କେନ୍ଦ୍ରାପଡା ଟାଉନ୍ ହଲ ପରିସରରେ ଗାନ୍ଧୀ ଜୟନ୍ତୀ ଅବସରରେ ଯୋଗ ଶିବିର ଅନୁଷ୍ଠିତ ।

ଆଜି ଅକ୍ଟୋବର ୨ ତାରିଖ ବା ପବିତ୍ର ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ କେନ୍ଦ୍ରାପଡ଼ା ପୌରପାଳିକା ତରଫରୁ ସମୟ ସକାଳ ୮ ଟା ୩୦ ଘଟିକା ସମୟରେ ମାହାନ ଜନନାୟକ ତଥା ମହାତ୍ମା ଗାନ୍ଧୀଙ୍କ ଗାନ୍ଧୀ ଜୟନ୍ତୀକୁ ସମସ୍ତ କୋଭିଡ୍ -19ର ନୀୟମ ପାଳନ କରାଯାଇ ସାମାଜିକ ଦୂରତ୍ୱ ରକ୍ଷାକରି ଏହି କାର୍ଯ୍ୟକ୍ରମକୁ କେନ୍ଦ୍ରାପଡ଼ା ପୌରପାଳିକା ଏବଂ ୟୁଥ୍ ସ୍ପୋର୍ଟସ ଅଥଲେଟିକ୍ ଏକାଡେମୀ ତରଫରୁ ଏକ ବ୍ୟାୟାମ ଏବଂ ଯୋଗ ଶିବିରର ଆୟୋଜନ କରାଯାଇଥିଲା । କେନ୍ଦ୍ରାପଡ଼ା ଟାଉନ୍ ହଲ୍ ଠାରେ ଏହି କାର୍ଯ୍ୟକ୍ରମ ପାଳନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ କେନ୍ଦ୍ରାପଡ଼ା ପୌରାଧିକାରୀ ଶ୍ରୀଯୁକ୍ତ ଦେବ ପ୍ରସାଦ ବଳ ଯୋଗଦେଇ ଗାନ୍ଧୀଙ୍କ ସ୍ମୃତି ଚାରଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସଞ୍ଜୀବ କୁମାର ମହାନ୍ତି,ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାର ଡିଷ୍ଟ୍ରିକ୍ଟ କୋଡ଼ିନେଟର ଅରବିନ୍ଦ ପରିଡ଼ା, ସୁମିତ୍ ପଟ୍ଟନାୟକ,ମନୋରଞ୍ଜନ ଦାସ ଏମ୍ ଆଇ ଏସର ଆଥଲେଟିକ କୋଚ୍ ଏସ୍ କେ ସୈାକାତ୍ ଅଲ୍ଲୀ ଖାନ୍ ଏବଂ ଏସ କେ ଆବାସ ପ୍ରମୁଖ ଉପସ୍ଥିତ ରହି ଏହି ଶିବିରକୁ ସୁଚାରୁ ରୂପେ ପରିଚାଳନା କରିଥିଲେ । ଅନ୍ୟାନ୍ୟ ସ୍ପୋର୍ଟସ୍ ଆଥଲେଟଟିକର ପିଲା ବା ଛାତ୍ର ଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଭାଗନେଇଥିଲେ । ଯଥା- ସରୋଜ କୁମାର ମାର ଲୁଗୁନ, ଏସ କେ ଆବୁ ଜଲାଲ୍, ଖୱାଜ ରଂଜାନି ,ସୌମ୍ୟ ରଞ୍ଜନ ରାଉତରାୟ, ମୋଜାହିଦ ଖାନ୍, ହପିଯୁର୍ ରେହମାନ, ଫାଇଜାନ୍ ଖାନ୍,ଏସ୍ କେ ଫାୟାଜ୍, ସହାଦ୍ଦତ୍ ଖାନ୍, ସୁହାନା ପର୍ମିନ୍ , ଜୟସ୍ମୀତା ଦାସ, ପରୱାନା ବେଗମ୍,ପୁନମ୍ ସାହୁ, ଦିପ୍ତିମୟୀ ଦାସ,ଉଷା ରାଣୀ ଦାସ, ରାବେୟା ଖାତୁନ୍, ସେହେନାଜ୍ ବେଗମ୍ ପ୍ରମୁଖ ଉପସ୍ଥିତ ରହି ସମସ୍ତ ସାହାଯ୍ୟ ସହଯୋଗ କରିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

କେନ୍ଦ୍ରାପଡାରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here