Bajaj ଫାଇନାନସର କେମିତି ଚାଲିଛି ଗୁଣ୍ଡାଗିରି ଦେଖନ୍ତୁ ସତ୍ୟମ ନିଉଜରେ । –

ବର୍ତ୍ତମାନ ପାଇଁ କରୋନା ମହାମାରୀ ଭଳି ଏକ ରୋଗ ଦିନକୁ ଦିନ ଯେଭଳି ଭାବରେ ନିଜର କାୟା ବିସ୍ତାର କରିଚାଲିଛି । ତାହାର ପ୍ରକୋପରେ ସାଧାରଣ ଜନତାଙ୍କର ଦେଖିବାକଙ ଗଲେ ରୋଜଗାର କହିବାକୁ ଗଲେ ସଂମ୍ପୁର୍ଣ୍ଣ ଭାବେ ଜିରୋରେ ରହିଛି । କିନ୍ତୁ ଦେଶର ଏପରି ଘଡି ସନ୍ଧି ମୁହୁର୍ତ୍ତ ଦେଇ ଗତି କରୁଥିବା ବେଳେ କରୋନା ମହାମାରିକୁ ନେଇ ଲୋକମାନଙ୍କ ମନରେ ନାନାଦି ସମସ୍ୟା ଓ ଭୟ ସୃଷ୍ଟି ହେଉଥିବା ବେଳେ ପୁରୀ ଜିଲ୍ଲା ସମ୍ପୂର୍ଣ୍ଣ ଟୁରିଷ୍ଟି ମାନଙ୍କ ଉପରେ ନିର୍ଭର କରୁଥିବା ବେଳେ ଏବଂ ଭାରତ ସରକାର ଓ ରାଜ୍ୟ ସରକାର ଏବଂ ମାନ୍ୟବର ହାଇକୋର୍ଟ ଓ ସୁପ୍ରିମ୍ କୋର୍ଟ  କହିଛନ୍ତି କୌଣିସି ବେକ୍ତିଙ୍କୁ କୌଣିସି ପରିସ୍ଥିତିରେ ହେଉନା କାହିଁକି ଯେକୌଣସି ବ୍ୟାଙ୍କ ବା ପ୍ରାଇଭେଟ୍ ଫାଇନାସ କମ୍ପାନି ଋଣ ବାବଦକୁ ଟଙ୍କା ଯୋର ଯବର ଦସ୍ତ ଆଦାୟ କରି ପାରିବନି କିମ୍ବା ଋଣ ଗ୍ରହିତା ମାନଙ୍କୁ ମଧ୍ୟ ସୁଧ ବାବଦକୁ ଟଙ୍କା ମଧ୍ୟ ମାଗି ପାରିବେନି କନ୍ତୁ ପୁରୀରେ ବାଜାଜ ଫାଇନାନସ୍ ବ୍ୟାଙ୍କରୁ ସାଧାରଣ ଲୋକଙ୍କଠୁ ଫାଇନି ଆକାରରେ 450 କଟିବା ସହିତ ଋଣ ନେଇଥିବା ବେକ୍ତିଙ୍କ ଘରକୁ ଯାଇ ବା ଗୁଣ୍ଡା ପଠାଇ ବାରମ୍ବାର ଉକ୍ତ ଲୋକଙ୍କୁ ଧମକ ଦିଆ ଯାଉଥିବା ଦେଖିବାକୁ ମିଳିଛି । ଆଜି ଏହି କମ୍ପାନୀର କର୍ମଚାରୀ ମାନେ ଉକ୍ତ ଋଣକାରୀର ଘରକୁ ୩ଜଣ ଗୁଣ୍ଡା ପଠାଇଥିବାର ଖବର ନବାରୁ ଜଣପଡିବା ସହିତ ଉକ୍ତ ଗରିବ ଅସହାୟ ଲୋକଟିକୁ ଲୋନ୍ ଟଙ୍କା ସିଘ୍ର ନଦେଲେ ଅଶୀଳ ଭାଷାରେ ଗାଳିଗୁଲଜ କରିବା ସହିତ ଜୀବନରୁ ମାରିଦେବା ପାଇଁ ମଧ୍ୟ ଧମକ ଦିଆଯାଇଛି । ବାଲିସିହିର ଜଣେ ବେକ୍ତି ବାଜାଜ ଫାଇନାନସରୁ ମୋବାଇଲ୍ ଆଣିଥିଲେ ତାଙ୍କର ଆଉ ମାତ୍ର ୨ଟି କିସ୍ତି ବକୟା ଥିବାବେଳେ ଆଜି ସକାଳ ୧୦ଟାରେ ଚନ୍ଦନ ଦାସ ଆଉ ୩ଜଣଙ୍କ ଗଙଣ୍ଡାଙ୍କ ସହିତ ଆସି ତାଙ୍କୁ ଟଙ୍କା ମାଗିଥିଲେ କିନ୍ତୁ ଏହି ବେକ୍ତି ୪ଟାକୁ ଆସ ଟଙ୍କା ନେବ ବୋଲି କହିବାରୁ ଉକ୍ତ ୩ଜଣ ହଟାତ କୋର୍ଦ୍ଧାନ୍ୱିତ ହୋଇସଗାଳିଗୁଲଜ୍ କରିବା ସହିତ ଘର ଭିତରେ ପସି ତାଙ୍କୁ ମାଡ ମାରିଥିଲେ । ଏହି ବଷୟରେ ଏହି ବେକ୍ତି ବାଜାଜ ଫାଇନାନସ୍ ଅଫିସକୁ ଯାଇ ଏହି କହିବାରୁ ସେହି ବ୍ୟାଙ୍କରେ ଥିବା ଜୈନିକ ଉଚ୍ଚ ପଦସ୍ଥ  ଅଫିସର ବାବୁଜଣକ ପୂର୍ଣ୍ନରବାର ବିଚରା ଅସହାୟ ଲୋକଟିକୁ ଗାଳିଗୁଲଜ କରିବାରୁ ଏହି ଘଟଣାବଳୀକୁ ନେଇ ପୁରୀ ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ ମଧ୍ୟ ଦାୟର କରାଯାଇଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି । ଦେଖାଯାଉ ପୁରୀ ଟାଉନ୍ ପୋଲିସି କେବେ ଏହି ଘଟ୍ଟଣା ପ୍ରତି ପଦକ୍ଷେପ୍ ନେଇଛି ଏବଂ ପୁରୀ ପୋଲିସ ପୁରୀରୁ କେବେ ସମ୍ପୁନ ଗୁଣ୍ଡାଗିରୀ ସମ୍ପୁର୍ଣ୍ଣ ବନ୍ଦ କରିବାକୁ ସକ୍ଷମ ହୋଇଛି । ତାହା ଖାଲି ବାକି ରହିଲା ଦେଖିବାକୁ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here