କେନ୍ଦ୍ରାପଡା ସହରରେ ବିଭିନ୍ନ ସ୍ଥାନରେ ଗାନ୍ଧୀ ଜୟନ୍ତୀ ପାଳନ ।

ଆଜି ହେଉଛି ପବିତ୍ର ଅକ୍ଟୋବର ୨ତାରିଖ । ଯେକି ସମଗ୍ର ଦେଶରେ ଆଜିର ଦିନକୁ ଜାତିର ପିତା ତଥା ମହାତ୍ମା ଗାନ୍ଧୀ ବା ସମଗ୍ର ପୃର୍ଥିବୀ ପୃଷ୍ଠରେ ଜାହାଙ୍କୁ ବାପୁଜୀ ନାମରେ ଜଣାଶୁଣା ବା ଅତି ପରିଚିତ ନାମ ଧାରି ବ୍ୟକ୍ତିତ୍ୱର ଅଧିକାରୀ । ସେହି ମାହାନ ଜନନାୟକ ବା ମହାପୁରୁଷ ସ୍ୱର୍ଗତ ମହାତ୍ମା ଗାନ୍ଧୀଙ୍କ ପୂର୍ଣ୍ୟୁ ତିଥି ବା ଜୟନ୍ତୀ ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ପୁଷ୍ପମାଲ୍ୟ ପ୍ରଦାନ କରାଯିବା ସହିତ ଗାନ୍ଧୀଙ୍କ ୧୫୦ ବର୍ଷ ପୁର୍ତ୍ତି ପାଳନ ଉପଲକ୍ଷେ ଗରାପୁରସ୍ଥିତ ଗାନ୍ଧୀଜୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଜିଲ୍ଲା ବିଜେଡି ଦଳ ପକ୍ଷରୁ ମାନ୍ୟବର ବିଧାୟକ କେନ୍ଦ୍ରାପଡା ଶ୍ରୀଯୁକ୍ତ ଶଶିଭୂଷଣ ବେହେରାଙ୍କ ଭିଡିଓ କନଫରେନସ୍ ମାଧ୍ୟମରେ ତାଙ୍କର ସୁପୁତ୍ର ସତ୍ୟପ୍ରକାଶ ବେହେରାଙ୍କ ଓ ରାଜ୍ୟ ସହସଂମ୍ପାଦକ ରାଜେଶ କୁମାର ପଣ୍ଡାଙ୍କ ନେତୃତ୍ୱରେ ଜିଲ୍ଲା ପରିଷଦ ସଭାପତି ଶ୍ରୀଯୁକ୍ତ ମାନସ କୁମାର ପରିଡାଙ୍କ ସଭାପତିତ୍ବରେ,ଜିଲ୍ଲା ଯୁବ ବିଜେଡି ସଭାପତି ଶ୍ରୀଯୁକ୍ତ ରାଜେଶ କୁମାର ଦାସ,ବ୍ଲକ୍ ଉପାଧ୍ୟକ୍ଷା ଶ୍ରୀମତୀ ସ୍ନେହଲତା ପ୍ରଧାନ,ଜିଲ୍ଲା ଯୁବ ବିଜେଡି ଉପଦେଷ୍ଟା ଶ୍ରୀଯୁକ୍ତ ମାନସ କୁମାର ସାହୁ ଏବଂ ହିରଣ୍ୟ କୁମାର ପଣ୍ଡା,ସଂଖ୍ୟାଲଘୁ ସେଲର ଜିଲ୍ଲା ସଭାପତି ସେକ୍ ଚନ୍ଦନ, ବ୍ଲକ୍ ସଭାପତି ଆଲୋକ ସାହୁ,ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ଭୀମସେନ୍ ଭୂୟାଁ, ଉତ୍ସବ ବଳ,କପିଳେଶ୍ଵର ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଗାୟତ୍ରୀ ମହାନ୍ତି ଏବଂ ଶତାଧିକ ବିଜୁ ଜନତା ଦଳର କର୍ମୀମାନେ ଉପସ୍ଥିତ ରହି ମାହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଗାନ୍ଧିଜୀଙ୍କ ସ୍ମୃତି ଉଦ୍ଧେଶ୍ୟରେ ୨ ମିନିଟ୍ ପାଇଁ ଏକ ନୀରବ ସ୍ମୃତି ଚାରଣ କରାଯିବା ସହିତ ତାଙ୍କର ଅହିଂସା ନୀତି ଆଦର୍ଶକୁ ସମ୍ମାନ ଜଣାଇ ଶ୍ରାଦ୍ଧ ସୁମନ ଅର୍ପଣ କରାଯାଇଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

କେନ୍ଦ୍ରାପଡାରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here