ଓଡିଶା ମୋପରିବାର ପକ୍ଷରୁ ସଂକେତ ଆଇଟିଆଇରେ ରକ୍ତଦାନ ଶିବିରରେ ୧୫୧ ୟୁନିଟ ରକ୍ତ ସଂଗ୍ରହ

ଜଗତସିଂହପୁର :  ଜଗତସିଂହପୁର ଜିଲ୍ଲା ଅଧିନସ୍ଥ ତୀର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରଘୁନାଥପୁର ନିକଟସ୍ଥ ଓଡ଼ପଡା ସଂକେତ ଆଇଟିଆଇରେ ଓଡିଶା ମୋପାରିବାର ରଘୁନାଥପୁର ବ୍ଲକ ଉପାଧକ୍ଷ୍ୟରୁ  ଦେବାଶିଷ ତ୍ରିପାଠୀଙ୍କ ନେତୃତ୍ୱରେ ୩୦ତାରିଖ ବୁଧବାର ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରକୁ ମୁଖ୍ୟଅତିଥି ଭାବେ ସ।ସଦ ଡାକ୍ତର ରାଜଶ୍ରୀ ମଲ୍ଲିକ୍ ଅନୁଷ୍ଠାନ ଭାବେ ଉଦଘାଟନ କରିଥିବାବେଳେ ସମ୍ମାନୀତ ଅତିଥିଭାବେ ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନାବୋଡ଼ ଅଧ୍ଯକ୍ଷ ପ୍ରଶାନ୍ତ କୁମାର ମୁଦୁଲି ଯୋଗଦେଇ ରକ୍ତଦାନ ଏକ ମହତ ଦାନ ବୋଲି କହିଥିଲେ । ଏଥିରେ ଓଡିଶା ମୋପାରିବାର ସଦସ୍ୟ ଡ଼ା, ସୁରେନ୍ଦ୍ର ମହାପାତ୍ର, ସାଂସଦ ପ୍ରତିନିଧି ଗୌତମ ପାଲିତି, ଜିଲ୍ଲାପରିଷଦ ସଭ୍ୟା ଡେଜାଲିନ ମହାପତ୍ର, ବିଜେଡି କର୍ମୀ, ସଭ୍ୟା ସରପଞ୍ଚ ଯୋଗଦେଇ ବିଭିନ୍ନ ପଞ୍ଚୟତ ରୁ ୧୫୧ ରକ୍ତଦାତାଙ୍କୁ ଡକାଇ ରକ୍ତ ଦାନ କରାଇଥିଲେ । ଶିବିରକୁ ବିଜୁବାହିନୀ ସଦସ୍ୟମାନେ ସହଯୋଗ କରିଥିଲେ ।    

ଜଗତସିଂହପୁର ଜିଲ୍ଲା ରୁ ଜିଲ୍ଲା ପ୍ରତିନିଧି  ପ୍ରଫୁଲ କୁମାର ସାହୁଙ୍କ   ରିପେ।ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here