ତରିକୁନ୍ଦ ଉଚ୍ଚବିଦ୍ଯାଳୟ ଓ ଏସଭିଏମ୍ କଲେଜର ଛାତ୍ରୀ ଙ୍କୁ ଜିଲ୍ଲାବାସୀଙ୍କ ଶୁଭେଛା

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ରଘୁନାଥପୁର ବ୍ଲକର ତଥା ଜିଲ୍ଲାର ପୁରାତନ ତରିକୁନ୍ଦ ଉଚ୍ଚବିଦ୍ଯାଳୟ ଓ ଏସଭିଏମ୍ କଲେଜର ଛାତ୍ରୀ ତଥା  ଜଗତସିଂହପୁର ନିକଟସ୍ଥ ମାଣପୁର ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ବସନ୍ତ କୁମାର ଦ।ଶ ପତ୍ନୀ ପୁଷ୍ପା ମିଶ୍ରଙ୍କ କନ୍ୟା ଜୋତ୍ରିମୟୀ ଶାନ୍ତି ସ୍ୱରୂପ ଭଟନାଗର ଆୱାଡ଼ ପାଇ ତରିକୁନ୍ଦ ଉଚ୍ଚବିଦ୍ଯାଳୟ ଓ ଏସଭିଏମ୍ କଲେଜର ଜୋତି ସାରା ରାଜ୍ୟରେ ଜୋତିପାଲଟିଯାଇଛନ୍ତି । ଜୋତ୍ରିମୟୀ ନିଜଗ୍ରାମ ଯୋଗେନ୍ଦ୍ରନାଥ ୟୁପି ସ୍କୁଲରେ ପ୍ରାଥମିକ ଶିକ୍ଷ୍ୟା ତୃତୀୟ ଶ୍ରେଣୀରେ ସ୍କଲାରସିପି ପାଇ ଉଭିଣ୍ଣୀ ହେଲାପରେ  ପିତା ବସନ୍ତ ଶିକ୍ଷକତା କରୁଥିବା ତରିକୁନ୍ଦ ଉଚ୍ଚବିଦ୍ଯାଳୟ ଚତୁଃର୍ଥରେ ନାମ ଲେଖାଇ ଥିଲେ ଦଶମ ପଯ୍ଯନ୍ତ ପ୍ରଥମ ସ୍ଥାନରେ ରହିବାସହିତ ପଞ୍ଚମ,ସପ୍ତମ ଓ ଦଶମରେ ମଧ୍ୟ ସ୍କଲାରସିପି ପାଇ ନିଜର ପାରିବାପଣିଆ ଦେଖାଇଥିଲେ । ସେହିପରି ଜଗତସିଂହପୁର ଏସଭିଏମ୍ କଲେଜରେ ଯୁକ୍ତ ଦୁଇ ବିଜ୍ଞାନରେ କଲେଜର ଜୋତି ହୋଇପାରିଥିଲେ । ଯୁକ୍ତ ତିନି ବିଜ୍ଞାନରେ ସମେଷ୍ଟ୍ରି ଅନର୍ସ ରଖି ପ୍ରଥମ ହୋଇ ଦକ୍ଷତା ପ୍ରତିପାଦନ କରି କଟକ ରେଭେନ୍ସା ମହାବିଦ୍ୟାଳୟରୁ ଏମେସି ପାସ କରି   ପ୍ରତିଭା ପଦର୍ଶନ କରିଥିଲେ । ଵିଜ୍ଞାନ କ୍ଷେତ୍ରରେ ଭାରତର ନୋବେଲ ପୁରସ୍କାର ଭାବେ ବିଚାର କରାଯାଇଥିବା  ଶାନ୍ତିସ୍ୱରୂପ ଭଟନାଗର ଆୱାଡ଼ ପାଇବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ ଝିଅ ଏହି ଆୱାଡ଼ ସାତଟି ବିଭାଗ ଯଥା ବାୟୋଲୋଜି, କେମେଷ୍ଟ୍ରି, ଏନଭାଲମେଣ୍ଟ ସାଇନ୍ସ ,ଇଂଜିନିୟରିଂ, ମାଥମେଟିକ୍ସ, ଫିଜିକ୍ସ ଓ ମେଡ଼ିସିନ କ୍ଷତ୍ରରେ ରିସର୍ଚ୍ଚ ଓ ଡେଭଳ୍ପମେଣ୍ଟେରେ ବିଶେଷ ଅବଦାନ ଥିବା ୪୫ବର୍ଷରୁ କମ ଯୁବ ବୟିଜ୍ଞାନିକ ମାନଙ୍କୁ ଦିଆଯାଇଥାଏ । କାଉନ୍ସିଲ ଅଫ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଲ ରିସର୍ଚ୍ଚ ପ୍ରତି ପ୍ରତିବର୍ଷ ଏହି ଆୱାଡ଼ ପ୍ରଦାନ କରାଯାଇଥାଏ ପ୍ରଫେସର ଡ଼ା କୁମାରୀ ଜୋତ୍ରିମୟୀ ଦାଶ୍ ଙ୍କୁ ତାଙ୍କ ରିସର୍ଚ୍ଚ ପାଇଁ ଚଳିତ ବର୍ଷ ବିଜ୍ଞାନ କ୍ଷତ୍ରରେ ସର୍ବୋଚ ଭାରତୀୟ ସମ୍ମାନ ଶାନ୍ତିସୋରୂପ ଭଟନାଗର ସନମାନରେ ସଂମାନିତ ହୋଇଥିବାରୁ ତରିକୁନ୍ଦ ଉଚବିଦ୍ୟାଳୟର ଶିକ୍ଷ୍ୟକ ଓ ପୁରାତନ ଛାତ୍ର ସଂସଦର ସଭାପତି ତଥା ଅବସାରପ୍ରାପ୍ତ ଶିକ୍ଷ୍ୟକ ରଘୁନାଥ ପତି, ସମ୍ପାଦକ ସୋମନାଥ ସ୍ଵାଇଁ , ଶ୍ରୀବଚ୍ଛ ଆଚାର୍ଯ୍ୟ ଓ ପ୍ରଭାତ କିଶୋର ମହାନ୍ତି ସମେତ ସମସ୍ତ ପୁରାତନ ଛାତ୍ର ଜୋତ୍ରିମୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଜଗତସିଂହପୁର ଜିଲ୍ଲାରୁ ଜିଲ୍ଲା ପ୍ରତିନିଧି  ପ୍ରଫୁଲ କୁମାର ସାହୁଙ୍କ ରିପେ।ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here