ଅଧାପନ୍ତରିଆ ଭାବେ ଜୀବନ ଜୀଉଛନ୍ତୀ ବୃଦ୍ଧ ଦମ୍ପତି

ସରକାରୀ ଭାବେ ଜଣସାଧାରଣଙ୍କ ପାଇଁ ମାଳ ମାଳ ଯୋଜନା ରହିଛି କିନ୍ତୁ ଏଠି ତାହା  ସାତ ସପନ l ତାଙ୍କ ପାଇଁ  ସ୍ଵପ୍ନ ହୋଇ ରହିଛି ସରକାରୀ ସହାୟତା l ଅଧାପନ୍ତରିଆ ବିଜୁ ପକ୍କା ଘର ଓ ଚାଳ ଛପର ଘରେ ଚୁଲି ଜାଳି ବିତାଉଛନ୍ତି ନିଜ ବାର୍ଦ୍ଧକ୍ୟ ଜୀବନ l ଏଭଳି ଦ୍ରୁଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ପାକେରଟୋଲୀ ବସ୍ତି ରେ I

ପ୍ରାପ୍ତ ବୟସ୍କ କେତେ ମାରାତ୍ମକ ତାହା ଅଙ୍ଗେ ନିଭେଇ ଥିବା ଲୋକ ହିଁ ଜାଣି ପାରିବ । ବାର୍ଦ୍ଧକ୍ୟ ବୟସରେ ଚଡକ ପଡିଯାଏ ବୋଝ ଉପରେ ନଳିତା ବିଡା ଭଳି। ପାଖରେ ସନ୍ତାନ ସନ୍ତତି ନ ଥିଲେ ତଥା ଦାରିଦ୍ରତା ମଣିଷକୁ ଆହୁରି ଅଧିକ ପଙ୍ଗୁ କରିଦିଏ । ଚାତକ ପକ୍ଷୀ ବର୍ଷା ଜଳକୁ ଚାହିଁଲା ଭଳି ଏ ଅସମୟରେ ଚାହିଁ ରହିଥାନ୍ତି ସରକାରୀ ସାହାର୍ଯ୍ୟକୁ । ହେଲେ ତାହା ମଧ୍ୟ ଦିନ ବେଳେ ଲୁଚକାଳି ଖେଳିବା ଭଳି ପ୍ରତାରଣା କରେ ଗରୀବ ବୃଦ୍ଧ ଦମ୍ପତ୍ତିଙ୍କୁ । ସମୟ ସ୍ରୋତରେ ଏକୋଇର ବଳା କନ୍ୟା ସନ୍ତାନକୁ ବିବାହ ଦେଇ ଆଜି ବୃଦ୍ଧ ଦମ୍ପତ୍ତିଙ୍କୁ ଦି ଓଳି ଖାଇବା ପାଇଁ ପରିଣତ ବୟସରେ ବି ମୂଲ ଲାଗିବାକୁ ବାଧ୍ୟ କରୁଛି । ସରକାରୀ କଳରୁ ମିଳେ କେବଳ ମାତ୍ର ଦଶ କେଜି ଚାଉଳ ହେଲେ ସେଥି ପାଇଁ ଗଣ୍ଡେ ରାନ୍ଧି ଖାଇବାକୁ ଯାଳେଣି ସହ ତେଲ , ଲୁଣ ଇତ୍ୟାଦି ଦରକାର ହେଉଥିବା ବେଳେ ବୃଦ୍ଧଙ୍କୁ କେବଳ ମାସକୁ ଥରେ ଭତ୍ତା ମିଳେ ବୃଦ୍ଧାଙ୍କୁ ମିଳେନାହିଁ । ବୃଦ୍ଧଙ୍କ ବୟସ ୭୭ ବେଳେ ବୃଦ୍ଧାଙ୍କ ବୟସ ୭୩ ହେଲାଣି ତେବେ ବି ସରକାରୀ କଳ ସବୁଜାଣୀ ନ ଜାଣିଲା ଭଳି ଚେଇଁ ଶୋଇଛି । ପରିଣତ ବୟସରେ ବୃଦ୍ଧାଙ୍କର ବାମ ହାତ ଭାଙ୍ଗି ଯାଇଥିବା ସହ ପଞ୍ଜରା ହାଡ ମଧ୍ୟ ଭାଙ୍ଗି ଯାଇଛି । ତେବେ ଏଭଳି ଅବସ୍ଥାରେ ଜନୈକା ବୃଦ୍ଧା ଘୋଷାଡି ହୋଇ ଘରର ସମସ୍ତ କାର୍ଯ୍ୟ ସଂପାଦନ କରିବା ସହ ମାଟି ଚୁଲିରେ ଦୁଇ ପ୍ରାଣୀ ପାଇଁ ବହୁ କଷ୍ଟରେ ରୋଷେଇ କରି  ଉଭୟେ ନିଜର ଦୈନନ୍ଦିନ ଗୁଜୁରାଣ ମେଣ୍ଟାନ୍ତି ଫଳେ ପୁଷ୍ପେ ଖାଇ । ଏମିତି ବି ଦିନ ଆସେ ଯେଉଁ ଦିନ ମୁନ୍ଦାଏ ପାଣି ପିଇ ଶୋଇବାକୁ ପଡେ ବୃଦ୍ଧ ଦମ୍ପତ୍ତିଙ୍କୁ । ତିନି ବର୍ଷ ପୂର୍ବେ ବୃଦ୍ଧା ସେଲିବ୍ୟା କିରୋଙ୍କ ସ୍ଵାମୀ ବୃଦ୍ଧ ମାଥିଆସ କିରୋଙ୍କୁ ମିଳିଥିଲା ବିଜୁ ପକ୍କାଘର ଯାହା ଆଜିଯାଏ ସରକାରୀ କଳ ଓ ଠିକାଦାରଙ୍କ ଦୟାରୁ ସଂପୂର୍ଣ୍ଣ ହୋଇ ପାରିନାହିଁ । ଘର ତିଆରି ହେବା ପରେ ଖଣ୍ଡିଏ କବାଟ ମାତ୍ର ଲାଗିଛି ଯାହା ଆଉ ଅଧା ନଙ୍ଗଳା ଅବସ୍ତାରେ ପଡିରହିଛି ଘରଟି । ଦାୟିତ୍ବ ନେଇଥିବା ଠିକାଦାର ମଧ୍ୟ ସବୁ ଅର୍ଥ ଚଳୁ କରି କେଉଁ ଆଡେ ଅନ୍ତରଧ୍ୟାନ ହୋଇଯାଇଛନ୍ତି । ତେବେ ସରକାରୀ ନୀୟମ ବିଷୟରେ ଉଚିତ ଗ୍ୟାନ ର ଅଭାବ ଯୋଗୁଁ ତିନି ବର୍ଷ ପରେ ବି ଅଧାପନ୍ତରିଆ ଅବସ୍ଥାରେ ପଡି ରହିଛି ବିଜୁ ପକ୍କା ଘର । ଏହି ପରି ସେ ନିଜର ଜୀବନ ଦାରିଦ୍ରତା ଓ ଦୁଃଖ ରେ କାଟୁଛନ୍ତି I ଭୋଟ ସମୟରେ ନେତା ଓ ମନ୍ତ୍ରୀ ମାଳ ମାଳ ସହଯୋଗୀ ଙ୍କୁ ଧରି ବୁଲନ୍ତି ଗାଁ ଗଣ୍ଡାର ଘର ଘର ଭୋଟ ପାଇ ସାରିଲା ପରେ ଥିଲା ବାଲା ନିଜର ଓ ନଥିଲା ବାଲା ହୋଇଯାନ୍ତି ସାତ ପର l ସରକାର ଗଢି ସାରିବା ପରେ ଆଖି କୁ ଦିସେନି ଗରୀବ ପରିବାରର ଦୟନୀୟ ଅବସ୍ଥା l ଭୋଟ ଦେଇଥିବା ଗରୀବ ପରିବାର ଭୋକ ଉପାସରେ କାନ୍ଦି କାନ୍ଦି ମରେ ହେଲେ ତାର କାନ୍ଦଣା ଶୁଭେନି କାହାକୁ l

ଏ ବାବଦରେ ଆମ ପ୍ରତିନିଧି ବୀରମିତ୍ରପୁର ତହସିଲଦାର ଙ୍କୁ ଅବଗତ କରାଇବା ଦ୍ବାରା ସେ ସମ୍ପୂର୍ଣ୍ଣ ଘଟଣା ବିଷୟରେ ଜାଣିବା ପରେ କହିଥିଲେ ଯେ ଶୀଘ୍ର ବି ଡି ଓ ଙ୍କ ସହ ବାର୍ତ୍ତାଳାପ କରି ଯଥା ସାଧ୍ୟମତେ ଏ ସମସ୍ୟାର ସମାଧାନ ପୂର୍ବକ ବୃଦ୍ଧ ଦମ୍ପତିଙ୍କୁ ସରକାରୀ ସୂତ୍ରରୁ ସହଯୋଗ ପ୍ରଦାନ ପାଇଁ ସତ ଚେଷ୍ଟା କରିବି ବୋଲି ଦୃଢ ପ୍ରତିଶ୍ରୁତି ଦେଇଥିଲେ l

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here