ସ୍ୱାମୀର କଟୁରି ଚୋଟରେ ସ୍ତ୍ରୀର ମୃତ୍ୟୁ।

ଜଗତସିଂହପୁର: ସ୍ୱାମୀ ସାଜିଲା ନର ରାକ୍ଷସ,ସ୍ୱାମୀ ସ୍ତ୍ରୀର ପବିତ୍ର ବନ୍ଧନରେ ଲାଗିଲା କଳଙ୍କର ଛିଟା,ଅମାନୁଷିକ ଭାବେ କଟୁରେ ସ୍ତ୍ରୀକୁ ହାଣୀଲା ସ୍ୱାମୀ…ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଧିନ ମଙ୍ଗରାଜପୁର ପଞ୍ଚାୟତ ହସିଣା (ଖ)ଗ୍ରାମରେ…ସୂଚନା ମୁତାବକ ପାରିବାରିକ କଳହକୁ କେନ୍ଦ୍ର କରି ଗତକାଲି ବିଳମ୍ବିତ ରାତିରେ ହସିଣା (ଖ)ଗ୍ରାମର ମେଘନାଦ ତରାଇ (42) ଏବଂ ତାଙ୍କ ପତ୍ନୀ ପାର୍ବତୀ ତରାଇ( 37)ଙ୍କ ମଧ୍ୟରେ କୌଣସି କରଣକୁ ନେଇ ବଚସା ହୋଇଥିଲା…ଏଥିରେ ମେଘନାଦ ଉତିକ୍ତ ହୋଇ ଏକ ଧାରୁଆ କଟୁରିରେ ପାର୍ବତୀଙ୍କ ବେକକୁ ଏକ ଶକ୍ତ ଚୋଟ ମାରିଥିଲେ ଯାହା ଫଳରେ ଘଟଣା ସ୍ଥଳରେ ପାର୍ବତୀଙ୍କ ମୂର୍ତ୍ୟୁ ହୋଇଥିବା ଜଣାପଡିଛି…ପଡୋଶୀ ଲିଟୁ ବେହେରାଙ୍କ କହିବା ଅନୁଯାୟୀ ଆସାମୀ ମେଘନାଦଙ୍କ ପିତା ଶ୍ରୀଧର ତରାଇ ଡାକିବାରୁ ସେଠାକୁ ଲିଟୁ ଯାଇଁ ଦେଖେତ ରକ୍ତ ଜୁଡୁ ପୁଡୁ ଅବସ୍ଥାରେ ପାର୍ବତୀ ତଳେ ପଡି ଥିବା ଦେଖି ମେଘନାଦଙ୍କୁ ମେଡ଼ିକାଲ ନେବାକୁ କହିବାରୁ ତାଙ୍କୁ ମଧ୍ୟ ଧକା ମାରିଥିବା କହିଛନ୍ତି…ଏନେଇ ପଡୋଶୀ ସ୍ଥାନୀୟ କୁଜଙ୍ଗ ପୋଲିସକୁ ଖବର ଦେଇଥିଲେ ପରେ ଖବର ପାଇ କୁଜଙ୍ଗ ପୋଲିସ ,ଘଟଣା ସ୍ଥଳେ ପହଂଚି କଟୁରିକୁ ଜବତ କରିବା ସହ ଆସାମୀ ମେଘନାଦ ତରାଇକୁ ଗିରଫ କରିଥିବା ବେଳେ ବର୍ତମାନ scientific ଟିମ ଆସି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ହସିଣା ଗ୍ରାମରେ ଶୋକର ଛାୟା ଖେଳିଯାଇଛି…ତଦନ୍ତ ପରେ ସତ୍ୟ ସାମ୍ନାକୁ ଆସିବ ବୋଲି ଆସାକରାଯାଉଛି।

ଜଗତସିଂହପୁର ଜିଲ୍ଲା ପ୍ରତିନିଧି ପ୍ରଂଫୁଲ କୁମାର ସାହୁଙ୍କ ରିପେ।ଟ ?

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here