ଉଚିତ ସମୟରେ ବ୍ୟାଙ୍କ୍ ର ସାଇରନ ବାଜିବାରୁ ମଣିପୁରମ୍ ଗୋଲଡ୍ଲୋନ୍ ବ୍ୟାଙ୍କର ଡକାୟତି ଯୋଜନା ପଣ୍ଡ

ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସୁବାଷ ଛକ ନିକଟରେ ଥିବା ମଣିପୁରମ୍ ଗୋଲଡ୍‌ଲୋନ୍ ବ୍ୟାଙ୍କ ରେ ଆଜି ଉଚିତ ସମୟରେ ବ୍ୟାଙ୍କର ସାଇରନ ବାଜିବାରୁ ଏକ ବଡ଼ ଧରଣର ଡ଼କାୟତି ଯୋଜନା ପଣ୍ଡ ହୋଇ ଯାଇଛି। ଦୁଇ ଜଣ ଯୁବକ ଏହି ବ୍ୟାଙ୍କକୁ ଆସି  ମ୍ୟାନେଜର ସହିତ ଲୋନ ସମନ୍ଧରେ କଥାବାର୍ତ୍ତା ହେଉଥିଲେ , ଠିକ୍ ସେହି ସମୟରେ ସେମାନଙ୍କ ଆଉ ତିନି ଜଣ ସାଥି ବ୍ୟାଙ୍କ୍ ଭିତରକୁ ପ୍ରବେଶ କରି ଡକାୟତି କରିବାକୁ ଉଦ୍ୟମ କରୁଥିବାବେଳେ ବ୍ୟାଙ୍କ୍ ର  କେହିଜଣେ କର୍ମ ଚାରି ସତର୍କ ସାଇରନ୍ ବଜାଇ ଦେଇଥିଲେ । ଯାହାଫଳରେ ଡକାୟତ ମାନେ କ଼ିଙ୍ଗ କର୍ତ୍ତବ୍ୟ ବିମୁଢହୋଇ ପିସ୍ତଲ ବାହାର କରୁଥିବା ବେଳେ ପିସ୍ତଲରୁ ମ୍ୟାଗାଜିନ୍ ଗଳି ପଡ଼ିଥିଲା। ଡକାୟତି ଯୋଜନା ପଣ୍ଡ ହେଉଥିବା ଏବଂ ପିସ୍ତଲରୁ ମ୍ୟାଗାଜିନ୍ ଗଳି ପଡ଼ିବାରୁ ଧରାପଡିଯିବା ଭୟରେ ଡକାୟତ ମାନେ ଚମ୍ପଟ ମାରିଥିଲେ।ପରେ ରାଜଗାଙ୍ଗପୁର ପୋଲିଶ  ଘଟଣାସ୍ଥଳରେ ପହଞ୍ଚି ମ୍ୟାଗାଜିନକୁ ଜବତ କରି ଅନୁସନ୍ଧାନ ଜାରୀ ରଖିଛନ୍ତି। ଆଖପାଖରେ ଲାଗି ଥିବା ସି ସି ଟିଭି ଫୁଟେଜ ଯାଞ୍ଚ କରି ଅତିଶିଘ୍ର ଡକାୟତ ମାନଙ୍କୁ ଧରାଯିବ ବୋଲି ଏସଡିପିଓ ଶ୍ରୀ ବେଉରା ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here