ଡାବୁଗାଁ, ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ସ୍ଥିତ ଶିଶୁ ପ୍ରମୋଦ ଉଦ୍ୟାନ ଠାରେ ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ଜୟନ୍ତୀ ଶୁକ୍ରବାର ପାଳନ ହୋଇଯାଇଛି | ସରକାରଙ୍କ କୋଭିଡ-୧୯ ନିୟମ ପାଳନ କରି ମୁହଁରେ ମାସ୍କ ବାନ୍ଧି ସାମାଜିକ ଦୂରତା ବଜାୟ ରଖି ଉଦ୍ୟାନରେ ସ୍ଥାପିତ ହୋଇଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ଡାବୁଗାଁ ବ୍ଲକ ଅଧ୍ୟକ୍ଷ ବଂଶୀଧର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହ ଅନ୍ୟ ମାନେ ମଧ୍ୟ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ | ଏହାପରେ ମହାତ୍ମା ଗାନ୍ଧୀ ଙ୍କ ଜୟ ଗାନ ରେ ଉଦ୍ୟାନ ଟି କମ୍ପି ଉଠିଥିଲା | ଏହି କାର୍ଯ୍ୟ କ୍ରମରେ ବ୍ଲକ ଏବିଡିଓ ପଦ୍ମନାଭ ତ୍ରିପାଠୀ, ଡ଼ଙ୍ଗରିଗୁଡା ପଞ୍ଚାୟତ ସରପଞ୍ଚ ଅମ୍ବିକା ମାଝୀ, ସାଂସଦ ପ୍ରତିନିଧି ଏମ୍॰ ଆପ୍ପା ରାଓ , ବିଧାୟକ ପ୍ରତିନିଧି ଏମ୍॰ ବୁଲୁ ରାଓ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ଜି ॰ ସାଇ ରାଜୁ, ପ୍ରକାଶ ଚନ୍ଦ୍ର ପଣ୍ଡା, ପେଦା ବାବୁ ଓ ପିଣ୍ଟୁ ଜେନା ପ୍ରମୁଖ ଉପସ୍ଥିତ ଥିଲେ |
ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ, Odisha1.tv