ପୋଲିଶ ଓ ଅବକାରୀ ବିବାଗର ଚଢାଉରେ ୨ ଗିରଫ ସମେତ ମହୁଲି ମଦ ଜବତ

ସୁନ୍ଦରଗଡ ଜିଲ୍ଲା ଧାରୁଆଡିହି ଥାନା ଅନ୍ତର୍ଗତ ସାଲେପାଲି ପଞ୍ଚାୟେତ ସଂଲଗ୍ନ ମାନୁମୁଣ୍ଡା ସ୍ଥିତ ସାଲେପାଲି ଜଙ୍ଗଲରେ ଦେଶୀ ମହୁଲି ମଦର ପ୍ରଚୁର ମାତ୍ରାରେ ଚୋରା କାରବାର ଚାଲୁ ଥିବାର ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ଧାରୁଆଡିହି ଥାନା ଏସଆଇ ଅଭୟ କୁମାର ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ସହକର୍ମୀଗଣ ଓ ଅବକାରୀ ବିଭାଗ ମିଳିତ ଭାବେ ଉକ୍ତ ଜଙ୍ଗଲରେ ଚଢାଉ କରି ଯାଞ୍ଚ କରିବାରୁ ରବର ଟ୍ୟୁବରେ ଭର୍ତ୍ତି ହୋଇଥିବା ୯୫୦ ଲିଟର ଦେଶୀ ମହୁଲି ମଦ ଜବତ କରିବା ସହ ୨୪୦୦ କେ ଜି ମହୁଲ ପୋଚ ନଷ୍ଟ କରିଥିଲେ । ତେବେ ଏହି ଚୋରା ଦେଶୀ ମହୁଲି ମଦ କାରବାରରେ ସଂପୃକ୍ତ ଥିବା ମାନୁମୁଣ୍ଡା ଗ୍ରାମର ବାସୀନ୍ଦା ଅଶୋକ ଭଇଁସାଲ ଓ ଅନ୍ୟ ଜଣେ  ଅଭି ଡୁଙ୍ଗଡୁଙ୍ଗ ଗିରଫ ହୋଇଥିଲେ । ଏ ବାବଦରେ ଧାରୁଆଡିହି ଥାନାରେ ଅବକାରୀ ମାମଲା ରୁଜୁ ହୋଇଥିଲା । ପୋଲିଶ ଓ ଅବକାରୀ ବିଭାଗର ମିଳିତ ଚଢାଉ ସାଙ୍ଗକୁ ମଦ ଜବତକୁ ନେଇ ସମଗ୍ର ସାଲେପାଲି ପଞ୍ଚାୟେତ ବାସୀ ଭୁରିଭୁରି ପ୍ରଶଂସା କରିଛନ୍ତି । ଦେଶୀ ମହୁଲି ମଦ ପିଇ ଗ୍ରାମର ଅନେକ ବ୍ୟକ୍ତି ମୃତ୍ୟୁ ବରଣ କରିଥିବା ବେଳେ ଆଜିର ମଦ ଜବତ ଓ ଗିରଫକୁ ନେଇ ବହୁଳ ଭାବେ ଖୁସି ବ୍ୟକ୍ତ କରିଛନ୍ତି ଗ୍ରାମବାସୀ । ପ୍ରାଥମିକ ତଦନ୍ତ ପରେ ଗିରଫ ମଦ ବେପାରୀ ଦ୍ବୟଙ୍କୁ ଥାନା ନେଇ ଅଟକ ରଖିଛନ୍ତି ବୋଲି ଧାରୁଆଡିହି ଥାନା ଏସଆଇ ଶ୍ରୀ ଅଭୟ କୁମାର ମହାପାତ୍ର ମତବ୍ୟକ୍ତ କରିଥିଲେ ।

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here