ମହାତ୍ମା ଗାନ୍ଧୀ ଓ ଶାସ୍ତ୍ରୀ ଙ୍କର ଜୟନ୍ତୀ ପାଳନ ଓ ଶ୍ରମୀକଶିକ୍ଷା କାର୍ଯ୍ୟକ୍ରମ

ଉତ୍କଳମଣି ଗୋପବନ୍ଧୁ ୱେଲେଫେୟାର ଟ୍ରଷ୍ଟ ଏବଂ ଦତ୍ତପାନ୍ତ ଠେଙ୍ଗଡ଼ି ଜାତୀୟ ଶ୍ରମୀକଶିକ୍ଷା ପ୍ରତିଷ୍ଠାନ
ମିଳିତ ସହଯୋଗରେ ଜାତିରଜନକ ମହାତ୍ମାଗାନ୍ଧୀ ଓ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଲାଲବହାଦୁର ଶାସ୍ତ୍ରୀ ଙ୍କର ଜୟନ୍ତୀ ଲାଠିକଟା ବ୍ଲକ ଅନ୍ତର୍ଗତ ଜଳଦା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠାନର ସମ୍ପାଦକ ଅରୁଣ କୁମାର ପରିଡାଙ୍କ ଅଧକ୍ଷତରେ ଅନୁଷ୍ଠିତ ହୋଇଯାଇଛି l ଲାଠିକଟା ପଞ୍ଚାୟତ ସମିତିର ଅଧକ୍ଷ ରଞ୍ଜିତା ଖାଲକୋ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ମହାତ୍ମାଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରିଜୀ ଙ୍କର କର୍ମମୟ ଜୀବନ, ସ୍ୱାଧୀନତା ସଂଗ୍ରାମ, ସମାଜସେବା, ଗ୍ରାମ ସ୍ୱରାଜ ଅଭିଯାନ, ସର୍ବୋପରି ଆଧୁନିକ ଭାରତ ଗଠନରେ ନେତା ଦ୍ଵୟଙ୍କ ଭୂମିକା ସମ୍ପର୍କରେ ବିଷଦ ଆଲୋଚନା କରି ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବାପାଇଁ ସେ ଆଜିର ଯୁବ ଓ ଛାତ୍ର ସମାଜକୁ ଆହ୍ୱାନ ଦେଇଥିଲେ l ଶ୍ରମୀକଶିକ୍ଷା ପ୍ରତିଷ୍ଠାନର ବରିଷ୍ଟ ଶିକ୍ଷାଧିକାରୀ ଧର୍ମେନ୍ଦ୍ର ମିଶ୍ର ପଲ୍ଲୀ ସଭା ଗ୍ରାମ ସଭା, ପଞ୍ଚାୟତ ପ୍ରତିନିଧି ଙ୍କ ଭୂମିକା, ପଞ୍ଚାୟତରାଜ ଆଇନ, ଗ୍ରାମ୍ୟ ଅର୍ଥନୀତି, ଗ୍ରାମ୍ୟ କାରିଗରୀ ସମ୍ପର୍କରେ ଆଲୋଚନା କରିଥିଲେ, ସ୍ଥାନୀୟ ସରପଞ୍ଚ ଜାତୃ ଓରାମ କହିଲେ ସତ୍ୟ ଓ ଅହିଁସା ଉପରେ ଆଧାରିତ ଗାନ୍ଧିଜୀଙ୍କ ଶିକ୍ଷାଦର୍ଶନ ସମାଜରୁ ସମସ୍ତ ଶ୍ରେଣୀ ଓ ସାମ୍ପ୍ରଦାୟିକ ବିଦ୍ୱେଷ ଦୂରକରୀ ଏକ ଶୋଷଣମୁକ୍ତ ସମାଜ ଗଠନପାଇଁ ଉଦ୍ଧିଷ୍ଟଥିଲା, ସେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ l ଏହି ଅବସରରେ ଶ୍ରମିକ ମାନଙ୍କ ସଚେତନତା ପାଇଁ ଏକ ଦୁଇଦିନିଆ କର୍ମଶାଳା ଶୁଭାରମ୍ଭ କରାଯାଇଥିଲା ଅନ୍ୟମନଙ୍କ ମଧ୍ୟ୍ୟରେ ଟ୍ରଷ୍ଟ ର ସହସଂପାଦିକା ସଚଳା ପଣ୍ଡା, ଗ୍ରମସେବିକା ସଂଯୁକ୍ତା ମହନ୍ତ, ଅନୀତା ଲୋହାର, ସବିତା ତନ୍ତି, ନମିତା ଜେନା ଅର୍ଣ୍ଣପୂର୍ଣ୍ଣା ଗଞ୍ଜୁ ଧୀରଲତା ପରିଡା ରୁପାଲୀ ଦାଶ ସୁମନ ଜେନା ସୁଶୀଳା ଜେନା ଓ ଜଲଦା ଜି.ଆର.ଏସ ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରି ଗଭୀର ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ଶେଷରେ ଅନୀତା ଲୋହାର ଧନ୍ୟବାଦ ଦେଇଥିଲେ ।

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here