିବର୍ଷ  ଅତିକ୍ରାନ୍ତ ହୋଇଯାଇଥିବାବେଳେ ରେଢୁଆରେ ପୂର୍ଣ୍ଣକାଳୀନ ସ୍ବାସ୍ଥ୍ୟସେବା ପ୍ରଦାନ କରିବାରେ  ପ୍ରଶାସନର ବିଲମ୍ବ ହୋଇଛି । ଏହି ଅନୁସାରେ ଜଗତସିଂହପୁର ମୁକ୍ଷ୍ୟ ଚିକିତ୍ସାଅଧିକାରୀ ରେଢୁଆ ଗୋଷ୍ଟିସ୍ବାସ୍ଥ୍ୟକେନ୍ଦ୍ରର ଗୃହ ନିର୍ମାଣ ଓ ଭିର୍ତ୍ତିଭୂମି ବିକାଶ ହେବାପାଇଁ ୧,୫ଏକର ଉପଯୋଗୀ ଜମି ଯୋଗାଇଦେବାକୁ ରଘୁନାଥପୁର ତହସିଲଦାରକୁ ନିର୍ଦ୍ଦେଶ ଆସିଥିଲା । ମାତ୍ର ଆଜିପର୍ଯନ୍ତ ଜମି ଅଧିଗ୍ରହଣ ହେଲାନାହିଁ । ସେହିପରି ସ୍ବାସ୍ତ୍ୟକେନ୍ଦ୍ରରେ ୨୪ଘଣ୍ଟିଆ ଡାକ୍ତର ସେବା ଯୋଗାଇ ଦେବାକୁ ଥିବାବେଳେ ଏଠାରେ ଆବଶ୍ୟକ ଡାକ୍ତର ପାରାମେଡିକାଲ ଷ୍ଟାପ ଯୋଗାଇ ଦିଆଯାଇନଥିବାରୁ ସ୍ବାସ୍ଥ୍ୟସେବା ବାଧାପ୍ରାପ୍ତ ହୋଇଛି । ଏସବୁ ସମସ୍ୟା କୁ ନେଇ ଆଞ୍ଚଳିକ ସ୍ବାସ୍ତ୍ୟସୁରକ୍ଷ୍ୟା ସମିତି ଓ ବୃନ୍ଦାବନଚନ୍ଦ୍ର ଆଞ୍ଚଳିକ ଯୁବକସଙ୍ଗ ରେଢୁଆର ମିଳିତ ପ୍ରୟାସରେ ସ୍ୱାସ୍ଥ୍ୟକେନ୍ଦ୍ରକୁ ପୁର୍ନକାଳୀନ ସ୍ୱାସ୍ଥ୍ୟକେନ୍ଦ୍ରର ଦାବିରେ ଆମରଣ ଅନଶନ ଆରମ୍ଭ ହୋଇଛି । ୪ଟି ଦାବି ସରକାର ଦେଇଥିବା ଚିଠି ଅନୁସାରେ କାର୍ଯ୍ୟକାରୀକରିବା ,୪ଜଣ ବିଶେଷଜ୍ଞ ଡାକ୍ତର ଓ ପାରାମେଡିକାଲ ଷ୍ଟାପ ଯୋଗାଇଦେବା, ଭିତ୍ତିଭୂମି ନିମିତ୍ତ ମଞ୍ଜୁରୀ ହୋଇଥିବା ୫କୋଟି ୪୨ଲକ୍ଷ୍ୟଟଙ୍କାକୁ ତୁରନ୍ତ ବିନିଯୋଗ କରିବା ,ଏହି ଅଂଚଳ ଆଥିକ ଅନଗ୍ରସର ଅଞ୍ଚଳ ହୋଇଥିବାରୁ ସ୍ବାସ୍ଥ୍ୟସେବାରେ ଉପଯୋଗି ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ଦାବିକାରୀ ବରିଷ୍ଠ ଶିକ୍ଷ୍ୟାବିତ ପ୍ରାଣକୃଷ୍ଣ ନାୟକ ,ଲେଖିକା ଗୀତା ରଥ, ସମାଜସେବୀ ବଳରାମ ନାୟକ, ନିରଞ୍ଜନ ନାୟକ, ପୂର୍ବତନ ସରପଞ୍ଚ ବିଜନ ମହାପତ୍ର, ଜ୍ଞାନରଞ୍ଜନ ନାୟକ ,ଗଗନ ବିଶ୍ୱାଳ, ସ୍ନେହାଶୂ ଜେନା ଓ ପୂର୍ବତନ ସରପଞ୍ଚ ଦେବୀପ୍ରସାଦ ମହାରଣା ପ୍ରମୁଖ ଅନଶନରେ ବସିଥିବାବେଳେ ଶତାଧିକ ସମାଜସେବୀ ସହଯୋଗ କରିଥିଲେ ।

ଜଗତସିଂହପୁର ଜିଲ୍ଲାରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ କୁମାର ସାହୁଙ୍କ  ରିପେ।ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here