କେନ୍ଦ୍ରାପଡା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ପରିସରରେ ସଂନ୍ଦେହ ଘରରେ ୮୦ ବର୍ଷିଆ ବୁର୍ଦ୍ଧାଙ୍କ ଶବ ୨ଘଣ୍ଟା ଧରି ପଡି ରହିଲା

କେନ୍ଦ୍ରାପଡା: ଆଜି ପାଟକୁରା ଥାନା ଅନ୍ତର୍ଗତ ମୁଷାଡିଆ ଗ୍ରାମର ମାଳତୀ ନାୟକ ନାମକ ଜୈନିକ ୮୦ ବର୍ଷିଆ ବୃର୍ଦ୍ଧାଙ୍କର ସାମାନ୍ୟ ଥଣ୍ଡା, ଜ୍ୱର ଏବଂ  କାଶ ହେବାଦ୍ୱାର ମୃର୍ତ୍ୟୁ ହୋଇଯାଇଥିବା ମେଡିକାଲ୍ ତରଫରୁ ସୂଚନା ମିଳିଛି । ଖବର ନେବାରୁ ଜଣାପଡିଛି ଯେ-ଗତକାଲିଠାରୁ ହଠାତ୍ ବୃର୍ଦ୍ଧା ମାଳତୀଙ୍କର ଦେହ ଖରାପ୍ ବା ଅସୁସ୍ଥ ହୋଇପଡିଥିଲା । ଯାହାଫଳରେ ଆଜି ତାଙ୍କ ବଡପୁଅ ବୃର୍ଦ୍ଧାଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ଆଣିଥିଲେ । ଚିକିତ୍ସା ଚାଲିଥିବା ବେଳେ ହଠାତ୍ ତାଙ୍କର ମେଡିକାଲରେ ମୃର୍ତ୍ୟୁ ହୋଇଯାଇଥିଲା । ଡିଉଟିରେ ଥିବା ଡାକ୍ତର ତାଙ୍କୁ ମୃର୍ତ ଘୋଷଣା କରିବା ପରେ, ସାଧାରଣରେ ଚର୍ଚ୍ଚା ଯୋର ଧରିଥିବା ଜଣାପଡିଛି । ତାଙ୍କର ମୃର୍ତ୍ୟୁ ପର୍ଯ୍ୟନ୍ତ କୌଣସି ପରୀକ୍ଷା ନୀରିକ୍ଷା ହୋଇଥିବାରୁ କିଛି ସମୟ ପାଇଁ ହସପିଟାଲ୍ କ୍ୟାମ୍ପସରେ ତାଙ୍କ ମୃର୍ତଦେହ ପଡି ରହିବା ପରେ ଶବ ବ୍ୟବଚ୍ଛେଦ ନକରାଯାଇ ସିଧା ସଳଖ ମହାପ୍ରୟାଣ ଗାଡି ଯୋଗେ ତାଙ୍କ ଗ୍ରାମସ୍ଥିତ ମୂଷାଡିଆ ଘରଠାକୁ ନିଆଯାଇ ଶବ ସଂସ୍କାର କରାଯାଇଥିବା ସ୍ଥାନୀୟ ବୁଦ୍ଧିଜିବୀ ମହଲରେ ମୂଖ୍ୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ଜଣାପଡିଛି ।

କେନ୍ଦ୍ରାପଡାରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା1 ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here