ଅଙ୍ଗନୱାଡ଼ି କର୍ମୀ ଙ୍କ। ବେଆଇନ ନିର୍ମାଣ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପୁରୀ ପିକେଡିଏ ସଚିବଙ୍କୁ ଗୃହ ନଗର ଉନ୍ନୟନ ବିଭାଗର ନିର୍ଦ୍ଦେଶ।

ପୁରୀ : ପୁରୀ ସଦର ତହସିଲ୍  ଅଧୀନ ମଙ୍ଗଳ।ଘ।ଟ  ମୈାଜା ରେ ଏକ ସରକାରୀ ଜମି ଉପରେ ଜଣେ ଅଙ୍ଗନୱାଡି କର୍ମୀ ଅନୁମତି ନଥାଇ ବେଆଇନ ଭାବେ କୋଠାଘର  ନିର୍ମାଣ କରିବା ଅଭିଯୋଗ ଉପରେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ରାଜ୍ୟ ସରକାର ଙ୍କ ଗୃହ ନଗର ଉନ୍ନୟନ ବିଭାଗ ପୁରୀ କୋଣାର୍କ ଉନ୍ନୟନ ସଂସ୍ଥା ସଚିବ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ଦେଇଛନ୍ତି ଗୃହ ନଗର ଉନ୍ନୟନ ବିଭାଗ ର ଉପ ସଚିବ, ଶ୍ରୀ ଯୁକ୍ତ ଅକ୍ଷୟ କୁମାର ସିଂହ।  ଖବର ରୁ ପ୍ରକାଶ ଯେ ପୁରୀ ପୌର ସଂସ୍ଥା ଅଧୀନ ପାଞ୍ଚ ନମ୍ୱର ୱାର୍ଡ ତ୍ରିଦେବ ନଗର ଅଙ୍ଗନୱାଡି କେନ୍ଦ୍ରରେ ବିଷ୍ଣୁପ୍ରିୟା ମହାପାତ୍ର ନାମ୍ନୀ ଜଣେ ମହିଳା କର୍ମୀ ରୂପେ କାର୍ଯ୍ୟ କରୁଛନ୍ତି। ସେ ମଙ୍ଗଳା ଘାଟ ମୋଜ। ଖାତା ନଂ ୪୫୨, ପ୍ଲଟ ୩୧ ରେ ଥିବା ଅନାବାଦୀ ଜମି ଉପରେ ପିକେଡିଏ କର୍ତୁପକ୍ଷଙ୍କ ଅନୁମତି ନନେଇ ବେଆଇନ ଭାବେ ବାଲି ଏକ ଦୁଇ ମହଲା ବିଶିଷ୍ଟ ଗୃହ ନିର୍ମାଣ କରିଛନ୍ତି। ଏନେଇ ସୁଶାନ୍ତ କୁମାର୍ ଦାସ ନାମକ ଜଣେ ସାମ୍ବାଦିକ, ରାଜ୍ୟ ମୁଖ୍ୟ ଶାସନ ସଚିବ, ଶାସନ ସଚିବ, ଗୃହ ଓ ନଗର ଉନ୍ନୟନ ବିଭାଗ, ଜିଲ୍ଲାପାଳ ତଥା ଉପାଧ୍ୟକ୍ଷ, ପୁରୀ କୋଣାର୍କ ଉନ୍ନୟନ ସଂସ୍ଥା, ତହସିଲଦାର, ନିର୍ବାହୀ ଅଧିକାରୀ, ପୌର ସଂସ୍ଥା, ପୁରୀଙ୍କୁ ଲିଖିତ ରୂପେ ଜଣାଇଥିଲେ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଆସନ୍ତା ଅକ୍ଟୋବର ମାସ ୧୬ ତାରିଖରେ ବିଷ୍ଣୁପ୍ରିୟାଙ୍କ ଗୃହର  ସର୍ ଜାମିନ ତଦନ୍ତ ସହ ମାପଚୁପ କରାଯିବ ବୋଲି ପୁରୀ କୋଣାର୍କ ଉନ୍ନୟନ କର୍ତ୍ତୁପକ୍ଷ ତାରିଖ ଚୁଡାନ୍ତ କରିଥିବା ଜଣାପଡିଛି।  ଅନ୍ୟପକ୍ଷରେ ଏସଂପର୍କରେ ପୁରୀ ତହସିଲଦାରଙ୍କ କାର୍ଯ୍ୟାଳୟ ଅଧୀନ ରାଜସ୍ୱ ନୀରିକ୍ଷକ ସହର (ଦକ୍ଷିଣ)ଙ୍କ ପକ୍ଷରୁ ଆଜି ବିଷ୍ଣୁପ୍ରିୟାଙ୍କୁ କାଗଜ ପତ୍ର ଦାଖଲ ନିମନ୍ତେ ନୋଟିସ ଜାରି କରା ଯାଇଥିଲେ ମଧ୍ୟ ସେ ନିଜ ସପକ୍ଷରେ କୌଣସି ଦସ୍ତାବିଜ୍ ଦେଖାଇ ପାରି ନଥିବା ଜଣା ପଡ଼ିଛି। ସୂଚନା ଥାଉକି ଏହି ଅଙ୍ଗନୱାଡ଼ି କର୍ମୀଙ୍କ ନାମରେ ଠକେଇ ଓ ଜାଲିଆତି ଅଭିଯୋଗରେ ପୁରୀ ସଦର ସବ୍ ଯୁଡିସିଆଲ୍ ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶ କ୍ରମେ ବ।ସେଲୀ    ସାହି ଥାନାରେ କେସ ନମ୍ୱର ୨୨୯/୨୦, କ୍ରମେ ଦଫା ୪୦୯, ୪୨୦, ୪୬୮,୪୭୧,୪୭୨, ୧୨୦ (ଖ) ଓ ୩୪ ଅ।ଧା ରରେ ମାମଲା ରୁଜୁ ହୋଇଛି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here