ରାଜ୍ୟ ଜନଶକ୍ତି ପାର୍ଟି ତରଫରୁ ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ଧାରଣା ।

ଆଜି ରାଜ୍ୟ ଜନଶକ୍ତି ପାର୍ଟି ତରଫରୁ ଦଳର ସଭାପତି ଆଇଜିବୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଦାଶଙ୍କ ସଭାପତିତ୍ବରେ ପୁରୁଣା ବସଷ୍ଟାଣ୍ଡଠାରେ ଥିବା ଜାତିର ଜନକ ବା ଜାତିର ପିତା ମହାମାନ୍ୟ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଏକ ପ୍ରତିବାଦ୍ ସଭା ସହିତ ଧାରଣା ଦିଆଯାଇଥିଲା । ଏହି ଧାରଣାରେ ରାଜ୍ୟ ଶ୍ରମିକ ସଭାପତି ରମେଶ କୁମାର ଥାଟୋଇ,କାର୍ଯ୍ୟାଳୟ ସଂମ୍ପାଦକ ସୁବାଷ ରାଉତ ଓ ରାଜ୍ୟ ପଛୁଆ ବର୍ଗର ସଂମ୍ପାଦକ ପ୍ରହଲ୍ଲାଦ ମାହାଳୀଙ୍କ ସମେତ ସାମ୍ବାଦିକ ଦିଲ୍ଲୀପ୍ ଜେନା,କୈଳାସ ମଲ୍ଲିକ, ଦିଲ୍ଲୀପ ମଲ୍ଲିକ, ଅକ୍ଷୟ ଦାସ,ବସନ୍ତ ପଲେଇ,ଶାନ୍ତନୁ ନାୟକ, ଗିରିଧାରୀ ରାଉତ, ଅଜୟ କୁମାର ନାୟକ, ବସନ୍ତ ପରିଡା ପ୍ରମୁଖ ଉପସ୍ଥିତ ରହି ଏହି ଧାରଣାକୁ ସଫଳ କରାଇବାରେ ସମସ୍ତ ସାହାଯ୍ୟ ସହଯୋଗ କରିଥିଲେ । ଏହି ଧାରଣାର ମୂଖ୍ୟ ଲକ୍ଷ ଏବଂ ଆଭିମୁଖ୍ୟ ଥିଲା ଯେ-ତୁରନ୍ତ ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ରିଲିଫ୍ କୋଡକୁ ସଂଶୋଧନ ଓ ଅଡିଟ୍ ବ୍ୟବସ୍ଥା ଏବଂ କରୋନା ମହାମାରୀ ସମୟରେ ହଜାର ହଜାର କୋଟି ଟଙ୍କାର ଆତ୍ମସାତ ନିମନ୍ତେ ଭିଜିଲାନ୍ସ ଓ ସିବିଆଇ ତଦନ୍ତ କରାଯିବା ସହିତ ଦୋଷୀ ମାନଙ୍କୁ ତୁରନ୍ତ ଦଣ୍ଡ ପ୍ରଦାନ । ପ୍ରାକୃର୍ତିକ ବିପର୍ଯ୍ୟୟ ଯଥା-ବନ୍ୟା, ବାତ୍ୟା ଓ କରୋନା ମହାମାରୀ ସମୟରେ ସରକାରୀ ଧନ ଆତ୍ମସାତକୁ ରୋକାଯାଉ । ପ୍ରବାସୀ ଓଡିଆ ଶ୍ରମିକ ଏବଂ ବେରୋଜଗାରୀ ମାନଙ୍କୁ ତୁରନ୍ତ ରାଜ୍ୟ ସରକାର ଆତ୍ମ ନିଯୁକ୍ତି ଯୋଗାଇ ଦିଅନ୍ତୁ ଓ କୃର୍ଷକ ମାନଙ୍କୁ କୃର୍ଷିଋଣ ଛାଡ କରାଇବା ସହିତ ସମସ୍ତ କୃର୍ଷକ ଭାଇମାନଙ୍କୁ ଭତ୍ତା ପ୍ରଦାନ କରା ଯିବା ସଂଗେ ସଂଗେ ସେମାନଙ୍କ ପିଲାମାନଙ୍କୁ ଚାକିରୀ ବା ନିଯୁକ୍ତି କ୍ଷେତ୍ରରେ ୧୦% ରିହାତି ସହିତ ୬୦ ବର୍ଷରୁ ଅଧିକ କୁଶଳୀ କାରିଗର ଏବଂ କୃର୍ଷକ ମାନଙ୍କୁ ସରକାରୀ ପେନସନ୍ ପ୍ରଦାନ କରାଯାଉ । ଏହିଭଳି ୮ଦଫା ଦାବି ନେଇ ଆଜିଭଳି ଏକ ପବିତ୍ର ଦିନ ବା ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ଜନଶକ୍ତି ପାର୍ଟି ଧାରଣାରେ ବସିଥିବା ଦେଖିବାକୁ ମିଳିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

କେନ୍ଦ୍ରାପଡା ଜିଲ୍ଲା ମଦମୁକ୍ତ ସଂଗଠନର ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ଧାରଣା ।

ଆଜି ଅକ୍ଟୋବର ୨ ତାରିଖ ବା ପବିତ୍ର ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲା ମଦମୁକ୍ତି ସଂଘଠନ ତରଫରୁ ସମୟ ସକାଳ ୧୦ ଘଟିକା ସମୟରେ ମାହାନ ଜନନାୟକ ତଥା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀକୁ ସମସ୍ତ କୋଭିଡ୍ -19ର ନୀୟମକୁ ପାଳନ କରାଯାଇ ସାମାଜିକ ଦୂରତ୍ୱ ରକ୍ଷାକରି ମଦମୁକ୍ତ ଓଡ଼ିଶା ଓ ମଦମୁକ୍ତ ଭାରତ ଗଠନ ଓ ନିଶା ମୁକ୍ତ ଅଭିଯାନ ନିମନ୍ତେ ଏକ ବିକ୍ଷୋଭ ସହିତ ପ୍ରତିବାଦ୍ ସଭା ଏବଂ ଧାରଣା ଦିଆ ଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଶ୍ରୀମା ଦିଵ୍ୟ ସ୍ୱରୂପ ଚୈତନ୍ୟ ଯୋଗ ଦେଇଥିବା ବେଳେ ରାଜ୍ୟ ମହିଳା ମୋର୍ଚ୍ଚା ସଭାପତି ଶ୍ରୀମତୀ ପାର୍ବତୀ ନାୟକଙ୍କ ସଭାପତିତ୍ୱରେ ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି କାହ୍ନୁ ଚରଣ ବେହେରାଙ୍କ ନେତୃତ୍ୱରେ ବ୍ଲକ୍ ସଭାପତି ଆଦିକନ୍ଦ ରାଉଳ,ବ୍ଲକ୍ ସଂମ୍ପାଦୀକା ଦୌପଦୀ ରାଉତ,ସଭ୍ୟ ଗଣେଷ ରାଉତଙ୍କ ସମେତ ଅନ୍ୟାନ୍ୟ ଶତାଧିକ ସଦସ୍ୟ ସଦସ୍ୟା ମାନେ ଯୋଗ ଦେଇ ବିକ୍ଷୋଭ ଓ ଧାରଣା କାର୍ଯ୍ୟକ୍ରମକୁ ସଫଳ କରାଇବାରେ ସମସ୍ତ ସାହାଯ୍ୟ ସହଯୋଗ କରିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

କେନ୍ଦ୍ରାପଡାରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here