ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଉତ୍କଳ ହିନ୍ଦୁ ସେବକ ସଙ୍ଘ ତରଫରୁ ବୃକ୍ଷ ରୋପଣ

ଆଜି ଜାତୀର ପିତା ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୂର ଶାସ୍ତ୍ରୀଙ୍କର ଜନ୍ମ ଜୟନ୍ତୀ ଉପଲକ୍ଷେ ସୁନ୍ଦରଗଡ ଜିଲ୍ଲାରେ ଜିଲ୍ଲା ସଭାପତି ସଂଜୀବ କୁମାର ପାଢୀଙ୍କ ଆହ୍ବାନରେ ଜିଲ୍ଲାର ବଣେଇ , ରାଜଗାଙ୍ଗପୁର , ସୁନ୍ଦରଗଡ , ରାଉରକେଲା , ଫର୍ଟିଲାଇଜର ସମେତ ବିଭିନ୍ନ ସ୍ଥାନରେ ଉତ୍କଳ ହିନ୍ଦୁ ସେବକ ସଙ୍ଘ ଆନୁକୂଲ୍ୟରେ ଆନନ୍ଦର ସହିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଜିଲା ସଭାପତିଙ୍କ ସମେତ ଜିଲ୍ଲା କମିଟିର ଉପ ସଭାପତି ଗଗନ ବେହେରା , ସାଧାରଣ ସଂପାଦକ ସୁଶାନ୍ତ କୁମାର ଷଢଙ୍ଗୀ , ସଂପାଦକ ଅସୀତ କୁମାର ସାହୁ ଓ ଆଇଟି ସଂଯୋଜକ ତାପସ କୁମାର ପରିଡାଙ୍କ ସହଯୋଗରେ ସଙ୍ଘର ସଦସ୍ୟ ଗଣଙ୍କୁୁ ନେଇ ବିଭିନ୍ନ ସ୍ଥାନରେ ଆଜି ସଙ୍ଘର ପ୍ରଥମ କାର୍ଯ୍ୟ ଭାବେ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ପ୍ରାଧାନ୍ୟତା ଦିଆଯାଇଥିଲା । ବୃକ୍ଷ ଟିଏ ଲଗାଇ ଥିବା ବ୍ୟକ୍ତି ତାର ସଫଳ ରୂପାୟନ ଦ୍ବାରା ଅଞ୍ଚଳକୁ ସବୁଜ ମୟ କରିବା ଦ୍ବାରା ଉକ୍ତ ବ୍ୟକ୍ତିତ ସହଭାଗିତା ଯୋଗୁଁ ଅନ୍ୟମାନେ ଫଳ ଓ ଛାୟା ପାଇବେ । ତେବେ ବୃକ୍ଷ ରୋପଣ ଏକ ମହତ କାର୍ଯ୍ୟ । ଆଗାମୀ ଦିନରେ ସଙ୍ଘର ରାଜ୍ୟ କାର୍ଯ୍ୟାଳୟର ସୂଚନା ଅନୁଯାୟୀ ନୀର୍ବାଚନ ମଣ୍ଡଳୀ କମିଟି ବ୍ଲକ କମିଟି ଓ ପଞ୍ଚାୟେତ କମିଟି ଗଠନ କରିବା ସହ ବହୁ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଜଣାପଡିଛି । ହିନ୍ଦୁ ସଭ୍ୟତା ଓ ସଂସ୍କତିକୁ ବଜାୟ ରଖିବା ପାଇଁ ଉତ୍କଳ ହିନ୍ଦୁ ସେବକ ସଙ୍ଘ ତରଫରୁ ଏକ ଛୋଟ ପ୍ରୟାସର ଅୟମାରମ୍ଭ ସହିତ ସଙ୍ଘ ସମଗ୍ର ରାଜ୍ୟରେ ମୁଣ୍ଡ ଟେକିଛି । ଆଗାମୀ ଦିନରେ ସମଗ୍ର ରାଜ୍ୟରେ ଏହାର ବହୁଳ ଭାବେ ବିସ୍ଥାର ହେବା ନେଇ ବିଭିନ୍ନ ଯୋଜନା ଉପରେ କାର୍ଯ୍ୟ କରିବାକୁ ଯୋର ଦିଆଯାଇଛି । ଆସନ୍ତୁ ଏହି ଉତ୍କଳ ହିନ୍ଦୁ ସେବକ ସଙ୍ଘ ସହିତ ଯୋଡି ହୋଇ ନିଜ ଜିଲ୍ଲା , ବ୍ଲକ ଓ ପଞ୍ଚାୟେତ ପାଇଁ କିଛି କରି ଦେଖାଇବାକୁ ଆଜିର ଦିନରେ ସଂକଳ୍ପ ନେଇ ଆଗକୁ ବଢିବା ।

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here