ମେଣ୍ଡ୍ରା ସରଗୁଲି ପାହାଡରେ ଶିବ ଲିଙ୍ଗ ଉଦ୍ଧାର

ଡାବୁଗାଁ, ୨/୧୦ ନବରଙ୍ଗପୁର ଜିଲା ଡ଼ାବୁଗାଁ ବ୍ଲକ ବୋରିଗାଁ ପଞ୍ଚାୟତ ଅଧୀନ ମେଣ୍ଡ୍ରା ଗ୍ରାମ ନିକଟସ୍ଥ ସରଗୁଲି ପାହାଡର ଅଗ୍ର ଭାଗରେ ଏକ ଶିବ ଲିଙ୍ଗ ଉଦ୍ଧାର କରାଯାଇଛି | ସୂଚନାଯୋଗ୍ୟ:- କିଛି ଦିନ ତଳେ ମେଣ୍ଡ୍ରା ଗ୍ରାମର ଗ୍ରାମଦେବତୀ ଙ୍କ ପୂଜାରୀ ସନାଧର ପୂଜାରୀ ଙ୍କୁ ଏକ ସ୍ଵପ୍ନାଦେଶ ହୋଇଥିଲା ଯେ ସରଗୁଲି ପାହାଡରେ ଏକ ଶିବ ଲିଙ୍ଗ ରହିଛି | ଉକ୍ତ ଶିବ ଲିଙ୍ଗକୁ ଉଦ୍ଧାର କରି ପୂଜାର୍ଚ୍ଚନା କରିବାକୁ ସ୍ଵପ୍ନରେ ନିର୍ଦ୍ଦେଶ ମିଳିଥିଲା | ଏହାପରେ ଉକ୍ତ ଘଟଣା ସନାଧର  ଗ୍ରାମବାସୀଙ୍କୁ ଜଣାଇବା ପରେ ସନାଧରଙ୍କ ସହ ଗ୍ରାମବାସୀ ଉକ୍ତ ପାହାଡ ଉପରକୁ ଯାଇ ଖୋଜା ଖୋଜି କରି ପାହାଡର ଅଗ୍ର ଭାଗରେ ଶିବ ଲିଙ୍ଗର ସନ୍ଧାନ ପାଇଥିଲେ | ଏହାପରେ ବୁଧବାର ଅପରାହ୍ନରୁ ଅଲେଖ ମହିମା ଭକ୍ତ ଙ୍କ ଦ୍ଵାରା ଏକ ଯଜ୍ଞ କରାଯାଇ ଉକ୍ତ ସ୍ଥାନକୁ ପବିତ୍ର କରାଯାଇଛି | ପାହାଡର ଅଗ୍ର ଭାଗରେ ଶିବ ଲିଙ୍ଗ ରହିଛି | ଏହାର ପଶ୍ଚିମ ଦିଗରେ ପାହାଡର ମଧ୍ୟ ଭାଗରେ ଥିବା ଏକ ଗୁମ୍ଫାରେ  ରହିଛନ୍ତି ମା ପାର୍ବତୀ,    ଏନ୍ୟ ଏକ ଗୁମ୍ଫାରେ ଶ୍ରୀ ଗଣେଶ, ଏନ୍ୟ ଠାରେ ବନ କୁମାର ଓ ଏନ୍ୟ ଏକ ସ୍ଥାନରେ ପାତାଳ ଗଙ୍ଗା କୂପ ରହିଛି | ଏହା ସହ ଛୋଟ ବଡ ମୋଟ ୮ ଟି ଗୁମ୍ଫା ରହିଛି | ଏହାସହ ପାହାଡର ୩ ପାର୍ଶ୍ଵରେ  ରହିଛି ପ୍ରାକୃତିକ ଜଙ୍ଗଲ ଓ ଏକପଟେ ରହିଛି ଚାଷ ଜମି ଯାହାକି ଏକ ସୌନ୍ଦର୍ଜ୍ୟ ପୂର୍ଣ୍ଣ ସ୍ଥାନ ହୋଇଥିବାରୁ  ଲୋକଙ୍କୁ ଆକର୍ଷଣ କରୁଛି | ବୁଧବାର ଆରମ୍ଭ ହୋଇଥିବା ଯଜ୍ଞ ଓ ଭକ୍ତ ଙ୍କ ଭଜନ କୀର୍ତ୍ତନ ରେ ଉକ୍ତ ସ୍ଥାନ ଗୁଡିକୁ ପବିତ୍ର ବାତାବରଣ ସୃଷ୍ଟି କରିଛି | ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମବାସୀଙ୍କ ସହଯୋଗରେ ମୁଖ୍ୟ ଅତିଥି ଭାବେମହିମା ଧର୍ମର  ଅନାଦି ବାବାଙ୍କ ସହ ଅନ୍ୟ ବାବା ମାନେ ଯୋଗଦେଇ କାର୍ଯ୍ୟକ୍ରମ କରିଥିଲେ | ଏଥିରେ ମେଣ୍ଡ୍ରା ଗ୍ରାମର ୱାର୍ଡ ସଭ୍ୟ ଲଚ୍ଛମନ ସାନ୍ତା, ମୋତିରାମ ଭତ୍ରା, ଚକ୍ର ସାନ୍ତା, ବଳିରାମ ଭତରା, ଅର୍ଜୁନ ବିଶୋୟୀ, ଶ୍ୟାମ ବିଶୋୟୀ, ଶିବ ଶଙ୍କର ଟହଲିଆ, ଆଶୁ ସାନ୍ତା ଓ ଶବରୁ ସାନ୍ତା ପ୍ରମୁଖ ସହଯୋଗ କରିଥିଲେ ।

ପ୍ରଜ୍ଞା ରଞ୍ଜନ ପରିଡା, ଡ଼ାବୁଗାଁ, Odisha1.tv

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here